୫୧ ହଜାର ଯୁବକ ଯୁବତୀଙ୍କୁ ନିଯୁକ୍ତି ପତ୍ର ବାଣ୍ଟିଲେ ପ୍ରଧାନମନ୍ତ୍ରୀ ମୋଦି

ଓଡ଼ିଆ ବାର୍ତ୍ତା/ ନୂଆଦିଲ୍ଲୀ: ୫୧ ହଜାର କର୍ମଚାରୀଙ୍କୁ ନିଯୁକ୍ତି ପତ୍ର ବାଣ୍ଟିଲେ ପ୍ରଧାନ ମନ୍ତ୍ରୀ ମୋଦି । ଆଜି ଭିଡିଓ କନଫରେନ୍ସ ମାଧ୍ୟମରେ ପ୍ରଧାନମନ୍ତ୍ରୀ ମୋଦି ୪୬ଟି ସ୍ଥାନରେ ଆୟୋଜିତ ରୋଜଗାର ମେଳାର ଉଦଘାଟନ କରିବା ସହ ସେଠାରେ ଉପସ୍ଥିତ ସମସ୍ତ ଯୁବକ-ଯୁବତୀଙ୍କୁ ସମ୍ବୋଧନ କରିଛନ୍ତି । ଏହି ବିଶେଷ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିଯୁକ୍ତି ପତ୍ର ଗ୍ରହଣ କରିଥିବା ସମସ୍ତ କର୍ମଚାରୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି।ରୋଜଗାର ମେଳାକୁ ସମ୍ବୋଧନ କରି ମୋଦି କହିଛନ୍ତି ଯେ, ଆଜି ନିଯୁକ୍ତି ମେଳାରେ ସରକାରୀ କାର୍ଯ୍ୟରେ ଯୋଗ ଦେଇଥିବା ସମସ୍ତ ପ୍ରାର୍ଥୀଙ୍କୁ ଅଭିନନ୍ଦନ। ଆପଣ ସମସ୍ତେ କଠିନ ପରିଶ୍ରମ ପରେ ଏହି ସଫଳତା ହାସଲ କରିଛନ୍ତି । ଆପଣ ଲକ୍ଷ ଲକ୍ଷ ପ୍ରାର୍ଥୀଙ୍କ ମଧ୍ୟରୁ ମନୋନୀତ ହୋଇଛନ୍ତି । ଆଗକୁ ନିଜ କାର୍ଯ୍ୟ ମାଧ୍ୟମରେ ଦେଶବାସୀଙ୍କୁ ସେବା ଯୋଗାଇଦେବାକୁ କହିଛନ୍ତି ପ୍ରଧାନମନ୍ତ୍ରୀ । ପ୍ରଧାନମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି ଯେ, ୨୦୪୭ ସୁଦ୍ଧା ଦେଶ ଏକ ବିକଶିତ ଭାରତ ହେବା ପାଇଁ ଯାଉଛି । ଆସନ୍ତା କିଛି ବର୍ଷ ମଧ୍ୟରେ ଆମେ ତୃତୀୟ ବୃହତ୍ତମ ଅର୍ଥନୀତି ହେବାକୁ ଯାଉଛୁ । ତେଣୁ ଏଥିରେ ପ୍ରତ୍ୟେକ ସରକାରୀ କର୍ମଚାରୀ ଏକ ବଡ଼ ଭୂମିକା ଗ୍ରହଣ କରିବାକୁ ଯାଉଛନ୍ତି । ଆମର ନୀତି ନୂତନ ମାନସିକତା, ବିଷୟବସ୍ତୁ ମନିଟରିଂ, ମିଶନ୍ ମୋଡ୍ କାର୍ଯ୍ୟକାରିତା ଏବଂ ଜନସାଧାରଣଙ୍କ ଅଂଶଗ୍ରହଣ ଉପରେ ଆଧାରିତ । ଗତ ୯ ବର୍ଷ ମଧ୍ୟରେ ସରକାର ମିଶନ ମୋଡ ଉପରେ ନୀତି ପ୍ରଣୟନ କରିଛନ୍ତି । ସୂଚନାଯୋଗ୍ୟ ଯେ, ଚଳିତ ବର୍ଷ ଗତ ଅଗଷ୍ଟ ୨୮ରେ ଆୟୋଜିତ ହୋଇଥିବା ରୋଜଗାର ମେଳାରେ ୫୧.୦୦୦ ଯୁବକ-ଯୁବତୀଙ୍କୁ ନିଯୁକ୍ତି ପତ୍ର ବଣ୍ଟନ କରିଥିଲେ ମୋଦୀ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.