ମଧ୍ୟାହ୍ନ ଭୋଜନ ପାଚିକାଙ୍କ ଦାବୀ ପୂରଣ ନେଇ ସୋନପୁରରେ ଜିଲ୍ଲା ସ୍ଥରୀୟ ସମ୍ମିଳନୀ

ଓଡ଼ିଆ ବାର୍ତ୍ତା/ ସୁବର୍ଣ୍ଣପୁର (ରାଜ କିଶୋର ତ୍ରିପାଠୀ):  ବିଜୁ ଶ୍ରମିକ ସାମୁଖ୍ୟ ସହବନ୍ଧିତ ନିଖିଳ ଓଡିଶା ମଧ୍ୟାହ୍ନ ଭୋଜନ ପାଚକ ପାଚିକା ମହାସଂଘର ସୋନପୁର ଜିଲ୍ଲା ସ୍ଥରୀୟ ସମ୍ମିଳନୀ ସାହା ଅତିଥି ଭବନ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି । ପାଚିକା ସଂଘ ସୋନପୁର ଜିଲ୍ଲା ସଭାନେତ୍ରୀ ଝରଣା ନାୟକଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ସମ୍ମିଳନୀରେ ରାଜ୍ୟ ଶାଖା ସଭାପତି ଶ୍ରୀ ଯୋଗେନ୍ଦ୍ର ସ୍ୱାଇଁ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଓଡିଶାର ସରକାରୀ ବିଦ୍ୟାଳୟ ଗୁଡିକରେ ମଧ୍ୟାହ୍ନ ଭୋଜନ ରୋଷେଇ କରୁଥିବା ପାଚିକା “ମା” ମାନଙ୍କର ମୌଳିକ ଦଶ ଦଫା ଦାବୀ ସମ୍ପର୍କରେ ଆଲୋଚନା କରିଵା ସଙ୍ଗେ ସଙ୍ଗେ ମା ମାନଙ୍କୁ ସାମାଜିକ ସୁରକ୍ଷା ପ୍ରଦାନ ପାଇଁ ମୁଖ୍ୟମନ୍ତ୍ରୀଙ୍କ ନିକଟରେ ସଫଳ ଉପସ୍ଥାପନା ପାଇଁ ଯୋଜନା ପ୍ରସ୍ତୁତ କରିଛନ୍ତି । ସମ୍ମାନିତ ଅତିଥି ଭାବେ ସଂଘର ଉପଦେଷ୍ଠା ତଥା ମୁଖ୍ୟ ସଂଯୋଜକ ଶ୍ରୀ ନିରଞ୍ଜନ ପାତ୍ର ଯୋଗ ଦେଇ ବିଜୁ ଶ୍ରମିକ ସାମୁଖ୍ୟ ସହଯୋଗରେ ସମସ୍ତ ଦାବୀ ପୂରଣ ପାଇଁ ଏକତ୍ରିତ ହେବାକୁ ଆହ୍ବାନ ଦେଇଛନ୍ତି । ସେହିଭଳି ଉକ୍ତ କାର୍ଯ୍ୟକ୍ରମ କୁ ରାଜ୍ୟ ଶାଖା ସମ୍ପାଦକ କାର୍ତ୍ତିକ ସା ସଂଯୋଜନା କରିଥିବା ବେଳେ ଅନ୍ୟତମ ଅତିଥିଭାବେ ରାଜ୍ୟ କୋଷାଧ୍ୟକ୍ଷା ଶ୍ରୀମତି ସନ୍ଧ୍ୟା ରାଣୀ ସ୍ୱାଇଁ ଯୋଗଦେଇ ମା ମାନଙ୍କ ଦଶ ଦଫା ଦାବୀଙ୍କୁ ବିସ୍ତୃତ ଭାବେ ଆଲୋଚନା କରିଛନ୍ତି । ସଂଘ ତରଫରୁ ନୂତନ କରି ସୋନପୁର ଜିଲ୍ଲା କମିଟିର ପୁନର୍ ଗଠନ କରାଯାଇ ୧୫ ଜଣିଆ ଜିଲ୍ଲା କମିଟିଙ୍କ ନାମ ଘୋଷଣା କରାଯାଇଅଛି ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.