ରୀତା ଅପରାଜିତା ମହାନ୍ତି
ଦଦରା ମାଠିଆ ଭଙ୍ଗା ହାଣ୍ଡି
ସବୁ ତ ଅଛି
ତଥାପି କାହିଁକି ଏତେ ଡେରି????
ଲୁହର ସଂଯୋଇ ତ ଶୁଖିଆସିଲାଣି ତଥାପି ଆଉ କେତେ ଡେରି ….?????
ଦିନ ରାତିର ଚକ୍ର ତ ଘୁରୁନି ମୋ ପାଇଁ
ଆଜି ସବୁ ସ୍ଥିର ହେଇଯାଇଛି
ତଥାପି କାହିଁକି ଏତେ ଡେରି…?????
ରାତି ଅଧରେ ବି ଶାନ୍ତି ର ନିଦ ନାହିଁ ….?????
ମୋ ସ୍ୱପ୍ନ ,ମୋ କଳ୍ପନା ରେ
ଅଦ୍ଭୁତ ଚିନ୍ତା ଘାରେ
ତଥାପି କାହିଁକି ଏତେ ଡେରି….?????
ନାଉରୀ ତ ନାହିଁ
ମୋ ନଉକା ମୋ ଫଟା
ତଥାପି କାହିଁକି ଏତେ ଡେରି…???
ଲକ୍ଷ ଦୌପଦୀ ର ଵସ୍ତ୍ର ହରଣ ତ ସରିଲାଣି
ତଥାପି କାହିଁକି ଏତେ ଡେରି….?????
ଆଉ କେତେ ଅପେକ୍ଷା
ଆଉ କେତେ ଯଂତ୍ରଣାର ସୁଅରେ ଭସାଇବ
ଏ ଦେହରୁ ଆତ୍ମ ପକ୍ଷୀର ଆତ୍ର ଚିତ୍କାର କଣ ଶୁଭୁ ନାହିଁ
ଶୁଖିଲା ପତ୍ର ,ଶୁଖିଲା ବାଉଁଶ, କିରାସିନି ଜଳନ୍ତା ନିଆଁ ସବୁ ତ ଅଛି
ତଥାପି ଆଉ କେତେ ଡେରି
ସବୁ ତ ପାଉଁଶ ଜଳିଯାଏ
ଆକାଶ ,ପୃଥିବୀ
ତଥାପି ଆଉ କେତେ ଡେରି ????
ମଣିଷର ସମ୍ପୂର୍ଣ୍ଣ ମୁକ୍ତିପାଇଁ????
ପ୍ଲଟ ନ ୮୩(ସି)
ଭୁବନେଶ୍ୱର-୨୧
ହ୍ଵାଟ୍ସଆପରେ ଲେଟେଷ୍ଟ ଖବର ଓ ବିଚାର ଅପଡେଟ୍ ପାଇବା ପାଇଁ ତଳେ କ୍ଲିକ୍ କରନ୍ତୁ👇