ସମୟ ସହିତ ସଂଘର୍ଷ କରି
ପେଟ ଚାଖଣ୍ଡକ ପାଇଁ
ଭୁଲି ମାତୃଭୂମି କଥା ଆଜି
ଦାଦନ ସାଜିଛି ମୁହିଁ ।
ଭବିଷ୍ୟତ ଅମା ଅନ୍ଧକାରେ
ସ୍ଵପ୍ନରେ ବିଶ୍ୱାସ ନାହିଁ
ପରିବାର ଖୁସି ଟିକେ ଚାହିଁ
ଚାଲେ କର୍ମ କ୍ଲାନ୍ତି ସହି ।
ଭୁଲି ଯାଇ ଆଖିର ନିଦକୁ
ଲୁଚାଇ ଛାତିର କୋହ
ନିଦାଘେ କର୍ମରେ ଲିପ୍ତ ହୁଏ
ବଞ୍ଚେ ପିଇ ଆଖି ଲୁହ ।
ଶ୍ରାବଣର ବରଷା ଝଡିରେ
ଭିଜେ ମୁଁ ଅଶ୍ରୁ ସାଗରେ
ଲୁଚାଏ ଆପଣାର କଷ୍ଟକୁ
ହୃଦୟର ଗନ୍ତାଘରେ ।