ନୂଆପଡା,୨୮/୫ : ବାତ୍ୟା ଫୋନି ଉପକୂଳ ଓଡିଶାର ପ୍ରବଳ କ୍ଷୟ କ୍ଷତି କରିଛି । ବିପନ୍ନଙ୍କୁ ସହାୟତା ଯୋଗାଇଦେବାକୁ ନିତାନ୍ତ ଆବଶ୍ୟକ ହୋଇ ପଡ଼ିଥିବା ବେଳେ ବିଭିନ୍ନ ସଂଗଠନ ଓ ସମାଜସେବୀ ଏହା ପାଇଁ ହାତ ବଢ଼ାଇଛନ୍ତି । ଏ ନେଇ ନୂଆପଡା ପୋଲିସ ଗତ ମେ ମାସ ୯ ତାରିଖରେ ଏକ ଟ୍ରକ ଯୋଗେ ଆବଶ୍ୟକ ସାମଗ୍ରୀ ପୁରୀକୁ ପଠାଇ ଥିଲାବେଳେ ଗତ କାଲି ସକାଳେ ଆଉ ଏକ ଟ୍ରକ ଯୋଗେ ବିଭିନ୍ନ ସାମଗ୍ରୀ ପଠାଇଥିବାର ନୂଆପଡା ଥାନା ଅଧିକାର ଆଦିତ୍ୟ ମହାକୁଡ଼ ସୂଚନା ଦେଇଛନ୍ତି । ନୂଆପଡା ଆରକ୍ଷୀ ଅଧିକାରୀ ଆ.ପି.ଏସ ସ୍ମିଥ ପରମାରଙ୍କ ଅଧ୍ୟକ୍ଷତାରେ ଜିଲ୍ଲାର ବରିଷ୍ଠ ପୋଲିସ ଅଧିକାରୀ ଏବଂ ଏସ.ଡି.ପି.ଓ ପ୍ରଶାନ୍ତ ପଟ୍ଟନାୟକ ରିସର୍ଭ ଅଧିକାରୀ ପଙ୍କଜ ନାୟକଙ୍କ ଉପସ୍ଥିତରେ ରିସର୍ଭ ଅଫିସ ଠାରୁ ଏକ ଟ୍ରକ ଓ ଆର ୦୬ ଏ ଭି ୬୨୩୫ ରେ ଆବଶ୍ୟକୀୟ ସାମଗ୍ରୀ ଯଥା ଚାଉଳ, ଡାଲି, ବିସ୍କୁଟ, ସ୍କୁଲ ବେଗ, ମାଚିସ ଡବା, କ୍ଷୀର ପାଉଡର, ସାବୁନ, ଆଳୁ, ପିଆଜ, ମରିଚ ପାଉଡର, ଚା, ହଳଦୀ ଗୁଣ୍ଡ ପାଉଡର, ଦେହ ରେ ଲଗାଇବା ତେଲ, କପଡା ଧୁଆ ସାବୁନ, ପେନସିଲ, ରୁଟି ତାୱା, ଓ.ଆର.ଏସ ପାଉଡର, ଜୋତା, ଚପଲ, ଶାଢ଼ୀ, ଛୋଟ ଛୁଆ ଙ୍କ ଡ୍ରେସ, ଚିନି, ଖାଇବା ତେଲ, ଗୁଡ, ମଶା ମରା, ଟି -ଶାର୍ଟ, ଫୁଲ ଶାର୍ଟ, ହାଫ ପେଣ୍ଟ, ଫୁଲ ପେଣ୍ଟ, ଟ୍ରାଉଜର ଓ ଅନ୍ୟାନ୍ୟ ବିଭିନ୍ନ ସାମଗ୍ରୀ ଏଥିରେ ଅଛି । ନୂଆପଡା ପୋଲିସର ଏଭଳି ଅଭିନବ ପ୍ରୟାସ ପାଇଁ ଜିଲ୍ଲାବାସୀ ଗର୍ବିତ ଅନୁଭବ କରୁଥିବା ବେଳେ ଆରକ୍ଷୀ ଅଧିକାରୀ ଶ୍ରୀ ପରମାର ଓ ପୋଲିସ ଅଧିକାରୀଙ୍କୁ ବିଭିନ୍ନ ମହଲରୁ ଭୁୟଶୀ ପ୍ରଶଂଶା କରାଯାଉଛି ।


ନୂଆପଡା ଜିଲ୍ଲା ପ୍ରତିନିଧି ମହେନ୍ଦ୍ର କୁମାର ବାଗ (ରାହୁଲ)ଙ୍କ ରିପୋର୍ଟ odiabarta.in

ହ୍ଵାଟ୍ସଆପରେ ଲେଟେଷ୍ଟ ଖବର ଓ ବିଚାର ଅପଡେଟ୍ ପାଇବା ପାଇଁ ତଳେ କ୍ଲିକ୍ କରନ୍ତୁ👇





