ଧରିଛେ କଲମ୍ ଲେଖ୍ମି ବୋଲି
ମାଏଁଟ୍ ମାଆ ଭାଷାଥି ପଦେ
କାଣା ଲେଖ୍ମି ? ସୋର୍ ନାଇଁ ମୋର୍
ନାଇଁ ପଡୁଛେ ତୋ ମନେ ।
ହଁ.. ହଁ..! ପଡୁଛେ ମନେ
ଲେଖୁଛେ ଗୁଟେ କଥା
ଅଏନ୍ କଥାଟେ ଲେଖୁଛେ ଭାଇ
ବନେ କରି ଶୁନୁ ଥାହା ।
ଅଫିସର୍ ଯଦି ହେତି ?
ସତେ ! ଅଫିସର୍ ଯଦି ହେତି !
କଳା ଝିମ୍ ଝିମ୍ ଦାମକିଆ କୋଟ୍
ହଜାର୍ ଟଙ୍କିଆ ବୋଟ୍ ସୁଟ୍
ନାଇଁ ମୁଇ ପିନ୍ଧିଥିତି ,
ଶହ ଶହ ଟଁକିଆ ଅତର୍ ମାଖି
ନାଇଁ ମୂଇ ବାସୁଥିତି ।
ଲାକ୍ ଲାକ୍ ଟଙ୍ଗାର୍ ଗାଡି ନେ ସତେ
ନାଇଁ ମୁଇ ବସୁଥିତି
ପ୍ଲାଟୁନ୍ ପ୍ଲାଟୁନ୍ ଗାର୍ଡ ଧରି
ନାଇଁ ମୁଇ ବୁଲୁଥିତି ।
ଏ.ସି ଘର୍ନେ ବସିକରି
ନାଇଁ ଛିନୁଥିତି ପିସି
ବଡ଼ବଡ଼କିଆ କେ ମୁଡ଼େ ବୁହି
ନାଇଁ ମାର୍ତି ଚାଷୀ ।
ଦିନ୍ କେ ଗୁଟେ ଗୁଟେ ଯୋଜ୍ନା ମୁଇ
ନାଇଁ ବରଂ କାରୁଥିତି
ଗୁଟେ ଯୋଜ୍ନା କର୍ତି ଭାଇ
“ମୁନୁଷ ପନ୍” ନାଁ ଦେତି ।
ମୁନୁଷ୍ ଭିତରେ ମୁନୁଷ୍ପନ୍
କୁଟ୍ କୁଟ୍ ଦେତି ଭରି
ଅଲ୍ଗା ଲୋକର୍ ଦୁଃଖେ ଜେନ୍ତା
ଆଁଏକ୍ ନୁ ଝର୍ତା ପାନି ।
ଦିନ୍କେ ଦୁଇଟା ଚାଷୀ ଭାଇ
ନାଇଁ ପିଉଥିତେ ବିଷ୍
ଚାଷୀର ହଁକ୍ ନେ ଲଢ୍ତି ମୁଁଇ
ସୁଝେ ଦେତି ସବୁ ରିସ୍ ।
ଗାଁ ଭୂଇଁ ଛାଡି ରାଜ୍ଧାନୀ ନେ
ନାଇଁ ରାହୁଥିତି ମୁଇ
ଦୁଃଖୀର ସାଙ୍ଗେ ଦୁଃଖ୍ ଭାଗ ମାଗି
ରହତି ଗାଁ ନେ ମୁଇ ।
ମୁନୁଷ୍ ଭିତରେ “ମୁନୁଷ୍ ପନ୍”
କୁଟ୍ କୁଟ୍ ଦେତି ଭରି
ଅଲ୍ଗା ଲୋକର୍ ଦୁଃଖେ ଯେନ୍ତା
ଆଁଏକ୍ ନୁ ଝରତା ପାନି ,
ଆଁଏକ୍ ନୁ ଝରତା ପାନି ।
ଅଫିସର ଯଦି ହେତି…
ଭାଇ…ଅଫିସର ଯଦି ହେତି ।
ବାଲକୁମାର ସାହୁ
କଳାହାଣ୍ଡି