ପାଣିପାଗ ଦେଖି ମନୋରଞ୍ଜନ କାର୍ଯ୍ୟକ୍ରମ କରାଯିବ -ସଭାପତି ହମେଶ କୁମାର ଜୈନ
ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନର୍ଲା ବ୍ଲକ ଅଧିନସ୍ଥ ନର୍ଲାରୋଡର ବହୁ ପ୍ରସିଦ୍ଧ ଶାରଦୀୟ ଦୁର୍ଗାପୂଜା ପାଇଁ ସ୍ଥାନୀୟ ଦୁର୍ଗା ମନ୍ଦିରରେ ଗତବର୍ଷ ଦୁର୍ଗାପୂଜା କମିଟିର ସଭାପତି ହମେଶ କୁମାର ଜୈନଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ପ୍ରଥମେ ସଭାପତି ସ୍ୱାଗତ ଭାଷଣ ପ୍ରଦାନ କରିବା ପରେ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା । ଗତବର୍ଷ ନବରାତ୍ରୀ ପୂଜାରେ ଦେଖା ଦେଇଥିବା ଛୋଟ ମୋଟ ତୃଟି ଗୁଡିକ ଉପରେ ଆଲୋଚନା କରାଯିବା ସହ ଏହା ଉପରେ ସମୀକ୍ଷା କରାଯାଇ ଚଳିତ ବର୍ଷ ଏହାର ପୁନରାବୃତ୍ତି ଯେମିତି ନଘଟେ ସେଥିପ୍ରତି ସମସ୍ତେ ଯତ୍ନବାନ ହେବାପାଇଁ ବୈଠକରେ ମତପ୍ରକାଶ ପାଇଥିଲା । ଚଳିତ ବର୍ଷ ମଧ୍ୟ ନବରାତ୍ରୀ ପୂଜା ପାଳନ ସାଙ୍ଗକୁ ପ୍ରତ୍ୟହ ଚଳିତ ବର୍ଷ ବାରମ୍ବାର ଲଘୁଚାପ ହେଉଛି । ଅକ୍ଟୋବର ମାସ ପୂଜା ସମୟରେ ମଧ୍ୟ ଲଘୁଚାପ ର ସମ୍ଭାବନାକୁ ଦୃଷ୍ଟିରେ ରଖି ମନୋରଞ୍ଜନର କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ ବୋଲି ବୈଠକରେ ନିଷ୍ପତି ହୋଇଛି । ବିଜୟା ଦଶମୀ ସନ୍ଧ୍ୟା ରେ ମୁଖ୍ୟ ଆକର୍ଷଣ ରାବଣ ପୋଡି କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ ବୋଲି ନିଷ୍ପତି ହୋଇଥିଲା । ଏହାପରେ ଚଳିତ ବର୍ଷ ର ପୂଜା ପରିଚାଳନା ପାଇଁ ଏକ କମିଟି ଗଠନ କରାଯାଇ କର୍ମକର୍ତ୍ତା ଚୟନ କରାଯାଇଥିଲା । ସଭାପତି ଭାବରେ ସର୍ବସମ୍ମତି କ୍ରମେ ହମେଶ କୁମାର ଜୈନ, ଉପ ସଭାପତି ଭାବରେ ରାଜା ପରିଡା, ସମ୍ପାଦକ ଭାବରେ ବିମଲ କୁମାର କେଡିଆ, ସହ ସମ୍ପାଦକ ଭାବରେ ଅମର ରାଉତ ଓ ରାଜନ ସାହୁ, କୋଷାଧ୍ୟକ୍ଷ ଭାବରେ ବାବୁଲା ରାଉତ ଓ ବିନାୟକ ମହନ୍ତ, ଭଣ୍ଡାର ଗୃହ ଦାଇତ୍ୱ ଜାହରଲାଲ ବିଶ୍ୱାଳ ଓ ଅମର ରାଉତଙ୍କୁ ଦାଇତ୍ୱ ପ୍ରଦାନ କରାଯାଇଥିଲା। ପୂଜା ସମୟରେ କ୍ୟାସ କାଉଣ୍ଟର ଦାୟିତ୍ୱରେ ମନୋଜ ଅଗ୍ରୱାଲ ଓ ତୀର୍ଥ ବୁଦ୍ଧିଆ ରହିବେ ବୋଲି ସର୍ବସମ୍ମତି କ୍ରମେ ନିଷ୍ପତ୍ତି ନିଆଯାଇଥିଲା। ଉପଦେଷ୍ଟା ମଣ୍ଡଳୀର ସଦସ୍ୟ ଭାବରେ ସଂକୀର୍ତ୍ତନ ପଧାନ, ଲିଙ୍ଗରାଜ ମିଶ୍ର, ଶେଷଦେଵ ନାଏକ, ଓଁପ୍ରକାଶ ପୂଝାରୀ, ଦୀପକ ଜେଠୁଆ ପ୍ରମୁଖଙ୍କୁ ସର୍ଵ ସମ୍ମତିକ୍ରମେ ଚୟନ କରାଯାଇଥିଲା । ଏହା ସହ ଅନ୍ୟାନ୍ୟ ପାର୍ଶ୍ୱ କମିଟି ଗୁଡିକ ମଧ୍ୟ ଗଠନ କରାଯାଇ ଏବଠୁଁ ସମସ୍ତ କାର୍ଯ୍ୟକ୍ରମ ଗୁଡିକ ଆଗେଇ ନେବାପାଇଁ ସଭାପତି ଶ୍ରୀ ଜୈନ ଅନୁରୋଧ କରିଥିଲେ । ପ୍ରସ୍ତୁତି ବୈଠକରେ ନର୍ଲାରୋଡ଼ ରାଧାକୃଷ୍ଣ ୟଙ୍ଗ କ୍ଲବର ସଦସ୍ୟ ମାନେ ଉପସ୍ଥିତ ରହି କାର୍ଯ୍ୟକ୍ରମରେ ସକ୍ରୀୟ ଅଂଶ ଗ୍ରହଣ କରିଥିଲେ । ନର୍ଲାରୋଡରେ ଦୁର୍ଗା ମନ୍ଦିର ପ୍ରତିଷ୍ଠା ହୋଇ ସାରିଛି। ଏଣୁ ଚଳିତ ବର୍ଷ ଆଉ ମୂର୍ତ୍ତି ନିର୍ମାଣ କରାଯିବ ନାହିଁ ବୋଲି ସମ୍ପାଦକ ଶ୍ରୀ କେଡ଼ିଆ ସୂଚନା ଦେଇଛନ୍ତି। ପୂଜାରେ ଚଳିତ ବର୍ଷ ମଧ୍ୟ ଦୁର୍ଗା ମନ୍ଦିର ପ୍ରତିଷ୍ଠା ବେଳେ ପୂଜନ କାର୍ଯ୍ୟ ସମ୍ପାଦନ କରିଥିବା ଯାଜପୁରର ବ୍ରହ୍ମା ପଣ୍ଡିତ ରମେଶ ପତିଙ୍କ ଟିମ କୁ ପୂଜା ନିମନ୍ତେ ନିମନ୍ତ୍ରଣ କରାଯିବ ବୋଲି ସର୍ବସମ୍ମତି କ୍ରମେ ନିଷ୍ପତି ହୋଇଥିଲା । ଚଳିତ ବର୍ଷ ଶୃଙ୍ଖଳା ଦୃଷ୍ଟିରୁ ନର୍ଲା ପୋଲିସକୁ ଲିଖିତ ଭାବରେ ଜଣାଇବା ସହିତ ଅନୁଷ୍ଠାନର ସଦସ୍ୟ ଓ କର୍ମକର୍ତ୍ତା ମାନେ ସୁରକ୍ଷାର ସମ୍ପୂର୍ଣ୍ଣ ଦାଇତ୍ୱ ତୁଲାଇବେ ବୋଲି ନିଷ୍ପତି ନିଆଯାଇଥିବା ଶ୍ରୀ ଜୈନ ସୂଚନା ପ୍ରଦାନ କରିଛନ୍ତି ।