ଲାଞ୍ଜିଗଡ଼ରୋଡ଼ ସୁବର୍ଣ୍ଣ ଜୟନ୍ତୀ ଦୁର୍ଗାପୂଜାରେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଭକ୍ତ ଚରଣ ଦାସ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ):  ଲାଞ୍ଜିଗଡ଼ରୋଡ଼ ସାର୍ବଜନୀନ ଦୁର୍ଗାପୂଜା ମଣ୍ଡପରେ ଚାଲିଛି ୫୦ତମ ସୁବର୍ଣ୍ଣ ଜୟନ୍ତୀ ବର୍ଷ। ଆଜି (ସୋମବାର) ନବମୀ ତିଥି ଅବସରରେ ମାଁ ଦୁର୍ଗାଙ୍କୁ ଦର୍ଶନ କରି ଆଶିର୍ବାଦ ନେଇଛନ୍ତି ପୂର୍ବତନ କେନ୍ଦ୍ରମନ୍ତ୍ରୀ ଭକ୍ତଚରଣ ଦାସ। ଏହି ପରିପ୍ରେକ୍ଷୀରେ ଶ୍ରୀ ଦାସ ମାଁଙ୍କ ଆର୍ଶିବାଦ ଓ ଭୋଗ ଗ୍ରହଣ କରିବା ସହିତ ପୂଜା କମିଟି ସହିତ ଆଲୋଚନା କରିଥିଲେ। ଏଥିରେ ଶ୍ରୀ ଦାସଙ୍କ ସହ କଂଗେସ ଯୁବ ନେତା ଚାଞ୍ଚେର ମାଝୀ, ଲାଞ୍ଜିଗଡ଼ ବ୍ଲକ କଂଗ୍ରେସ କମିଟି ସଭାପତି ବିଜୟ ନାଏକ, ବରିଷ୍ଠ କଂଗ୍ରେସ ନେତା ଟି.ପ୍ରଭାକର ରାଓ, ମନୋଜ କୁମାର ରାଉତ, ରାଜେନ୍ଦ୍ର ମାଳୀ, କୈାନୁଜ ରାଉତ, ଗୋପାଳ ଦାସ ମହାନନ୍ଦ, କେଶବଚନ୍ଦ୍ର ବାରିକ, ଗୋପାଳ ସୁନାନୀ, ପ୍ରଦୀପ ମାଝୀ, ଗୋପାଳ ଖୁରା, ଭଗବାନ ମାଝୀ, ଉଦ୍ଧବ ମାଝୀ, ବଡ ବଗର୍ତ୍ତୀ, ଅରୁଣ ଛତ୍ରିଆ ପ୍ରମୁଖ ଉପସ୍ଥିତ ରହିଥିବା ବେଳେ ଲାଞ୍ଜିଗଡ଼ରୋଡ଼ ସାର୍ବଜନୀନ ଦୁର୍ଗାପୂଜା କମିଟି ସମ୍ପାଦକ ପ୍ରବଣ କୁମାର ରାଉତ, ସାଂସ୍କୃତିକ ସମ୍ପାଦକ ପୂର୍ଣ୍ଣଚନ୍ଦ୍ର ଗଉଡ଼, ଉପସଭାପତି ମିଥୁନ ସାହୁଙ୍କ ସମେତ ସମସ୍ତ ସଦସ୍ୟ ଓ କର୍ମକର୍ତ୍ତା ଉପସ୍ଥିତ ଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.