ଆତଙ୍କ ରଚୁଛି ଗଜରାଜ : ହାତୀ ଆକ୍ରମଣରେ ବୃଦ୍ଧା ଗୁରୁତର

କଳାହାଣ୍ଡି,୩୦/୫ : ଗତ କିଛିଦିନ ତଳେ ନର୍ଲା ବନଖଣ୍ଡର ଚେରେଡୁଙ୍ଗରି ଠାରେ ହାତୀ ଆକ୍ରମଣରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଥିବା ବେଳେ ପୁଣି କିଛି ଦିନ ବ୍ୟବଧାନରେ ଆତଙ୍କ ରଚିଛି ଗଜରାଜ । ଦନ୍ତା ଆକ୍ରମଣରେ ଗୁରୁତର ଆହତ ହୋଇ ଅଳ୍ପକେ ବଞ୍ଚି ଯାଇଛନ୍ତି ଜଣେ ୭୨ ବର୍ଷିଆ ବୃଦ୍ଧା । ନର୍ଲା ବନଖଣ୍ଡ ଅଞ୍ଚଳରେ ଘଟିଛି ଏପରି ଏକ ଦୂର୍ଘଟଣା । ପ୍ରାପ୍ତ ସୂଚନାରୁ ପ୍ରକାଶଯେ, ନର୍ଲା ବ୍ଲକ ଅଧୀନସ୍ଥ ତେର୍ଲୋ ଗ୍ରାମର ସପୁରୀ ବାରିକ (୭୨) ସ୍ଥାନୀୟ ପୋରଗେଲ ସଂରକ୍ଷିତ ଜଙ୍ଗଲକୁ ଆଜି (ଗୁରୁବାର) ସକାଳେ  ଟୋଲ ଗୋଟେଇବା ପାଇଁ ଯାଇଥିବା ସମୟରେ ଏକ ଦନ୍ତା ହାତୀ ଆସି ଆକ୍ରମଣ କରିଥିଲା । ଏଥିରେ ମହିଳାଙ୍କ ଡାହାଣ ଗୋଡ଼ ଜଙ୍ଘର ମାଂସ ଯାକ ଉପୁଡି ଯାଇଥିବା ବେଳେ ମୁଣ୍ଡରେ ମଧ୍ୟ ଗଭୀର ମାଡ ହେଇଛି । ସ୍ଥାନୀୟ ଲୋକ ଏବଂ ନର୍ଲା ବନପାଳ ମଧୁଙ୍କର ପୁଟେଲ, କମର୍ଧା ବନପାଳ ନବୀନ କୁମାର ମାଝୀ, ବନରକ୍ଷୀ ମାନସ ସାହୁ ଘଟଣା ସ୍ଥଳରେ ପହଞ୍ଚି ଉକ୍ତ ବୃଦ୍ଧାଙ୍କୁ ଉଦ୍ଧାର କରି ନର୍ଲା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ଆଣିଥିଲେ । ବର୍ତ୍ତମାନ ତାଙ୍କର ସ୍ବାସ୍ଥ୍ୟବସ୍ଥା ଠିକ ରହିଥିବା କଥା ପ୍ରକାଶ କରିଛନ୍ତି ଚିକିତ୍ସା କରୁଥିବା ଡାକ୍ତର ଅଶୋକ କୁମାର ଗୋଚ୍ଛାୟତ । ହାତୀ ଆକ୍ରମଣରେ ରକ୍ତଶ୍ରାବ ଅଧିକ ହୋଇଥିବାରୁ ତାଙ୍କୁ ଅଧିକ ଚିକିତ୍ସା ପାଇଁ ଭବାନିପାଟଣା ଜିଲ୍ଲାମୂଖ୍ୟ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯିବ ବୋଲି ସୂଚନା ମିଳିଛି ।

Omkar Vasthu
Omkar Vasthu

 

ସ୍ବତନ୍ତ୍ର ପ୍ରତିନିଧି ନିରଞ୍ଜନ ଗୌଡଙ୍କ ରିପୋର୍ଟ odiabarta.in

Pearl dental clinic
Near Ashish Medical Store, Bhawanipatna

ହ୍ଵାଟ୍ସଆପରେ ଲେଟେଷ୍ଟ ଖବର ଓ ବିଚାର ଅପଡେଟ୍ ପାଇବା ପାଇଁ ତଳେ କ୍ଲିକ୍ କରନ୍ତୁ👇

Udyog Nursery
Udyogi Nursery

http://bit.ly/odiabartagroup2

 

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in

Leave a Reply

Your email address will not be published. Required fields are marked *

error: You are not allowed to copy this content. Thank you.