ବାଦୁଡ଼ି ସୁରକ୍ଷାରେ ଗ୍ରାମବାସୀ

ଓଡ଼ିଆ ବାର୍ତ୍ତା/ ନୂଆପଡ଼ା (ରାହୁଲ ବାଗ): ନୂଆପଡା ଜିଲ୍ଲା ସଦର ରେଞ୍ଜ ଅମାନାରା ସେକ୍ସନ ଲାଞ୍ଜିମାର ଗାଁରେ ବାଦୁଡ଼ି ମାନଙ୍କୁ ସୁରକ୍ଷା ଦେଉଛନ୍ତି ଗ୍ରାମବାସୀ | ଦିନେ କି ଦୁଇ ଦିନ ନୁହଁ ବର୍ଷ ବର୍ଷ ଧରି ପୂର୍ଵପୁରୁଷରୁ ଗ୍ରାମବାସୀ ନିରୀହ ପକ୍ଷୀ ବାଦୁଡ଼ି ମାନଙ୍କୁ ସୁରକ୍ଷା ଦେଇଆସୁଛନ୍ତି | ବସ୍ତୁବାଦୀ ଦୁନିଆରେ ଦେଖିବାକୁ ମିଳିଛି ଏପରି ଏକ ବିରଳ ଘଟଣା । ଲାଞ୍ଜିମାର ଗାଁ ମୁଣ୍ଡରେ ଥିବା ଦୁଇଟି ବିରାଟ ଗଛରେ ବହୁ ବର୍ଷରୁ ବାଦୁଡ଼ି ଆଶ୍ରୟ ନେଉଛନ୍ତି | ତେବେ ଏହି ଆଶ୍ରୟୀ ବାଦୁଡ଼ିଙ୍କୁ ଉକ୍ତ ଗ୍ରାମବାସୀ ଗ୍ରୀଷ୍ମ ଦିନରେ ପାନୀୟ ଜଳର ବ୍ୟବସ୍ଥା କରୁଥିବା ବେଳେ ବାଦୁଡ଼ିଙ୍କୁ ଶିକାର କରିବା ପାଇଁ ଆସୁଥିବା ଲୋକଙ୍କୁ ମନା କରିବାସହ ଘଉଡ଼ାଉ ଦେଉଛନ୍ତି | ଉକ୍ତ ସ୍ଥାନରେ ଗ୍ରାମବାସୀ ପାରମ୍ପରିକ ରୀତିନୀତିରେ ଗାଁର ଇଷ୍ଟ ଦେଵୀ ଠାକୁର ଦେବତାଙ୍କୁ ପୂଜା କରୁଛନ୍ତି | ତେବେ ଉକ୍ତ ସ୍ଥାନରେ ବୃକ୍ଷ ରୋପଣ କଲେ ଦୂର ଦୁରାନ୍ତରୁ ଆହୁରି ବାଦୁଡ଼ି ତଥା ଅନ୍ୟ ପକ୍ଷୀ ଆସି ଏଠାରେ ଆଶ୍ରୟ ନେବେ ବୋଲି ଗ୍ରାମବାସୀ ପ୍ରକାଶ କରିଛନ୍ତି | ଏଥି ପ୍ରତି ବନ ବିଭାଗ ତଥା ଜିଲ୍ଲା ପ୍ରଶାସନ ବିଶେଷ ଭାବେ ଗରୁତ୍ବ ଦେଲେ ଆଶ୍ରୟୀ ବାଦୁଡ଼ି ଏବଂ ଅନ୍ୟ ପକ୍ଷୀ ଉପକୃତ ହେବେ | ଏହା ସହିତ ଅନ୍ୟ ସ୍ଥାନ ମାନଙ୍କରେ ଥିବା ଏପରି ସ୍ଥଳ ଗୁଡିକୁ ଉକ୍ତ ଅଂଚଳବାସୀ ସୁରକ୍ଷା ପ୍ରଦାନ କରିବେ ବୋଲି ଲାଞ୍ଜିମାର ଗ୍ରାମର ଜଗଦିଶ ସାହୁ, ପୂଜକ ତୁଲୁ ମାଝୀ, ଚାବୁଲାଲ ସାହୁ, ସସଞ୍ଜ ସାହୁ, ମେମ୍ବର ଉଦେନ ସିଂ ସାହୁ, ମନିଷ ସୁନାନୀ, ଟୋପ ରାମ ସାହୁ ପ୍ରମୁଖ ବାର୍ତ୍ତା ଦେଇଛନ୍ତି |

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.