ବିଏସକେୱାଇ ଯୋଜନାରେ ସାମିଲ ପାଇଁ ବରିଷ୍ଠ ନାଗରିକଙ୍କ ଦାବୀ ପତ୍ର ପ୍ରଦାନ

ଓଡ଼ିଆ ବାର୍ତ୍ତା/ ସୁବର୍ଣ୍ଣପୁର (ରାଜ କିଶୋର ତ୍ରିପାଠୀ): ବିଭିନ୍ନ ସମସ୍ୟା ନେଇ ଆଜି ସ୍ଥାନୀୟ ସର୍କିଟ ହାଉସ ଠାରେ ରାଜ୍ୟ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ର ଉପଦେଷ୍ଟା ନିବେଦିତା ନାଏକ ଙ୍କୁ ସୋନପୁର ଜିଲ୍ଲା ବରିଷ୍ଠ ନାଗରିକ ସଂଘ କର୍ମକର୍ତ୍ତା ଭେଟି ବିଭିନ୍ନ ସମସ୍ୟା ଉପରେ ଆଲୋଚନା କରିଥିଲେ l ଏବଂ ତାଙ୍କ ଜରିଆରେ ମୁଖ୍ୟମନ୍ତ୍ରୀ ଙ୍କ ଉଦ୍ଦେଶ୍ୟ ରେ ଏକ ସ୍ମାରକ ପତ୍ର ପ୍ରଦାନ କରାଯାଇଛି l ବରିଷ୍ଠ ନାଗରିକ ବିଶେଷ କରି ତୃତୀୟ ଓ ଚତୁର୍ଥ ବର୍ଗ ର ଅବସର ପ୍ରାପ୍ତ କର୍ମଚାରୀ ମାନଙ୍କୁ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ରେ ସାମିଲ କରିବାକୁ ଓ ମେଡିକାଲ ମାନଙ୍କ ରେ ସ୍ୱତନ୍ତ୍ର ଚିକିତ୍ସା ପ୍ରଦାନ ର ବ୍ୟବସ୍ଥା ଓ ଅନ୍ୟାନ୍ୟ ସ୍ୱାସ୍ଥ୍ୟଗତ ସମସ୍ୟା ଉପରେ ଆଲୋଚନା କରିଥିଲେ l ଦାବୀ ର ଯଥାର୍ଥତା କୁ ହୃଦୟଙ୍ଗମ କରି ଉପଦେଷ୍ଟା ମହାଶୟା ରାଜ୍ୟ ସରକାର ଙ୍କୁ ପ୍ରସ୍ତାବ ଦେବାକୁ ଦୃଢ଼ ପ୍ରତିଶୁତି ଦେଇଛନ୍ତି l ବିଶେଷ କରି ସୁବର୍ଣ୍ଣପୁର ଜିଲ୍ଲl ରୁ ପ୍ରଥମ କରି ଏହି ପ୍ରସ୍ତାବ ଆଗତ କରାଯାଇଥିବାରୁ ସେ ଭୁୟସୀ ପ୍ରଶଂସା କରି ଏଇ ପର୍ଯ୍ୟଟନ କ୍ଷେତ୍ର, ମନ୍ଦିର ନଳିନୀ ସହର ତଥା ପ୍ରlକୃତିକ ଶୋଭାରାଜି ର ଉଚ୍ଚ ପ୍ରଶଂସା କରିଥିଲେ l ଏହି ପ୍ରତିନିଧି ମଣ୍ଡଳୀ ରେ ବରିଷ୍ଠ ନାଗରିକ ସମ୍ପାଦକ ଜ୍ୟୋତି ରଞ୍ଜନ ପଟ୍ଟ ନାୟକ, ଉପଦେଷ୍ଟା ଗୋରେଖ ନାଥ ସାହୁ, ପ୍ରଦୀପ ପୁରୋହିତ, ଲୋକେଶ ପଧାନ, ପ୍ରଦୀପ ପୁରୋହିତ, ଦିଲ୍ଲୀପ ରଥ, ନାରୀ ନେତ୍ରୀ ମିନା ମହାରଣl, ପ୍ରମୁଖ ଯୋଗ ଦେଇଥିଲେ l

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.