ସୁବର୍ଣ୍ଣପୁରଠାରେ ୬୧ତମ ଗୃହରକ୍ଷୀ ପ୍ରତିଷ୍ଠା ଦିବସ ପାଳିତ

ଓଡ଼ିଆ ବାର୍ତ୍ତା/ ସୁବର୍ଣ୍ଣପୁର (ରାଜ କିଶୋର ତ୍ରିପାଠୀ): ରିଜର୍ଭ ପଡିଆଠାରେ ଆଜି ୬୧ତମ ହୋମଗାର୍ଡ ଦିବସ ପାଳନ ହୋଇଯାଇଛି। ଏହି କାର୍ଯ୍ୟକ୍ରମର ମିଳିତ ପେରେଡରେ ୨ ପ୍ଲାଟୁନ ଗୃହରକ୍ଷୀ ବାହିନୀ ଯୋଗ ଦେଇଥିଲେ। ଏଥିରେ ମୁଖ୍ୟ ଅତିଥି ଭାବରେ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ହେମନ୍ତ କୁମାର ପାଢ଼ୀ ଯୋଗଦେଇ ପ୍ୟାରେଡ ଅଭିବାଦନ ଗ୍ରହଣ କରିବା ସହ ଉପସ୍ଥିତ ସମସ୍ତଙ୍କ ଉଦ୍ଦେଶ୍ୟରେ ନିଜ ବକ୍ତବ୍ୟରଖି ଗୃହରକ୍ଷୀଙ୍କ କର୍ତ୍ତବ୍ୟ ସମ୍ପାଦନରେ ତାଙ୍କର ଭୂମିକାକୁ ଭୂରି ଭୂରି ପ୍ରଶଂସା କରିବା ସହ ପ୍ରାକୃତିକ ଦୁର୍ବିପାକ ସମୟରେ ତାଙ୍କର ସେବା ମନୋଭାବ ପ୍ରଦର୍ଶନକୁ ସାବାସୀ ଦେଇଥିଲେ। ଏହି ଅବସରରେ ମାନ୍ୟବର ରାଜ୍ୟପାଳ, ମୁଖ୍ୟମନ୍ତ୍ରୀ ଓ ହୋମଗାର୍ଡ ଡିଜିଙ୍କ ବାର୍ତ୍ତା ପଠନ କରି ସମବେତ ହୋମଗାର୍ଡଙ୍କ ଉତ୍ତରୋତ୍ତର ଉନ୍ନତି କାମନା କରିଥିଲେ। ପରେ ଉତ୍ତମ କାର୍ଯ୍ୟ ଦକ୍ଷତା ପାଇଁ ହୋମଗାର୍ଡ ବାହିନୀର ମହିଳା ଗୃହରକ୍ଷୀ ସୀତା ପ୍ରଧାନ, ସୋନପୁର ଗୃହରକ୍ଷୀ ସଞ୍ଜିବ ରଥ ଓ ବୀର ମହାରାଜପୁର ଗୃହରକ୍ଷୀ ରଞ୍ଜିତ ଚାନ୍ଦଙ୍କୁ ମାନପତ୍ର ସହ ପୁରସ୍କାର ପ୍ରଦାନ କରିଥିବାବେଳେ ଆଜିର ଏହି କାର୍ଯ୍ୟକ୍ରମରେ ଏସିପି ବିରେନ୍ଦ୍ର ନାୟକ, ବୀରମହାରାଜପୁର ଏସଡିପିଓ ବାସୁଦେବ ଛତ୍ରୀଆ, ସୋନପୁର ଏସଡିପିଓ ପ୍ରତାପ ତ୍ରିପାଠୀ, ଆରକ୍ଷୀ ନିରୀକ୍ଷକ ସରୋଜ ବେହେରା, ସର୍ଜେଣ୍ଟ ନିଳକଣ୍ଠ କୁଅଁରଙ୍କ ସମେତ ଜିଲ୍ଲାର ବିଭିନ୍ନ ପୋଲିସ ଅଧିକାରୀ ପ୍ରମୁଖ ଯୋଗଦାନ କରିଥିଲେ। ଏ ଅବସରରେ ଗୃହରକ୍ଷୀ ବାହୀନିଙ୍କ ପକ୍ଷରୁ ଏକ ମାଗଣା ସ୍ଵାସ୍ଥ୍ୟ ଓ ମହାନଦୀ ନେତ୍ର ଚିକିତ୍ସାଳୟ ସହାୟତାରେ ଚକ୍ଷୁ ପରୀକ୍ଷା ଶିବିର ମଧ୍ୟ ଅନୁଷ୍ଠିତ ହୋଇଥିଲା।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.