ବଜ୍ରାପାତରେ ଜଣେ ମୃତ, ୨ ଗୁରୁତର

ନୂଆପଡା,୨୮/୫ : ଆଜି ସନ୍ଧ୍ୟା ୫ଟା ପାଖାପାଖି  ଭାଜିପଲା ଗାଁର ଆକାଶ ଶବର(୧୬), ଭୂପତ ଶବର(୨୫) ଓ ଖୁମନଲାଲ ଶବର(୨୫) ଙ୍କୁ ବିଜୁଳି ମାରିଛି ଯାହାଫଳରେ ଭୂପତ ଶବର ଙ୍କ ମୃତ୍ୟୁ ଘଟିଥିବାବେଳେ ଆକାଶ ଓ ଖୁମନଲାଲ ଗୁରୁତର ଅବସ୍ଥା ରେ ନୂଆପଡା ଜିଲ୍ଲା ମୁଖ୍ୟଚିକିତ୍ସାଳୟ ରେ ଭର୍ତ୍ତି ହୋଇଛନ୍ତି । ପ୍ରକାଶ ଯେ ଆକାଶ, ଖୁମନଲାଲ ଓ ଭୂପତ ଭାଜିପାଳ ଗାଁରେ ରୁହନ୍ତି । କୃଷକ ପାରିବାରୁ ଆସୁଥିବାରୁ ସେମାନେ ଭୂପତ ଙ୍କ ଖେତ କୁ ଧାନ ବିଡା ବାନ୍ଧିବା ପାଇଁ ଯାଇଥିଲେ । ଟିକେ ଟିକେ ବର୍ଷା ଆରମ୍ଭ ହେବା ଫଳରେ ପାଖରେ ଥିବା ଏକ ଆମ୍ବ ଗଛ ପାଖକୁ ଯାଇଥିଲେ । ସେଠାରେ ତାଙ୍କୁ ବିଜୁଳି ମାରିଲା । ଭୂପତ ସବୁଠୁ ଅଧିକ ଗୁରୁତର ହୋଇ ଯାଇଥିଲେ । ପରିବାର ଲୋକେ ଘଟଣା ସ୍ଥଳ ରେ ଉପସ୍ଥିତ ଥିଲେ ବୋଲି ଏମବୁଲାନ୍ସ କୁ ଯୋଗାଯୋଗ କରିବା ପାଇଁ ଚେଷ୍ଟା କଲେ କିନ୍ତୁ ହାରାହାରି ୧ଘଣ୍ଟା ଅପେକ୍ଷା କରିବା ପରେ ଏମବୁଲାନ୍ସ ନ ଆସିବା ଫଳ ରେ ନିଜର ସୁବିଧା ରେ ଭୂପତ, ଆକାଶ ଓ ଖୁମନଲାଲ ଙ୍କୁ ନୂଆପଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଅଣାଯାଇଥିଲା । ତେବେ ଡାକ୍ତରଖାନା ରେ ଭୂପତ ଙ୍କୁ ମୃତ ବୋଲି ଡାକ୍ତର ଘୋଷଣା କରିବା ପରେ ପରିବାର ବର୍ଗ ଅସହାୟ ହୋଇ ପଡିଛନ୍ତି. ଭୂପତ ଙ୍କ ବାପା ଓ ମା ଙ୍କ ଦୁଃଖ କହିଲେ ନ ସରେ. ଘର ର କିଶୋରଅବସ୍ଥା ର ସାନ ପୁଅ ଅଘଟଣ ରେ ମୃତ୍ୟୁ ଘଟି ଥିବାରୁ ତାଙ୍କ ବାପା ମା ଙ୍କ ଛାତି ଫାଟି ଯାଇଛି. ତେବେ ଜିଲ୍ଲା ପ୍ରଶାସନ ତଥା ମୁଖ୍ୟ ଜିଲ୍ଲା ଚିକିତ୍ସାଳୟ ଅଧିକାରୀ ସନ୍ତପ୍ପରିବାର ଙ୍କୁ କିଛି ସହାୟତା ପ୍ରଦାନ କରାଯାଇ ବୋଲି ଜନସାଧାରଣ ରେ ଦାବୀ କରାଯାଉଛି ।

Omkar Vasthu
Omkar Vasthu

 

ନୂଆପଡା ଜିଲ୍ଲା ପ୍ରତିନିଧି ମହେନ୍ଦ୍ର କୁମାର ବାଗ (ରାହୁଲ)ଙ୍କ ରିପୋର୍ଟ odiabarta.in

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in

Leave a Reply

Your email address will not be published. Required fields are marked *

error: You are not allowed to copy this content. Thank you.