ପବଜୀ ନିଶାରୁ ମୁକୁଳାଇବା ପାଇଁ ବାପା ଧରାଇଲେ ରାଇଫଲ, ଏବେ ଭାରତ ପାଇଁ ଜିତିଲେ ସ୍ୱର୍ଣ୍ଣ

ଓଡ଼ିଆ ବାର୍ତ୍ତା/ ନୂଆଦିଲ୍ଲୀ: ଚଳିତ ଏସିଆନ ଗେମ୍ସରେ ଦିବ୍ୟଂଶ ସିଂ ୧୦ ମିଟର ଏୟାର ରାଇଫଲ ଇଭେଂଟରେ ନୂତନ କୀର୍ତିମାନ ସହ ଭାରତ ପାଇଁ ସ୍ୱର୍ଣ୍ଣ ଜିତିଛନ୍ତି । ୨୦୧୪ରେ ଦିବ୍ୟଂଶ ସର୍ବଦା ପବଜୀ ଖେଳରେ ବ୍ୟସ୍ତ ରହୁଥିଲେ । ଏହା ତାଙ୍କ ପାଇଁ ଏକପ୍ରକାର ନିଶା ପାଲଟି ଯାଇଥିଲା । ତାଙ୍କର ଏହି ନିଶା ଛଡାଇବା ବାପା ଗାଳିଦେବା ସହ ରାଇଫଲ ଧରାଇ ଦେଇଥିଲେ । ସେବେଠାରୁ ସେ ଆଉ ପଛକୁ ଚାହିଁ ନାହାନ୍ତି । ୨୦୧୯ ବିଶ୍ୱକପରେ ସ୍ୱର୍ଣ୍ଣ ଜିତିବା ପରେ ସେ ଟୋକିଓ ଅଲିମ୍ପିକ୍ସ ପାଇଁ କ୍ୱାଲିଫାଇ କରିଥିଲେ । ମାତ୍ର ଅଲିମ୍ପିକ୍ସରେ ସେ ଦକ୍ଷତା ମୁତାବକ ପ୍ରଦର୍ଶନ କରିପାରି ନ ଥିଲେ । ସେ ଏହି ବିଫଳତାକୁ ଭୁଲି ପାରି ନ ଥିଲେ । ଏପରିକି ତାଙ୍କ ମାନସିକ ସ୍ଥିତି ଠିକ କରିବା ପାଇଁ କୋଚ ଦୀପକ ଦୁବେ ବିପଶ୍ୟନା ପାଇଁ ହରିଦ୍ୱାର ପଠାଇ ଦେଇଥିଲେ । ସେଠାରୁ ଫେରିବା ପରେ ସେ ପୁନର୍ବାର ଲୟକୁ ଫେରିଥିଲେ । ଦିବ୍ୟଂଶଙ୍କ ବାପା ଆଇପିଏସ ଓ ମାଆ ଆରଟିଓ ଥିଲେ । ପିଲାବେଳୁ ସେମାନେ ପୁଅ ପାଇଁ ସମସ୍ତ ଖେଳର ସୁବିଧା ସୁଯୋଗ ଯୋଗାଇ ଦେଇଥିଲେ । ବ୍ୟାଡମଂଟନ, ସନ୍ତରଣ, ଟେବୁଲ ଟେନିସ, ଚେସ, ଶୁଟିଂ ଓ ସ୍କେଟିଂ ସାମିଲ । ଚେସ ଓ ସ୍କେଟିଂରେ ସେ ରାଜ୍ୟସ୍ତର ପର୍ଯ୍ୟନ୍ତ ଉନ୍ନୀତ ହୋଇଥିଲେ । ୨୦୧୫ରେ ସେ ଶୁଟିଂ ଆରମ୍ଭ କରିଥିଲେ । ଏହା ପରେ ତାଙ୍କ କ୍ୟାରିୟରରେ ସଫଳତାର ନୂତନ ଫର୍ଦ୍ଦ ଯୋଡି ହୋଇ ଯାଉଛି ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.