ଓଡ଼ିଆ ବାର୍ତ୍ତା/ ନୂଆଦିଲ୍ଲୀ: ଭାରତର ବିଶିଷ୍ଟ କ୍ରିକେଟର ବିଶନ ସିଂ ବେଦୀଙ୍କର ପରଲୋକ ହୋଇଯାଇଛି । ପୂର୍ବତନ ଭାରତୀୟ ଦଳ ଅଧିନାୟକ ବେଦୀଙ୍କୁ ମୃତ୍ୟୁ ବେଳକୁ ୭୭ ବର୍ଷ ହୋଇଥିଲା । ଦୀର୍ଘ ଦିନ ଧରି ସେ ରୋଗରେ ପଡିବା ପରେ ସୋମବାର ତାଙ୍କର ନିଧନ ହୋଇଯାଇଛି । ବିଶନ ସିଂଙ୍କ ଜନ୍ମ ୧୯୪୬ ମସିହା ସେପ୍ଟେମ୍ବର ୨୫ ତାରିଖରେ ପଞ୍ଜାବର ଅମୃତସରରେ ହୋଇଥିଲା । ସେ ଭାରତ ପାଇଁ ୧୯୬୬ ଏକ ଟେଷ୍ଟରେ ଡେବ୍ୟୁ କରିଥିଲେ । ପରବର୍ତ୍ତୀ ୧୩ ବର୍ଷ ପାଇଁ ସେ ଟିମ ଇଣ୍ଡିଆର ସବୁଠାରୁ ବଡ ମ୍ୟାଚ ୱିନର ଥିଲେ । ସେ ୧୯୭୯ରେ କ୍ରିକେଟରୁ ସେ କ୍ରିକେଟରୁ ସନ୍ନ୍ୟାସ ନେଇଥିଲେ । ଏହି ସମୟ ମଧ୍ୟରେ ବିଶନ ସିଂ ୬୭ ଟେଷ୍ଟ ଖେଳି ୨୬୬ ୱିକେଟ ଅକ୍ତିଆର କରିଛନ୍ତି ବେଦୀ । ୧୯୭୫ରେ ଦିନିକିଆ ବିଶ୍ୱକପ୍ରେ ଭାରତ ପ୍ରଥମ ଥର କୌଣସି ଦିନିକଆ ମ୍ୟାଚ୍ ଜିତିଥିଲା। ଏହି ବିଜୟରେ ବେଦୀ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ। ବୋଲିଂ ବ୍ୟତୀତ ଟିମର ଲିଡରସିପ ନେବାରେ ମଧ୍ୟ ବେଶ ଦକ୍ଷତା ଥିଲା ବିଶନ ସିଂଙ୍କର । ୧୯୭୬ରେ ଟିମ ଇଣ୍ଡିଆର କ୍ୟାପଟେନ ଥିଲେ । ୧୯୭୮ ପର୍ଯ୍ୟନ୍ତ ଏହି ଦାୟିତ୍ୱ ସୁଚାରୁ ଭାବେ ନିଭାଇଥିଲେ । ସେ ୨୨ଟି ଟେଷ୍ଟ ମ୍ୟାଚ୍ରେ ଭାରତର ଅଧିନାୟକ ଦାୟିତ୍ୱ ତୁଲାଇଥିଲେ। ସେ ପ୍ରଥମ ଶ୍ରେଣୀ ମ୍ୟାଚ୍ରେ ୧୫୬୦ ଓ୍ୱିକେଟ୍ ନେବାର ରେକର୍ଡ ମଧ୍ୟ କରିଥିଲେ। କ୍ୟାପ୍ଟେନ ଥିବାବେଳେ ବିଶନ ସିଂହ ୧୯୭୬ରେ ସେତେବେଳର ସବୁଠାରୁ ଶକ୍ତିଶାଳୀ ଟିମ ୱେଷ୍ଟଇଣ୍ଡିଜକୁ ତାଙ୍କ ମାଟିରେ ହରାଇ ଟେଷ୍ଟ ଜିତିଥିଲେ । ଖେଳରୁ ବିଦାୟ ନେବା ପରେ ସେ କ୍ରିକେଟରେ କମେଣ୍ଟେଟର ଥିଲେ ।





