ମା ତାରା ତାରିଣୀଙ୍କ ପୀଠରେ ସହସ୍ରକୁମ୍ଭାଭିଷେକ ଓ ଷୋଡ଼ଶ ପୂଜା 

ଓଡ଼ିଆ ବାର୍ତ୍ତା/ ପୁରୁଷୋତ୍ତମପୁର (ପ୍ରସନ୍ନ କୁମାର ଦାଶ): ଦକ୍ଷିଣ ଓଡିଶାର ପ୍ରସିଦ୍ଧ ପ୍ରାଚୀନ ଶକ୍ତି ପୀଠ ଓ ଗଞ୍ଜାମ ଜିଲ୍ଳାର ଅଧୃଷ୍ଠାତ୍ରୀ ଦେବୀ ମା’ ତାରା ତାରିଣୀଙ୍କ ସହସ୍ର କୁମ୍ଭ ଭିଷେକ ଓ ଷୋଡଶ ଦିନାତ୍ମକ ପୂଜା ଆସନ୍ତା କାଲି ଠାରୁ ଆରମ୍ଭ ହେବ | ଆଜି ସେବାୟତ ମହିଳାମାନେ ପୁଣ୍ୟତୋୟା ଋଷିକୁଲ୍ୟା ନଦୀରୁ ୧୦୮ ପିତଳ ଗରାରେ ପୁରୋହିତଙ୍କ ଦ୍ୱାରା ଗଙ୍ଗା ଦେବୀଙ୍କୁ ଆବାହନ କରି ଯଥା ନିତି ସଂସ୍କାର କରି ପାଣି ଧରି ପାହାଡ଼ ଉପରକୁ ଖାଲି ପାଦରେ ଚାଲି, ଚାଲି, ମନ୍ଦିର ଉପରକୁ ଯାଇ ମାଙ୍କ ପାଖକୁ ଯାଇ ସେଠାରେ ଷୋଡଶ ଉପଚାର ପୁଜା କରି ମାଙ୍କ ସହସ୍ର କୁମ୍ଭା ଭିଷେକ କାର୍ଯ୍ୟ ଯଥାରୀତି ଅନୁସାରେ ସମ୍ପାଦନ କରିଥିଲେ | ଏହି କାର୍ଯ୍ୟକ୍ରମରେ ପୁରୁଷୋତ୍ତମପୁର ତହସିଲଦାର ସନ୍ତୋଷ କୁମାର ସାହୁ, ମନ୍ଦିର କାର୍ଯ୍ୟ ନିର୍ବାହୀ ଅଧିକାରୀ ଟି କେ ରେଡ଼ୀ, ମନ୍ଦିର ସେବାୟତ ସଙ୍ଘ ସଭାପତି ତପନ କୁମାର ରଣା, ମୁଖ୍ୟ ସେବାୟତ ବାପୁଜୀ ରଣାଙ୍କ ସହିତ ସବୁ ସେବାୟତ ଓ ତାଙ୍କ ସହଧର୍ମଣୀ, ଏବଂ ସମ୍ପର୍କୀୟମାନେ ଏହି କାର୍ଯ୍ୟରେ ସହଯୋଗ କରିବା ସହିତ ଘଣ୍ଟ, ମୃଦଙ୍ଗ, ଶଙ୍ଖର ତାଳେ ତାଳେ ତାଳେ ମନ୍ଦିରରୁ ଚଳନ୍ତି ପ୍ରତିମାକୁ ବିମାନରେ ସ୍ନାନ ମଣ୍ଡପକୁ ଅଣାଯାଇଥିଲା | ସେଠରେ ରୀତିନୀତି ଅନୁସାରେ ପୁରୋହିତ ମାନଙ୍କ ମନ୍ତ୍ର ଉଚ୍ଚାରଣରେ ସହସ୍ର କୁମ୍ଭା ଭିଷେକ କାର୍ଯ୍ୟ କରା ଯାଇ ମାଙ୍କୁପୁଣି ମନ୍ଦିରକୁ ନିଆ ଯାଇଥିଲା | ଏହି ଉତ୍ସବରେ ବିଭିନ୍ନ ସ୍ଥାନରୁ ବହୁ ଭକ୍ତ ଉପସ୍ଥିତ ହୋଇ ମାଙ୍କ ଦର୍ଶନ କରି ସେମାନଙ୍କ ପରିବାର ସହିତ ଜଗତର ମଙ୍ଗଳ କାମନା କରି ତାଙ୍କର ଚରଣରେ ଆଶ୍ରିତ ହୋଇଥିଲେ | ଏହି ସାରଦିୟ ଅବସରରେ ୧୬ ଦିନ ବ୍ୟାପି ଆଶ୍ୱିନ ମାସ କୃଷ୍ଣ ପକ୍ଷ ମୂଳାଷ୍ଟମୀ ଠାରୁ ଶୁକ୍ଳ ପକ୍ଷ ମହା ନବମୀ ପର୍ଯ୍ୟନ୍ତ ଏହି ପୁଜା ଚାଲିବ | ଏହି ଅବସରରେ ମା’ଙ୍କ ପ୍ରତିଦିନ ସକାଳେ ଓ ସନ୍ଧ୍ୟାରେ ବିଭିନ୍ନ ନିତିକାନ୍ତି ଅବକାଶ, ମାଜଣା ସହିତ ଷୋଡଶ ଉପଚାର ପୁଜା, ଚଣ୍ଡୀପାଠ, ହୋମ, ଭୋଗ , ଆଳତି କାର୍ଯ୍ୟ କରାଯିବା ପାଇଁ ବ୍ୟବସ୍ତା ହୋଇଛି | ଭକ୍ତ ମାନଙ୍କ ଯେପରି କୌଣସି ଅସୁବିଧା ନହେବ ସେଥିପାଇଁ ସବୁ ବିଭାଗର ଅଧିକାରୀଙ୍କ ସହ ଗଞ୍ଜାମ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡା ଓ ଛତ୍ରପୁର ଉପଜିଲ୍ଲାପାଳ ପ୍ରସନ୍ନ କୁମାର ପାତ୍ର ଏହା ଉପରେ ଏକ ବୈଠକରେ ନିଷ୍ପତି ନେଇଛନ୍ତି |

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.