କ୍ୟାବିନେଟ ମନ୍ତ୍ରୀ ଭାବରେ ଶପଥ ଗ୍ରହଣ କଲେ ଟିଟିଲାଗଡ ବିଧାୟିକା ଟୁକୁନି ସାହୁ 

ଟିଟିଲାଗଡ,୨୯/୫: ଚଳିତ ବର୍ଷ ଦ୍ବିତୀୟ ଥର ପାଇଁ ଟିଟିଲାଗଡ ବିଧାନସଭା ନିର୍ବାଚନ ମଣ୍ଡଳୀରୁ ବିଜେଡି ବିଧାୟିକା ଭାବେ ନିର୍ବାଚିତ ହୋଇଥିବା ଶ୍ରୀମତୀ ଟୁକୁନି ସାହୁ ଙ୍କୁ ମିଳିଛି କ୍ୟାବିନେଟ ମନ୍ତ୍ରୀ ପଦ । ୨୦୧୪ ରେ ପ୍ରଥମ ଥର ପାଇଁ ବିଧାୟିକା ହୋଇ ବିଧାନସଭା ପହଞ୍ଚି ଥିବା ଶ୍ରୀମତୀ ସାହୁ ଏଥର ପୁଣିଥରେ ୧୯୦୦୦ ରୁ ଉର୍ଦ୍ଧ ଭୋଟ ବ୍ୟବଧାନ ରେ ବିଜୟଲାଭ କରିଥିବାରୁ ତାଙ୍କୁ ମନ୍ତ୍ରୀ ପଦ ମିଳିବା ନେଇ କଳ୍ପନା ଜଳ୍ପନା ଯୋର୍ ଧରିଥିଲା ପରେ ତାଙ୍କୁ ମନ୍ତ୍ରୀ ମଣ୍ଡଳରେ ଗୁରୁ ଦାୟୀତ୍ବ ମିଳିବା ନେଇ ଗତ କାଳି ସନ୍ଧ୍ୟା ରେ ନବିନ ନିବାସରୁ ତାଙ୍କ ପଖକୁ ଫୋନ୍ କଲ ଆସିଥିଲା ।

ଆଜି ଭୁବନେଶ୍ବର ପ୍ରଦର୍ଶନୀ ପଡିଆ ରେ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ପଞ୍ଚମ ଥର ପାଇଁ ମୁଖ୍ୟମନ୍ତ୍ରୀ ପଦ ଓ ଗୋପନୀୟତା ପାଇଁ ଶପଥ କରିଥିବା ବେଳେ ତାଙ୍କ ଟିମ୍ ରେ ୧୧ କ୍ୟାବିନେଟ ମନ୍ତ୍ରୀ ଓ ୯ ରାଷ୍ଟ୍ର ମନ୍ତ୍ରୀ ଶପଥ ଗ୍ରହଣ କରିଛନ୍ତି । କ୍ୟାବିନେଟ ମନ୍ତ୍ରୀ ମାନଙ୍କ ମଧ୍ୟରେ ଜଣେ ମାତ୍ର ମହିଳା ଟିଟିଲାଗଡ ବିଧାୟିକା ଟୁକୁନି ସାହୁ କ୍ୟାବିନେଟ ପାହ୍ୟା ପାଇ ଶପଥ ଗ୍ରହଣ କରିଛନ୍ତି । ୧୯୮୦ ମସିହାରେ ଲଳିତ ମୋହନ ଗାନ୍ଧୀ ଏହି ନିର୍ବାଚନ ମଣ୍ଡଳୀରୁ ସୁଚନା ଓ ଲୋକସମ୍ପର୍କ ବିଭାଗର ମନ୍ତ୍ରୀ ହେବା ପର ଠାରୁ ମନ୍ତ୍ରୀ ପଦ ପାଇଁ ଟିଟିଲାଗଡ ବଞ୍ଚିତ ଥିବା ବେଳେ ଏଥର ଟୁକୁନି ସାହୁ ମନ୍ତ୍ରୀ ପଦ ହାତେଇଥିବାରୁ ତାଙ୍କୁ ଅଭିନନ୍ଦନ ର ସୁଅ ଛୁଟିବା ସହିତ ଟିଟିଲାଗଡ ଆଞ୍ଚଳିରେ ଖୁସିର ଲହରୀ ଖେଳିଯାଇଛି । ବର୍ତ୍ତମାନ ମନ୍ତ୍ରୀ ମଣ୍ଡଳର ବିଭାଗ ବଣ୍ଟନ ହୋଇଥିବାରୁ ଶ୍ରୀମତୀ ସାହୁଙ୍କୁ ମହିଳା ଓ ଶିଶୁ କଲ୍ୟାଣ ବିଭାଗର ଗୁରୁ ଦାୟୀତ୍ବ ମିଳିଛି ।

 

ଟିଟିଲାଗଡରୁ ଭିଷ୍ମସେନ ମହାକୁରଙ୍କ ରିପୋର୍ଟ odiabarta.in

 

ହ୍ଵାଟ୍ସଆପରେ ଲେଟେଷ୍ଟ ଖବର ଓ ବିଚାର ଅପଡେଟ୍ ପାଇବା ପାଇଁ ତଳେ କ୍ଲିକ୍ କରନ୍ତୁ👇

http://bit.ly/odiabartagroup2

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in

Leave a Reply

Your email address will not be published. Required fields are marked *

error: You are not allowed to copy this content. Thank you.