ବ୍ଲକ ସ୍ତରୀୟ ଲୋକକଳାକାରଙ୍କ କଳା ପ୍ରଶିକ୍ଷଣ ଶିବର

ଓଡ଼ିଆ ବାର୍ତ୍ତା/ ଖଲ୍ଲିକୋଟ (ମାଧବ ବେହେରା): ଖଲ୍ଲିକୋଟ ବ୍ଲକ ଅନ୍ତର୍ଗତ ବିଭିନ୍ନ ଗ୍ରାମାଞ୍ଚଳରେ ଲୋକ କଳାକାର ଦଳ ମାଧ୍ୟମରେ ସରକାରଙ୍କ ବିଭିନ୍ନ ଲୋକାଭିମୁଖୀ ଯୋଜନାକୁ ଲୋକଙ୍କ ନିକଟରେ ପହଞ୍ଚାଇବା ପାଇଁ ଖଲ୍ଲିକୋଟ ସ୍ଥିତ ମର୍ଦରାଜ କଲ୍ୟାଣ ମଣ୍ଡପ ପରିସର ରେ ବେଗୁନିଆପଡା ବ୍ଲକ କଳାକାର ସଂଘ ଉପ ସଭାପତି ମହେଶ୍ୱର ବରଡ଼ଙ୍କ ଅଧକ୍ଷତାରେ ବ୍ଲକ ସ୍ତରୀୟ ଲୋକ କଳାକାର ଦଳଙ୍କର ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି। ଆୟୋଜିତ ଶିବିରରେ ଗଞ୍ଜାମ ଜିଲ୍ଲା ସଂସ୍କୃତି ବିଭାଗର ପ୍ରାକ୍ତନ ଅଧିକାରୀ କୃଷ୍ଣ ଚନ୍ଦ୍ର ନିଶାଙ୍କ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଗଞ୍ଜାମ ଜିଲ୍ଲା ଲୋକ କଳାର ଆଦ୍ୟ ପୀଠ। ଏହି ଜିଲ୍ଲାରେ ପଶୁମୁଖା ନାଚ, ଭରତଲୀଳା, ରାଧା ପ୍ରେମଲୀଳା, ରାମ ନାଟ, ସାକ୍ଷୀ ନାଚ, ଦାସକାଠିଆ, ସଂଗୀତ ଭଳି କଳା ସମେତ ଓଡିଶାର ସର୍ବାଧିକ ଲୋକ କଳା ଦଳ ଅଛନ୍ତି। ବର୍ତମାନ ସରକାର ଲୋକକଳାକୁ ବଞ୍ଚାଇବାକୁ ପୃଷ୍ଠାପୋଷାକତା ଦେଉଛନ୍ତି। ତେଣୁ କଳାକାରମାନେ ଗୁଣାତ୍ମକ କଳା ମାଧ୍ୟମରେ ସରକାରୀ ଯୋଜନାକୁ ଲୋକାଭିମୁଖୀ କରିବା ପାଇଁ ପରାମର୍ଶ ଦେଇଥିଲେ। ଉକ୍ତ ପ୍ରଶିକ୍ଷଣ ଶିବିରରେ ଖଲ୍ଲିକୋଟ ବ୍ଲକ ଅଧକ୍ଷ ଦୈତାରୀ ବେହେରାଙ୍କ ସମେତ ପୋଲସରା ବ୍ଲକ କଳାକାର ସଂଘ ଉପସଭାପତି ସନ୍ୟାସୀ ମହାରଣା, କବିସୂର୍ଯ୍ୟନଗର କଳାକାର ସଂଘ ଉପସଭାପତି ରଙ୍କନିଧି ବେହେରା ଓ ଲଙ୍ଗଳେଶ୍ୱର ଆଞ୍ଚଳିକ କଳା ଓ ସାଂସ୍କୃତିକ ସଂଘ ନିର୍ଧେଶକ କବି ପ୍ରହଲ୍ଲାଦ ବେହେରା, ଖଲ୍ଲିକୋଟ କଳାକାର ସଂଘ ଉପସଭାପତି ଦିଗାମ୍ବର ମହାରଣା ଓ ଗଞ୍ଜାମ କଳାକାର ସଂଘ ଉପସଭାପତି ଶ୍ୟାମଘନ ବେହେରା ପ୍ରମୁଖ ଯୋଗ ଦେଇ ସରକାରୀ ଯୋଜନା ଗୁଡିକ ଗୀତ, ନାଚ ମାଧ୍ୟମ କିପରି ସୁରୁଚିପୂର୍ଣ୍ଣ ଓ ସୁମଧୁର ଭାବେ ଲୋକମାନଙ୍କ ମଧ୍ୟରେ ଆଦୃତ ହେବ, ସେ ନେଇ ତାଲିମ ପ୍ରଦାନ କରିଥିଲେ। ଉକ୍ତ କାର୍ଯ୍ୟକ୍ରମକୁ ଖଲ୍ଲିକୋଟ ବ୍ଲକ ଭାରପ୍ରାପ୍ତ ଗ୍ରାମପଞ୍ଚାୟତ ଅଧିକାରୀ ପରିଚାଳନା କରିଥିଲେ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.