ବିଜୁ ଏକ୍ସପ୍ରେସ ୱେ ନିର୍ମାଣରେ ଅନିୟମିତତା : ବୋଧେ ଦୂର୍ଘଟଣା ହେଲାପରେ ପସିବ ଚେତା !

ନୂଆପଡା,୨୭/୫ : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଏକ ଜନହିତକର ଯୋଜନା “ବିଜୁ ଏକ୍ସପ୍ରେସ ୱେ” ରାଜ୍ୟର ସହରଠୁ ଗାଁ ଗାଁରେ ପହଞ୍ଚି ପାରିଛି । ତେବେ ନୂଆପଡା ଜିଲ୍ଲାରେ ଏହି ରାସ୍ତାକାମ କିପରି ଚାଲିଛି ସେଥିପ୍ରତି ବୋଧେ କାହାର ନିଘାନାହିଁ । ଅଭିଯୋଗ ଉପରେ ଅଭିଯୋଗ ହେଉଛି ବିଜୁ ଏକ୍ସପ୍ରେସ ୱେର ନିର୍ମାଣ ବ୍ୟାପକ ଅନିୟମିତତା ହେଉଛି । ମନଇଚ୍ଛା କାମକରୁଛନ୍ତି ଠିକାଦାର । 

Omkar Vasthu
Omkar Vasthu

ବେଧଡକ ଚାଲିଛି ଠିକାଦାରଙ୍କ ମନମୁଖୀ କାମ

Pearl dental clinic
Near Ashish Medical Store, Bhawanipatna

ବିଜୁ ଏକ୍ସପ୍ରେସ ୱେ ରାଜ୍ୟର ବିଭିନ୍ନ ଦୁର୍ଗମ ଅଞ୍ଚଳ ଦେଇ ଯାଇଥିବା ବେଳେ ନୂଆପଡା ଜିଲ୍ଲାର ଅଧିକାଂଶ ଗାଁ ଓ ସହର ଦେଇ ଯାଇଛି । ଘାଟିପଡା ଠାରୁ ଆରମ୍ଭ ହୋଇ ସିନାପାଲି ପର୍ଯ୍ୟନ୍ତ ଏହି ରାସ୍ତା ନୂଆପଡା ଜିଲ୍ଲା ରେ ପ୍ରସାରିତ ହୋଇଅଛି । ଏହି ରାସ୍ତା କୁ ୫ଟି ଭାଗ ରେ ବିଭକ୍ତ କରାଯାଇ ବିଭିନ୍ନ ଠିକାଦାର ମାନଙ୍କୁ ଟେଣ୍ଡର ଜରିଆରେ କାମ ଦିଆ ହୋଇଛି । ସଦର ଠାରୁ ୬ କି.ମି ଦୂର ଘାଟିପଡା ଠାରୁ ଠୋଙ୍ଗୋ ପର୍ଯ୍ୟନ୍ତ ରାସ୍ତା କାମ ଏ.ଭି.ଆର. କନ୍ସଷ୍ଟ୍ରକସନ ନାମକ ଏକ କମ୍ପାନୀ କରୁଛି ତେବେ ଏହି ରାସ୍ତା ନିର୍ମାଣ କାମ ଚାଲିଥିବା ବେଳେ ପଥିକଙ୍କ ସୁରକ୍ଷା ପ୍ରତି ଧ୍ୟାନ ଦିଆଯାଉନଥିବା ଅଭିଯୋଗ ହେଉଛି ।

Udyog Nursery
Udyogi Nursery

ଦିଗ ଫଳକ ଓ ସାବଧାନ ସୁରକ୍ଷା ଫଳକ ନାହିଁ

 

ନିର୍ମାଣଧିନ ରାସ୍ତାର ଅନେକ ସ୍ଥାନରେ ଖାଳ ରହିଯାଇଛି ଯାହା ଯେ କୌଣସି ସମୟରେ ଦୂର୍ଘଟଣାକୁ ଆମନ୍ତ୍ରଣ କରୁଛି । ରାସ୍ତାର ଅନେକ ସ୍ଥାନରେ ପୋଲ ପୋତା ହେଉଛି କିନ୍ତୁ ସାବଧାନ ସୁରକ୍ଷା ଫଳକ ଓ ଦିଗ ଫଳକ ନାହିଁ । ଏହି ପରିଧି ମଧ୍ୟରେ କେବଳ ୨ ରୁ ୩ଟା ସ୍ଥାନ କୁ ଛାଡିଦେଲେ ଫଳକର ନା’ ଗନ୍ଧ ନାହିଁ । ଏହି ରାସ୍ତାରେ ହଜାର ହଜାର ଯାନବାହାନ ଯିବା ଆସିବା କରେ, ହେଲେ ଦିନ ବେଳେ ଧୂଳି ବଳି ଖାଇ ଲୋକେ ବାଧ୍ୟ ହୋଇ ଯିବା ଆସିବା କରୁଛନ୍ତି କିନ୍ତୁ ରାତି ରେ ଏହି ରାସ୍ତା ଏକ ମୃତ୍ୟୁ ଶଯ୍ୟା ପାଲଟିଛି । ଏହି ରାସ୍ତା ରେ ବର୍ତମାନ ପର୍ଯ୍ୟନ୍ତ କୌଣସି ବଡ ଧରଣର ଦୁର୍ଘଟଣା ହୋଇନାହିଁ ସତ କିନ୍ତୁ ଛୋଟ ଛୋଟ ଦୂର୍ଘଟଣାର ହିସାବ ନାହିଁ । ତେବେ ବର୍ତ୍ତମାନ ଖାମଖିଆଲଭାବେ ନିର୍ମାଣ କାର୍ଯ୍ୟ ଚାଲିଥିବା ସହ ପଥିକ ମାନଙ୍କ ପାଇଁ କୌଣସି ସୂଚନା ବ୍ୟବସ୍ଥା ନଥିବାରୁ ଆଗାମୀ ଦିନରେ ଏହି ରାସ୍ତାରେ ବଡ଼ ଧରଣର ଦୁର୍ଘଟଣାକୁ ଆଡେଇ ହେବନାହିଁ ।

ପ୍ରବଳ ଖରା ରେ କାମ କରୁଛନ୍ତି ଶ୍ରମିକ

ବର୍ତ୍ତମାନ ନୂଆପଡାରେ ପ୍ରବଳ ଗ୍ରୀଷ୍ମ ଲହରୀ ଅନୁଭୂତ ହେଉଛି । ତାପମାତ୍ରା ୪୦/୪୨ ଡିଗ୍ରୀ ରହୁଥିବାବେଳେ ପ୍ରଶାସନ ପକ୍ଷରୁ ଶ୍ରମିକ ମାନଙ୍କୁ ଖରାରେ କାମ ନକରିବାକୁ ସୂଚନା ଦିଆଯାଇଛି । ଏହି ନିୟମକୁ ଅନେକ ସରକାରୀ ବେସରକାରୀ ସଂସ୍ଥା ମାନିନେଇ ଶ୍ରମିକ ମାନଙ୍କ ସୁରକ୍ଷା ଉପରେ ଅଧିକ ଧ୍ୟାନ ଦେଉଛନ୍ତି । କିନ୍ତୁ ଏହି ରାସ୍ତା ନିର୍ମାଣକାରୀ ଠିକା ସଂସ୍ଥାରେ ଏହି ନିୟମ କାର୍ଯ୍ୟକାରୀ ହେଉନାହିଁ । ସମ୍ପୃକ୍ତ ଠିକାଦାରଙ୍କ ଅଧୀନରେ ଶ୍ରମିକମାନେ ବାଦ୍ଧ୍ୟହୋଇ ପ୍ରଚଣ୍ଡ ଖରାରେ ମଧ୍ୟ କାମ କରୁଥିବାର ଗାଁ ଲୋକ ଙ୍କ ନଜର ରେ ଆସିଛି ।

ବିଭାଗୀୟ ଅଧିକାରୀ କହିଲେ ଠିକାଦାରଙ୍କୁ ଜଣାଇବି

ରାସ୍ତାନିର୍ମାଣରେ ହେଉଥିବା ବିଭିନ୍ନ ଅନିୟମିତତା ସଂପର୍କରେ ରାସ୍ତା ଓ କୋଠା ଅଧିକାରୀ ଖରିଆର ଶ୍ରୀ କିଶୋର ପଣ୍ଡାଙ୍କୁ ପଚାରିବାରୁ ସେ କହିଲେ ହଁ ଏହା ସତ କଥା ଓ ମୁଁ ଅତିଶୀଘ୍ର ଠିକାଦାରଙ୍କୁ ଜଣାଇ ଉଚିତ ସ୍ଥାନରେ ଦିଗ ଫଳକ ଓ ସାବଧାନ ସୁରକ୍ଷା ଫଳକ ଲଗାଇବାର ବନ୍ଦୋବସ୍ତ କରେଇ ଦେବି ।

 ଲୋକଙ୍କ ଭରଷାକୁ ଭଙ୍ଗା ନଯାଉ

ଆଖ ପାଖ ଗାଁ ତଥା ନୂଆପଡା ଅନେକ ଅଞ୍ଚଳ ବାସୀ ଙ୍କ ପାଇଁ ବିଜୁ ଏକ୍ସପ୍ରେସ ରାସ୍ତା ଦ୍ୱାରା ଅନେକ ସୁଫଳ, ସୁବିଧା ଓ ପରିସ୍ଥିତି ସୁଧିବାର ଅପେକ୍ଷା ରେ ଥିଲା ବେଳେ ବିଭିନ୍ନ ଠିକାଦାର ମାନଙ୍କ ର ମନମୁଖୀ କାମ ଦ୍ୱାରା ଜନସାଧାରଣ ଙ୍କ ସରକାର ଓ ଅଧିକାରୀ ଙ୍କ ଉପରେ ଧୀରେ ଧୀରେ ବିଶ୍ୱାସ ଉଠିବାରେ ଲାଗିଛି । ଜିଲ୍ଲା ପ୍ରଶାସନ ତୁରନ୍ତ ହସ୍ତକ୍ଷେପ କରି ଏଭଳି ସମସ୍ୟା ନ ହେଉ ଓ ଏହି ସମସ୍ୟା ର ତୁରନ୍ତ ସମାଧାନ ହେଉ ବୋଲି ବୁଦ୍ଧିଜୀବୀ ମହଲ ରେ ମତ ପ୍ରକାଶ ପାଇଛି ।

 

 

ନୂଆପଡା ଜିଲ୍ଲା ପ୍ରତିନିଧି ମହେନ୍ଦ୍ର କୁମାର ବାଗ (ରାହୁଲ) ଙ୍କ ରିପୋର୍ଟ odiabarta.in

ହ୍ଵାଟ୍ସଆପରେ ଲେଟେଷ୍ଟ ଖବର ଓ ବିଚାର ଅପଡେଟ୍ ପାଇବା ପାଇଁ ତଳେ କ୍ଲିକ୍ କରନ୍ତୁ👇

http://bit.ly/odiabartagroup2

 

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in

Leave a Reply

Your email address will not be published. Required fields are marked *

error: You are not allowed to copy this content. Thank you.