ସୁବର୍ଣ୍ଣପୁରରୁ ଶୁଭାଗଲା ଶିତଳଷଷ୍ଠୀ ଆରମ୍ଭର ତୁର୍ଯ୍ୟନାଦ

କୋଷାଗାରରୁ ବାହାରିଲେ ୧୦୮ ଭରି ର ସୁବର୍ଣ୍ଣ ଚନ୍ଦ୍ରଶେଖର

ସୋନପୁର,୫/୬ : ସୁବର୍ଣ୍ଣପୁର ଶୀତଳ ଷଷ୍ଠୀ ଯାତ୍ରା ଆଦ୍ୟପର୍ବ ମଙ୍ଗଳାର ଠାରୁ ଆଜିଠାରୁ ବିଧିବଦ୍ଧ ଭାବେ ଆରମ୍ଭ ହୋଇଥିବାରୁ ମନ୍ଦିରମାଳିନୀ ଏହି ସହର ବେଶ ଚଳଚଞ୍ଚଳ ହୋଇ ଉଠିଛି । ସୁବଣ୍ଣର୍ପୁର ଇଷ୍ଟଦେବ ଶ୍ରୀ ଶ୍ରୀ ଶ୍ରୀ ସୁବର୍ଣ୍ଣମେରୁ ମହାଦେବ ଓ ଜଗତ ଜନନୀ ମାତା ପାର୍ବତୀଙ୍କ ଏହି ବିବାହ ଯାତ୍ରାର ମୁଖ୍ୟ ଆକର୍ଷଣ । ୧୦୮ ଭରି ସୁବର୍ଣ୍ଣରେ ନିର୍ମିତ ଚନ୍ଦ୍ରଶେଖର ବାବାଙ୍କ ଜୀବନ୍ତ ପ୍ରତିମା ଭକ୍ତ ଓ ଶ୍ରଦ୍ଧାଳୁଙ୍କ ଦର୍ଶନ ପାଇଁ ଜିଲା କୋଷାଗାରରୁ ବାହାରି ନିଜସ୍ୱ ପହଞ୍ଚିଛନ୍ତି । ଏଥିପାଇଁ ଜିଲା କୋଷାଗାରରେ ଚନ୍ଦ୍ରଶେଖର ବାବାଙ୍କ ସହ ମହଣ ମହଣ ରୂପାରେ ନିର୍ମିତ ବିମାନର ପୂଜାର୍ଚ୍ଚନା ପରେ ସରକାରୀ ବିଧି ବ୍ୟବସ୍ଥା ଅନୁଯାୟୀ ଚନ୍ଦ୍ରଶେଖର ବାବାଙ୍କୁ ରୂପା। ବିମାନରେ ଉପବେଶନ କରାଯାଇଥିଲା । ରାଜାରାଜୁଡା ଅମଳରୁ ଚାଲି ଆସିଥିବା ପରମ୍ପରାଙ୍ ଅନୁଯାୟୀ ସେଠାରେ ବାବାଙ୍କୁ ସୁବର୍ଣ୍ଣ ନିର୍ମିତ କଣ୍ଠିମାଳୀ ଆଭୂଷଣ କରାଯାଇଥିଲା । କନ୍ୟାପିତା ଶୁକ୍ଳାମ୍ବର ପାଣିଗ୍ରାହୀ ଓ ବରପିତା ଅର୍ଜୁନ ରଥ ପ୍ରମୁଖଙ୍କ ଉପସ୍ଥିତିରେ ସୁବର୍ଣ୍ଣ ଚନ୍ଦ୍ରଶେଖର ବାବାଙ୍କୁ ବିମାନରେ ବିଜେ କରାଇ ପୂଜାର୍ଚ୍ଚନା କରାଯାଇଥିଲା ।

ଏଥିରେ ଜିଲାପାଳ ମଧୁସୂଦନ ମିଶ୍ର, ଆରକ୍ଷୀ ଅଧିକ୍ଷକ ଦେବୀ ପ୍ରସାଦ ଦାଶ, ଅତିରିକ୍ତ ଜିଲାପାଳ ଶରତ ଚନ୍ଦ୍ର ପଣ୍ଡା, ଜିଲା ଦେବୋତ୍ତର ନିର୍ବାହୀ ଅଧିକାରୀ ତଥା ଉପଜିଲାପାଳ ବଳରାମ ମଲ୍ଲିକ, ଉପକୋଷାଗାର ଅଧିକାରୀ ଡମ୍ବରୁଧର ଦାସ, ଶୀତଳଷଷ୍ଠୀ ଯାତ୍ରା ପରିଚାଳନା କମିଟି ସଭାପତି କିଶନଲାଲ ଅଗ୍ରୱାଲ, ସମାଜସେବୀ ଶ୍ରୀବତ୍ସ ମଲ୍ଲିକ, ଚକ୍ରାୟୁଧ ନାଏକ ପ୍ରମୁଖଙ୍କ ସହ ସତ୍ୟବାଦୀ ଥନାପତି, ଗୌରୀ ଶଙ୍କର ବେହେରା, ଲକ୍ଷ୍ମୀନାରାୟଣ ଥନାପତି, ସୁଦାମ ପୁଝାରୀ, ଚିତ୍ତରଞ୍ଜନ ପୂଝାରୀ, ରାମଶଙ୍କର ସାହୁ, ଶୋଭାପ୍ରକାଶ ମିଶ୍ର, ସୁବାସ ପଣ୍ଡା ପ୍ରମୁଖଙ୍କ ସହ ଉଭୟ ଦେବୋତ୍ତର ଓ କୋଷାଗର ସମସ୍ତ କର୍ମଚାରୀ ଉପସ୍ଥିତ ଥିଲେ । ପରେ କଡା ପୁଲିସ ସୁରକ୍ଷା ମଧ୍ୟରେ ବାବା ଚନ୍ଦ୍ରଶେଖର ଓ ରୂପା  ନିର୍ମିତ ବିମାନକୁ ଥନାପତି ଡା ଚନ୍ଦ୍ରଶେଖର ବାବାଙ୍କ ମନ୍ଦିରକୁ ନିଆଯାଇଥିଲା । ଅନ୍ୟ ପକ୍ଷରେ ଏଠାରେ ଅନୁଷ୍ଠିତ
ହେଉଥିବା ଦେବଦମ୍ପତକ୍ଟଙ୍କ ଶୀତଳଷଷ୍ଠୀ ଯାତ୍ରା ସମ୍ପସର୍ଣ୍ଣ ଲୋକାଚାର ମତେ ହେଉଥିବାରୁ ବିଧି ଅନୁଯାୟୀ ଆଜି ଉଭୟ କନ୍ୟାପିତା ଓ ବରପିତା ପ୍ରତିନିଧିଙ୍କ ବାସଭବନରେ ପଙ୍କରମ୍ପରକ୍ଟକ ମାଟିକା ପର୍ବ ମଧ୍ୟ ଅନୁଷ୍ଠିତ ହୋଇଯାଇଛି । ଏଥିାଇଁ ଆଜି ସନ୍ଧ୍ୟାରେ ଉଭୟ ଘୋଡାଘାଟପଡା ହିମାଦ୍ରୀ ନଗର ଓ ଶାନ୍ତିନଗର କୈଳାସପୁରରେ ଶତାଧିକ ମହିଳା ଏହି ଦେବ ଦମ୍ପତକ୍ଟଙ୍କ ବିବାହ ଉତ୍ସବର ମାଟିକା ପର୍ବରେ ସାମିଲ ହୋଇଥିଲେ । ଦେବ ଦମ୍ପତକ୍ଟଙ୍କ ଏହି ଉତ୍ସବକୁ ଦେଖିବା ପାଇଁ ଜିଲା ତଥା ଜିଲା ବାହାରୁ ଶତାଧିକ ଭକ୍ତ ଓ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥିଲା ।

 

ସୋନପୁର ଜିଲ୍ଲା ପ୍ରତିନିଧି ସୁଶାନ୍ତ କୁମାର ସାହୁଙ୍କ ରିପୋର୍ଟ odiabarta.in
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.