ଓଡ଼ିଆ ବାର୍ତ୍ତା/ ବାଲେଶ୍ଵର: ସାହିତ୍ୟିକ କବି ବନ୍ଧୁ ପରିବାର ବାଲେଶ୍ଵର ପକ୍ଷରୁ ସମ୍ପାଦିକା ପ୍ରଣତି ମହାପାତ୍ରଙ୍କ ସୁପରିଚାଳନାରେ ମାସିକ କବିତା ଆସର ଆଭାସୀ ମଞ୍ଚରେ ଅନୁଷ୍ଠିତ ହୋଇଯାଇଛି । ପ୍ରଥମେ ଶିକ୍ଷାବିତ ରତିନାରାୟଣ ରାଉତ ଓମକାର ନାଦଧ୍ବନି ଓ ମଙ୍ଗଳାଚରଣ ପାଠ କରିବା ସହ ସମସ୍ତଙ୍କୁ ଶୁଭାଭିନନ୍ଦନ କରିଥିଲେ । ଆସରରେ ସଭାପତି ବିଶ୍ବେଶ୍ବର ମାଝୀ ସଭାପତିତ୍ୱ କରିବା ସହ କାର୍ଯ୍ୟକ୍ରମର ଆଭିମୁଖ୍ୟ ସ୍ପଷ୍ଟ କରିଥିଲେ । ବିପିନ ବିହାରୀ ବାରିକ ଅନୁଷ୍ଠାନର ବହୁବିଧ କାର୍ଯ୍ୟକ୍ରମ ସହ ଅତିଥି ପରିଚୟ ପ୍ରଦାନ କରିଥିଲେ । ପ୍ରାରମ୍ଭରେ ମୁଖ୍ୟ ଅତିଥି ପ୍ରଫେସର ବିଷ୍ଣୁ ମିଶ୍ର ପୁରାତନ ସାହିତ୍ୟର ସୃଷ୍ଟି, ଆମ ଐତିହ୍ୟ ସଂସ୍କୃତି ଉପରେ ଆଲୋଚନା ସହ ବର୍ତ୍ତମାନ ସାହିତ୍ୟ ତଥା କାଳଜୟୀ ସୃଷ୍ଟି ଉପରେ ଆଲୋଚନା କରିଥିଲେ । ପରେ ପରେ ରାଜ୍ୟ ସଂଯୋଜିକା ରୀତା ଅପରାଜିତା ମହାନ୍ତିଙ୍କର ବଳିଷ୍ଠ ଶବ୍ଦ ସଂଯୋଜନାରେ କବିତା ଆସର ଅନୁଷ୍ଠିତ ହୋଇଥିଲା । ବୈଜ୍ଞାନିକ ଅରୁଣ କୁମାର ମହାପାତ୍ର, ଆଶୁକବି ହେମନ୍ତ କୁମାର ସାହୁ, ଶିକ୍ଷାବିତ୍ ପ୍ରଶାନ୍ତ କୁମାର ରାଉଳ, ଶିକ୍ଷାବିତ୍ ରାମନାରାୟଣ ଶର୍ମା, ଶିକ୍ଷୟିତ୍ରୀ ବିନୋଦିନୀ ଦାଶ, ବିପିନ ବିହାରୀ ବାରିକ, ରୀତା ଅପରାଜିତା ମହାନ୍ତି, ଅର୍ଜୁନ କୁମାର ସାମଲ, ଚନ୍ଦ୍ରକଳା ଦେବୀ, ବିଶ୍ବେଶ୍ବର ମାଝୀ, ପ୍ରଫୁଲ୍ଲ କୁମାର ଦାସ, ରାଜେଶ୍ବରୀ ନନ୍ଦ, ପ୍ରଣତି ମହାପାତ୍ର, ରୀତା ଅପରାଜିତା ମହାନ୍ତି, ତପନ କୁମାର ବିଶ୍ବାଳ, ବନଲକ୍ଷ୍ମୀ ମହାନ୍ତି ଇତ୍ୟାଦି କବି କବୟତ୍ରୀମାନେ ବହୁତ ସୁନ୍ଦର ଭାବେ କବିତା ପାଠ କରିଥିଲେ । ଅନ୍ତିମ ପର୍ଯ୍ୟାୟରେ ରାଜେଶ୍ବରୀ ନନ୍ଦ, ଅରୁଣ କୁମାର ମହାପାତ୍ର କବିତା ସମୀକ୍ଷା ଉପରେ ଆଲୋଚନା କରିଥିଲେ ।ରତିନାରାୟଣ ରାଉତ ସମସ୍ତଙ୍କୁ ଧନ୍ୟବାଦ କରି ଜନକଲ୍ୟାଣ ମନ୍ତ୍ର ପାଠ କରିବା ସହ କାର୍ଯ୍ୟକାରୀ ସଭାପତି ପ୍ରଫୁଲ୍ଲ କୁମାର ଦାସ ସଭାର ବିଭିନ୍ନ ଦିଗ ଉପରେ ଆଲୋକପାତ କରି ସଭାସାଙ୍ଗ ଘୋଷଣା କରିଥିଲେ ।