ଉତ୍କଳ ଆଲୁମିନା ପକ୍ଷରୁ ମଲ୍‍ଟି ସ୍ପେଶାଲିଟି ସ୍ୱାସ୍ଥ୍ୟ ଶିବିର ଆୟୋଜିତ

ଓଡ଼ିଆ ବାର୍ତ୍ତା/ ରାୟଗଡା/ କାଶିପୁର (ଶିବ ନାରାୟଣ ଗୈାଡ/ ଆଲାରାମ ଭାତ୍ରା): ଏହି ଅଞ୍ଚଳର ଗୋଷ୍ଠୀ ସ୍ୱାସ୍ଥ୍ୟ ଏବଂ କଲ୍ୟାଣ ଦିଗରେ ନିଜର ନିରନ୍ତର ପ୍ରୟାସରେ ଆଦିତ୍ୟ ବିର୍ଲା ଗ୍ରୁପ୍‍ର ହିଣ୍ଡାଲ୍‍କୋ ଇଣ୍ଡଷ୍ଟ୍ରିଜ ଲିମିଟେଡର ଏକ ସହଯୋଗୀ ସଂସ୍ଥା ଉତ୍କଳ ଆଲୁମିନା ଇଣ୍ଟରନ୍ୟାସନାଲ ଲିମିଟେଡ ଚଳିତ ଅକ୍ଟୋବର ମାସ ୫ ତାରିଖରେ ପୁନରୁତ୍‍ଥାନ ଭଲ୍ୟୁଣ୍ଟାରୀ ଅର୍ଗାନାଇଜେସନ୍‍ ସହଯୋଗିତାର କାଶୀପୁର ବ୍ଲକ୍‍ର ମାଇକଞ୍ଚ ଗ୍ରାମପଞ୍ଚାୟତ ଅନ୍ତର୍ଗତ ନୂଆଗାଁ ଗ୍ରାମରେ ଏକ ମଲ୍‍ଟିସ୍ପେଶାଲିଟି ସ୍ୱାସ୍ଥ୍ୟସେବା ଶିବିର ଆୟୋଜିତ ହୋଇଥିଲା ।ଦୁର୍ଗମ ଅଞ୍ଚଳ ଏବଂ ଆର୍ଥିକ ଅକ୍ଷମତା କାରଣରୁ ସ୍ଥାନୀୟ ଅଧିବାସୀ ଏହିସବୁ ସେବାର ସୁଯୋଗ ନେଇପାରୁନଥିବା କାରଣରୁ ଏଭଳି ସ୍ପେଶାଲିଟି ସ୍ୱାସ୍ଥ୍ୟ ସେବା ଶିବିର ଆୟୋଜନ କରାଯାଇଥିଲା ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

ଉତ୍କଳ ଆଲୁମିନା ପାରିପାର୍ଶ୍ଵିକ ଅଞ୍ଚଳର ୩୬ଟି ଗ୍ରାମରୁ ପ୍ରାୟ ୭୧୯ ଜଣ ଅଧିବାସୀ ମଲ୍‍ଟିସ୍ପେଶାଲିଟି ସ୍ୱାସ୍ଥ୍ୟ ଶିବିରର ସୁଯୋଗ ନେଇଥିଲେ ଏବଂ ଚକ୍ଷୁ ଯତ୍ନ, ସ୍ତ୍ରୀରୋଗ, ଚର୍ମ, ଶିଶୁ ରୋଗ ଓ ଭେଷଜ ଆଦି ବିଭାଗରେ ସେମାନଙ୍କୁ ସ୍ପେଶାଲିଟି ଚିକିତ୍ସା ସୁବିଧା ଯୋଗାଇ ଦିଆଯିବା ସହିତ ରୋଗୀଙ୍କୁ ମାଗଣା ଡାକ୍ତରୀ ପରାମର୍ଶ, ଔଷଧ ଏବଂ ଅଧିକ ଚିକିତ୍ସା ସେବା ନିମନ୍ତେ ଉଚ୍ଚତର ସ୍ୱାସ୍ଥ୍ୟ ପ୍ରତିଷ୍ଠାନକୁ ପ୍ରେରଣ କରାଯିବା ଆଦି ସେବା ଯୋଗାଇ ଦିଆଯାଇଥିଲା । ଏହି କାର୍ଯ୍ୟକ୍ରମରେ ସ୍ପେଶାଲିଷ୍ଟ ଡାକ୍ତର, ଗୋଷ୍ଠୀ ନେତୃବୃନ୍ଦ, ଚିକିତ୍ସା ଅଧିକାରୀ, ସରକାରୀ ଅଧିକାରୀ, ପୋଲିସ ଅଧିକାରୀ ଏବଂ ଉତ୍କଳ ଆଲୁମିନାର ଅଧିକାରୀବୃନ୍ଦ ଉପସ୍ଥିତ ଥିଲେ ।

Udyog Nursery
Udyogi Nursery

ଏହି ସ୍ୱାସ୍ଥ୍ୟସେବା ଶିବିର ଉଦ୍‍ଘାଟନ କାର୍ଯ୍ୟକ୍ରମରେ ଡଃ.ଅରିନ୍ଦମ ରୟଚୌଧୁରୀ, ହେଡ୍‍, ଉତ୍କଳ ମେଡିକାଲ ସର୍ଭିସେସ୍‍, ଶ୍ରୀମତୀ ଲୋପାମୁଦ୍ରା ମିଶ୍ର, ହେଡ୍‍ ସିଏସ୍‍ଆର ଆଣ୍ଡ୍‍ ସିଆର୍‍, ଉତ୍କଳ ଆଲୁମିନା, ବିଭିନ୍ନ ସ୍ୱାସ୍ଥ୍ୟସେବା ସୁବିଧାରୁ ସ୍ପେଶାଲିଷ୍ଟ ଡାକ୍ତରବୃନ୍ଦ ଏବଂ ଗୋଷ୍ଠୀ ନେତୃବୃନ୍ଦ କିଶୋର ଦିଶାରୀ, ମସ୍ତରାମ ପୁଝାରୀ ଉପସ୍ଥିତ ଥିଲେ । ମନୋଜ ଦାସ, ଡିପାର୍ଟମେଣ୍ଟ ହେଡ୍‍ ସିଏସ୍‍ଆର ମାଇନ୍ସ ଉତ୍କଳ ଆଲୁମିନାର ସିଏସ୍‍ଆର ଟିମ୍‍ ସହିତ ଏହି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।

ଲୋପାମୁଦ୍ରା ମିଶ୍ର, ହେଡ୍‍-ସିଏସ୍‍ଆର, ସିଆର୍‍ ଆଣ୍ଡ ସଷ୍ଟେନେବିଲିଟି ସମବେତ ଜନସାଧାରଣଙ୍କୁ ଉଦ୍‍ବୋଧନ ଦେବା ସହିତ ଉକ୍ତ ଅଞ୍ଚଳର ଜନସାଧାରଣ ସ୍ୱାସ୍ଥ୍ୟ ଓ କଲ୍ୟାଣ ଦିଗରେ ଉତ୍କଳ ଆଲୁମିନାର ପ୍ରତିବଦ୍ଧତା ଉପରେ ଗୁରୁତ୍ୱ ଦେଇଥିଲେ ।
ମଜହର ବେଗ୍‍, ୟୁନିଟ୍‍ ହେଡ ଉତ୍କଳ ଆଲୁମିନା ଚିକିତ୍ସା ସେବା ଯୋଗାଣକାରୀ, ସ୍ୱେଚ୍ଛାସେବୀ, ଗୋଷ୍ଠୀ ସଦସ୍ୟ ଏବଂ ନେତୃମଣ୍ଡଳୀଙ୍କୁ ଏହି କାର୍ଯ୍ୟକ୍ରମ ସଫଳ କରିବା ଦିଗରେ ଉତ୍କଳ ଆଲୁମିନା ସହିତ ସହଯୋଗର ହାତ ବଢାଇ ଥିବାରୁ ନିଜର ହାର୍ଦ୍ଦିକ କୃତଜ୍ଞତା ଜଣାଇଥିଲେ । 

“ମୁଁ ନିଶ୍ଚିତ ଯେ ଏହି ମଲ୍‍ଟି ସ୍ପେଶାଲିଟି ସ୍ୱାସ୍ଥ୍ୟ ଶିବିରର ଯଥେଷ୍ଟ ପ୍ରଭାବ ପଡିବ ଏବଂ ଆମ ଜନସାଧାରଣଙ୍କ ସ୍ୱାସ୍ଥ୍ୟ ଓ କଲ୍ୟାଣ ଉପରେ ଏହାର ଦୀର୍ଘସ୍ଥାୟୀ ସକରାତ୍ମକ ପ୍ରଭାବ ଅନୁଭୂତ ହେବା ସହିତ ଏହା ଏକ ସୁସ୍ଥ ଏବଂ ସୁଖୀ ସମାଜ ଗଠନ ଦିଗରେ ଅବଦାନ ରଖିବ” ବୋଲି ଶ୍ରୀ ବେଗ କହିଥିଲେ |

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.