ଗଙ୍ଗାଧର ମିଶ୍ରଙ୍କ ସ୍ମୃତି ଚାରଣ ସଭା

ଓଡ଼ିଆ ବାର୍ତ୍ତା/ ପୁରୁଷୋତ୍ତମପୁର (ପ୍ରସନ୍ନ କୁମାର ଦାଶ): ଖଲ୍ଲିକୋଟ ବ୍ଲକ ବିରକୃଷ୍ଣ ଶରଣ ପୁର ଶାସନର ପୂର୍ବତନ ବ୍ଲକ ଶିକ୍ଷାଧିକାରୀ ତଥା ପ୍ରରୋପକାରୀ, ଶ୍ରୀକୃଷ୍ଣ ଦୀକ୍ଷାରେ ଦୀକ୍ଷିତ ଗଙ୍ଗାଧର ମିଶ୍ରଙ୍କ ବିୟୋଗରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି । ତାଙ୍କର ଅମର ଆତ୍ମାର ସଦଗତି ନିମନ୍ତେ ଦ୍ୱାଦଶାହ ଦିବସରେ ସ୍ମୃତି ଚାରଣ ସଭା ନିଜ ବାସ ଭବନ ବିରକୃଷ୍ଣ ପୁର ଶାସନ (ବାଟଙ୍ଗା) ରେ ଆୟୋଜିତ ହୋଇଥିଲା । ପୁତ୍ର ଆଶିଷ କୁମାର ମିଶ୍ର, ପୁତ୍ରବଧୂ ସଞ୍ଜିତା ମିଶ୍ର, ବଡ଼ ଝିଅ ମନ୍ଦାକିନୀ କର ବଡ଼ଜ୍ୱାଇଁ ସୁରେନ୍ଦ୍ର କୁମାର କର, ୨ୟ ଝିଅ ସୌଦାମିନୀ ଦାଶ, ଜ୍ୱାଇଁ ପ୍ରସନ୍ନ କୁମାର ଦାଶ, ୩ୟ ଝିଅ ବିନୋଦିନୀ ଦାଶ ଓ ଜ୍ୱାଇଁ ମୋହନ କୁମାର ଦାଶ, ପୁତୁରା ଦେବାଶିଷ ମିଶ୍ର, ଓ ଶିବାଶିଷ ମିଶ୍ର, ୫ଜଣ ଝିଆରୀ ଓ ଜ୍ୱାଇଁ ଗୀତାରାଣୀ ଦାଶ, ଦୟାନିଧି ଦାଶ, ଉଷାରାଣୀ ଦାଶ, ଦିଲ୍ଲୀପ ଦାଶ, ସନ୍ଧ୍ୟାରାଣୀ ଦାଶ, କୁନୀ, ଲିଲି ରଥ, ସୂର୍ଯ୍ୟ ରଥ, ଭଣଜା ଯଦୁ ନାଥ ମିଶ୍ର, ବିପ୍ର, କୁନୀ, ବାବୁ ଓ ଭାଣଜି ବବି, ଛବି, ନାତି, ନାତୁଣୀ, ଆୟୁଷ, ଶୁଭର୍ଜିତ, ଶୁଭଙ୍କରୀ, ଶୁଭଙ୍କର, ତପୁ, ତପିଙ୍କ ସହ ସମନ୍ଧୀଆଣି ଶାନ୍ତି ଲତା ଓ ସନ୍ଦୀପଙ୍କ ସହିତ ବହୁ ଆତ୍ମୀୟ ସ୍ୱଜନ ବନ୍ଧୁ ବାନ୍ଧବ, ବିନୟ, ମୁନା ଟୁନା, ବୁଲୁ ପିଣ୍ଟୁ, ପୁଅଙ୍କ ସାଙ୍ଗ ସାଥୀ ଉପସ୍ଥିତ ରହିଥିଲେ | ତାଙ୍କ ମୃତ୍ୟୁରେ ଖଲ୍ଲିକୋଟରେ ଶୋକର ଛାୟା ଖେଳାଇ ଯାଇଛି | ବହୁ ବରିଷ୍ଠ ନାଗରିକ, ଶିକ୍ଷକ, ଶିକ୍ଷୟତ୍ରୀ, ବୁଦ୍ଧିଜୀବୀ, ତାଙ୍କର ମୃତ୍ୟୁରେ ମ୍ରିୟମାଣ ହୋଇ ପଡିଛନ୍ତି |

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.