ଦୁଇ ଅସହାୟ ଶିଶୁଙ୍କୁ ଭେଟିଲେ ଖୁସି ଚାରିଟେବୁଲ ଟ୍ରଷ୍ଟର ସଦସ୍ୟ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ସୁଶାନ୍ତ କୁମାର ଦଳେଇ): ଗୋଲାମୁଣ୍ଡା ବ୍ଲକ ବଡ଼ଚେରଗାଁ ପଞ୍ଚାୟତ ଫଟାମୁଣ୍ଡା ଗାଁରେ ରୁହନ୍ତି ୨ ଅସହାୟ ଶିଶୁ l ସେମାନଙ୍କ ପିତା ହରିହର ପରାଭୋଇ ବର୍ଷକ ତଳେ ଶିକଲିନ ରୋଗରେ ଆକ୍ରାନ୍ତ ହୋଇ ପ୍ରାଣ ହରେଇଥିଲେ l ପରେ ପରିବାରର ସମସ୍ତ ବୋଝ ମା ସଇତି ପରାଭୋଇଙ୍କ ଉପରେ ପଡିଥିଲା l ୨ ଶିଶୁଙ୍କୁ କିପରି ଲାଳନ ପାଳନ କରିବେ ସେ ନେଇ ସଇତି ଚାପରେ ରହି ଶେଷରେ ମାନସିକ ରୋଗରେ ଆକ୍ରାନ୍ତ ହେଲେ l ଏବେ ଦୁଇ ପୁଅ ଗଣେଶ ପରାଭୋଇ ଓ ପ୍ରଦୀପ ପରାଭୋଇ ଫଟାମୁଣ୍ଡା ଗାଁରେ ଜେଜେବାପା ଟିକୁନ ପରାଭୋଇ ଓ ଜେଜେମା ଜୟନ୍ତୀ ପରାଭୋଇଙ୍କ ନିକଟରେ ରହୁଛନ୍ତି l ଗଣେଶ ନିକଟସ୍ଥ ସ୍କୁଲରେ ଅଷ୍ଟମ ଶ୍ରେଣୀରେ ପଢୁଥିବା ବେଳେ ପ୍ରଦୀପ ପଞ୍ଚମ ଶ୍ରେଣୀରୁ ସ୍କୁଲ ଦୁଆର ମୁହ ଦେଖିପାରି ନାହିଁ l ଏହିପରି ଅନେକ ସମସ୍ୟା ନେଇ ସେମାନେ ଜୀବନ ଯାପନ କରୁଥିବା ନେଇ ସମାଜସେବୀ ରାମକୁମାର ସେନାପତି ଓ ଜଗନ୍ନାଥ ନାଏକ ଖୁସି ଚାରିଟେବୁଲ ଟ୍ରଷ୍ଟର ସମ୍ପାଦକ ଯଶୋବନ୍ତ ରଣାଙ୍କୁ ଜଣେଇଥିଲେ l ଖବର ପାଇବା ମାତ୍ରେ ଖୁସି ଚାରିଟେବୁଲ ଟ୍ରଷ୍ଟ ସମ୍ପାଦକ ଯଶୋବନ୍ତ ରଣା ଓ ସ୍ବେଛାସେବୀ ପ୍ରକାଶ ନିଆଳ ଦୁହେଁ ଫଟାମୁଣ୍ଡା ଗାଁକୁ ଯାଇ ଶିଶୁ ମାନଙ୍କ ସମସ୍ୟା ବିଷୟରେ ଅଜା ଆଇ ଓ ପଡୋଶୀଙ୍କ ଠାରୁ ବୁଝିଥିଲେ l ସମସ୍ତ ସମସ୍ୟା ବିଷୟରେ ସେମାନଙ୍କ ସହ ଆଲୋଚନା କରାଗଲା l ଏହି ସମସ୍ୟା ବିଷୟରେ ଜିଲ୍ଲା ଶିଶୁ ମଙ୍ଗଳ ସମିତି ସହ ଆଲୋଚନା କରି ଦୁଇ ଶିଶୁଙ୍କୁ ସରକାରଙ୍କ ସମସ୍ତ ଯୋଜନାରେ ସହଯୋଗ କରାଯିବ ବୋଲି ସମ୍ପାଦକ କହିଥିଲେ l ଏହି ସମୟରେ ଦୁଇ ଶିଶୁଙ୍କ ସହ ପଡୋଶୀ ମଧ୍ୟ ଉପସ୍ଥିତ ଥିଲେ l

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.