କବିତା : ଗୀତରେ ଗୀତରେ

ଫେରିବିନି କେବେ ଅଦିନ ବସନ୍ତ
ଯୌବନ ଲାଳସା ମନେ
ଅଫେରା ଅତୀତ ତିନ୍ତାଏ ହୃଦୟ
ମରୀଚିକା ଗାଏ କାନେ ।।

କାକ କୋକିଳ ହଳଦୀ ବସନ୍ତ
ଗାଇବା ହେଲାଣି ଦୂର
ଯେବେଠୁ ସଜନୀ ତୁମେ ମୋଠୁ
ହୋଇଗଲ ସାତପର ।।

ନିଜର ଭାବିକି ସିନ୍ଦୁର ଦେଲି ମୁଁ
କଲ ମୋତେ ହୀନିମାନ
ଲୋକେ ଲଜ୍ୟା ନିନ୍ଦା ସବୁଶୁଣି
ବଧିର ହେଲାଣି କାନ ।।

ଆଉ କା ହାତରେ ସିନ୍ଦୁର ସିନ୍ଥିରେ
ନାଇଁ ସାଜିବ ବଧୂ
ମୋ ପାଇଁ ଜହର ମାଦକ ସତରେ
ହେବ ନିତି ପୁଷ୍ପମଧୁ ।।

କା ଆଗେ ଗାଇବି ନିରବ ବେଦନା
କିଏ ବା ବୁଝିବ ମୋତେ
ମୁଁ ନିତି ଖୋଜେ ମୋ କବିତାରେ
ନିଜ ଛବି ଖାଲି ନିଜେ ।।

ବୟସ ପ୍ରେମର ଖସିଗଲା କେବେ
ଜଣାତ ପଡିଲା ନାହିଁ
ବସନ୍ତ କେବେ ହେଁ ଆସି ସତେ
ମୋତେ ଛୁଇଁ ନାହିଁ ।।

ଲେଖିଛି କବିତା ତୋଳିଛି ଗଳ୍ପ
ସବୁଠି ତୁମେ ନାୟିକା
ବିରହୀ ପ୍ରେମିକ ଲେଖେ ଯାହା
କାହାଣୀରେ ଖାଲି ଧୋକା ।।

ଅଭିମାନ ଅନୁରାଗ ଯେତେ ସବୁ
ମୋ ପାଇଁ ହୋଇଛି ଦୂର
ଯେବେଠୁ ପିନ୍ଧି ସିନ୍ଦୁର ପ୍ରିୟା
ଗାଁ ଠୁ ହୋଇଲା ଦୂର ।।

ଆଉ କେବେ ଯଦି ଦେଖା ହୁଏ
ଏକୁଟିଆ ତମେ ସାଥେ
ହେବିନି କଥା ଟେକି ମୁଁ ମଥା
ଚାଲିଯିବି ମୁଁ ମୋ ପଥେ ।।

ବିଦାୟ ସଜନୀ ପାହୁଏ ସଜନୀ
କଟିଯାଉ ବିରହରେ
ଆଉ ଯେତେଦିନ ତାମବିନା ମୋର
କଟିବ ନୀରବ ସୁଖରେ ।।

 

ତପନ କୁମାର ସାହୁ

ରିଞ୍ଜା
କଳାହାଣ୍ଡି

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in

Leave a Reply

Your email address will not be published. Required fields are marked *

error: You are not allowed to copy this content. Thank you.