ପାଲେଷ୍ଟାଇନକୁ ଯବାବ ଦେବାକୁ ଯୁଦ୍ଧ କ୍ଷେତ୍ରକୁ ଓହ୍ଲାଇଲା ଇସ୍ରାଏଲ

ଓଡ଼ିଆ ବାର୍ତ୍ତା/ ନୂଆଦିଲ୍ଲୀ: ଇସ୍ରାଏଲ୍ ଉପରେ ପାଲେଷ୍ଟାଇନ ଆତଙ୍କବାଦୀଙ୍କ ଆକ୍ରମଣର ଯବାବ ଦେବାକୁ ଯୁଦ୍ଧ କ୍ଷେତ୍ରକୁ ଓହ୍ଲାଇଛି ଇସ୍ରାଏଲ । ଆଜି ସକାଳେ ଗାଜା ଷ୍ଟ୍ରିପ୍ ରୁ ଇସ୍ରାଏଲ୍ ଉପରେ ଘନ ଘନ ରକେଟ୍ ମାଡ଼ କରିଛି ପାଲେଷ୍ଟାଇନ୍ । ପ୍ରାୟ ୫୦୦୦ ରକେଟ୍ ମାଡ଼ରେ କମ୍ପି ଉଠିଥିଲା ଇସ୍ରାଏଲ୍ । ଏହାର ପ୍ରତିଶୋଦ୍ଧ ନେବାକୁ ଇସ୍ରାଏଲର ଫାଇଟର ଜେଟ୍ ଏବେ ଯୁଦ୍ଧ କ୍ଷେତ୍ରରେ । ଇହୁଦୀ ଦେଶରେ ଆରମ୍ଭ ହୋଇଯାଇଛି ଭୟଙ୍କର ଯୁଦ୍ଧ । ଇସ୍ରାଏଲ ଉପରେ ହମାସ ପ୍ରଥମେ କ୍ଷେପଣାସ୍ତ୍ର ମାଡ କରିବା ପରେ ଇସ୍ରାଏଲ ବି ଯୁଦ୍ଧ ଘୋଷଣା କରି ଦେଇଛି । ଏହାର ଜବାବରେ ଇସ୍ରାଏଲ ଗାଜାପଟ୍ଟୀ ଉପରେ ଏକ ଡର୍ଜନରୁ ଅଧିକ ରକେଟ୍ ମାଡ କରିଛି । ଏହି ଆକ୍ରମଣରେ ବହୁ ଲୋକଙ୍କ ମୃତ୍ୟୁ ହୋଇଥିବା ଜଣାଯାଇଛି । ଏବେ ଇସ୍ରାଏଲ ଜରୁରୀକାଳୀନ ପରିସ୍ଥିତିରେ ଥିବା ବେଳେ ଦେଶର ବିରୋଧୀ ଦଳର ନେତା ମଧ୍ୟ ହମାସ ବିରୁଦ୍ଧରେ ଇସ୍ରାଏଲର ଏହି ଆକ୍ରମଣକୁ ସମର୍ଥନ କରିଛନ୍ତି । ଇସ୍ରାଏଲ ସେନା ଏକ ଘଣ୍ଟାରୁ ଅଧିକ ସମୟ ପର୍ଯ୍ୟନ୍ତ ଦେଶର ଦକ୍ଷିଣ ଓ ମଧ୍ୟ କ୍ଷେତ୍ରରେ ସାଇରନ୍ ବଜାଇ ଚେତାବନୀ ଜାରି କରିଥିଲେ । ଜନତାଙ୍କୁ ଆଶ୍ରୟ କେନ୍ଦ୍ରରେ ରହିବାକୁ ନିବେଦନ କରାଯାଇଥିଲା । ଇସ୍ରାଏଲ ସେନା ପକ୍ଷରୁ ଏହି ସୂଚନା ଦିଆଯାଇଛି କି ଗାଜାପଟ୍ଟୀରୁ ବହୁ ଆତଙ୍କବାଦୀ ଇସ୍ରାଏଲ ମଧ୍ୟକୁ ଜବରଦସ୍ତ ପ୍ରବେଶ କରିଛନ୍ତି । ଆଜି ସକାଳେ ଇସ୍ରାଏଲର ଅନେକ ସ୍ଥାନରେ ରକେଟ ବର୍ଷା ହୋଇଥିଲା । ଏଥିରୁ ବର୍ତ୍ତିବା ପାଇଁ ସୁରକ୍ଷିତ ସ୍ଥାନକୁ ଯିବାକୁ ଲୋକମାନଙ୍କୁ ସତର୍କ କରାଯାଇଛି । ରକେଟ ମାଡ ବେଳେ ଆଲର୍ଟ ନେଇ ପୁରା ଦେଶରେ ପ୍ରଚଣ୍ଡ ଶବ୍ଦରେ ସାଇରନ ବାଜିଥିବା ଶୁଣିବାକୁ ମିଳିଥିଲା । ପାଖାପାଖି ୩୦ ମିନିଟ ଧରି ଏହି ଆକ୍ରମଣ ଜାରି ରହିଥିଲା । ତେଲ ଅଭିଭ ୟୋଫୋ ଅଞ୍ଚଳରେ ମାତ୍ରାଧିକ ଆକ୍ରମଣ ହୋଇଥିବା ଜଣାପଡିଛି ।ଏହି ଆକ୍ରମଣରେ ପ୍ରାଥମିକ ସ୍ତରରେ ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଥିବା ବେଳେ ବର୍ତ୍ତମାନ ମୃତ୍ୟୁସଂଖ୍ୟା ୪ରେ ପହଞ୍ଚିଛି । କିଛି ଜଣ ଗୁରୁତର ଆହତ ମଧ୍ୟ ହୋଇଛନ୍ତି । ରକେଟ ମାଡ ପରେ ସମଗ୍ର ଦେଶରେ ହାଇଆଲର୍ଟ ଜାରି କରାଯାଇଛି ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.