କୋଟି କୋଟି ଟଙ୍କା ଠକି ନେଲା ପ୍ରିସିଜନ ଏଗ୍ରୋ ଇଣ୍ଡିଆ ପ୍ରାଇଭେଟ ଲିମିଟେଡ

ଓଡ଼ିଆ ବାର୍ତ୍ତା/ ସୁବର୍ଣ୍ଣପୁର (ରାଜ କିଶୋର ତ୍ରିପାଠୀ) : ସୁବର୍ଣ୍ଣପୁର ଜିଲ୍ଲାରେ ପୁଣି ଗରୀବ ଓ ନୀରିହ ମହିଳାମାନେ ଠକେଇର ଶିକାର ହୋଇଛନ୍ତି। ଘରୋଇ କଂପାନୀ ଖୋଲି ମହିଳାମାନଙ୍କୁ ସଂଗଠିତ କରି ସ୍ବାବଲମ୍ବୀ କରିବାର ପ୍ରତିଶୃତି ଦେଇ କୋଟି କୋଟି ଟଂକା କଂପାନୀ ଠକି ନେଇ ଥିବା ସଦର ଥାନାରେ ଲିଖିତ ଅଭିଯୋଗ ହୋଇଛି। ପ୍ରିସିଜନ ଏଗ୍ରୋ ଇଣ୍ଡିଆ ପ୍ରାଇଭେଟ ଲିମିଟେଡ ନାମକ ଘରୋଇ କଂପାନୀର ଏମଡି ବାକି ରେଡ୍ଡି ମହିଳା ସ୍ବୟଂ ସହାୟକ ଗୋଷ୍ଠି ଗୁଡିକୁ ହଳଦି ବ୍ୟବସାୟ କରିବା ନାଁରେ ପ୍ରତି ସ୍ବୟଂ ସହାୟକ ଗୋଷ୍ଠି ପାଖରୁ ୫୦ ହଜାର ଟଙ୍କା ଲେଖାଏଁ ସଂଗ୍ରହ କରିଥିଲେ। ସେହିପରି ଗ୍ରାମାଂଚଳରୁ ଆରମ୍ଭ କରି ସଦର ମହକୁମା ଯାଏଁ ବେକାର ଯୁବକ ଯୁବତୀ ମାନଙ୍କୁ କଂପାନୀରେ ନିଯୁକ୍ତି ଦେବା ସହିତ ମୋଟା ଅଙ୍କର ଦରମା ସହିତ ଭତ୍ତା ଓ ଅବସରକାଳୀନ ପେନସନ ଦେବା ନାଁରେ ଲକ୍ଷ ଲକ୍ଷ ଟଙ୍କା ସଂଗ୍ରହ କରିଥିଲେ। ସେହିପରି କଂପାନୀର ଷ୍ଟକିଷ୍ଟ ନିଯୁକ୍ତି ଦେଇ ସମ୍ବଲପୁରର ଜଣେ ବ୍ୟବସାୟୀଙ୍କ ପାଖରୁ ବି ମୋଟା ଅଂକ ସଂଗ୍ରହ କରିଥିଲେ। ଖାଲି ଜିଲ୍ଲା ନୁହେଁ ପଡୋଶୀ ବୌଦ୍ଧ ଜିଲ୍ଲାର କଣ୍ଟାମାଲ ଅଂଚଳର ଶହ ଶହ ମହିଳା ସ୍ବୟଂ ସହାୟକ ଗୋଷ୍ଠି ପାଖରୁ କୋଟି କୋଟି ଟଙ୍କା ସଂଗ୍ରହ କରି ଫେରାର ମାରିଥିବା ସଦର ଥାନାରେ ଲିଖିତ ଅଭିଯୋଗ ହେଉଛି। ତେବେ ଠକାମୀର ଶିକାର ହୋଇଥିବା ମହିଳା ସ୍ବୟଂ ସହାୟକ ଗୋଷ୍ଠିର ମହିଳା, ଆତ୍ନନିଯୁକ୍ତି ପାଇଁ ଠକେଇର ଶିକାର ହୋଇଥିବା ବେକାର ଯୁବକ ଯୁବତୀ ତଥା ହଳଦୀ ବ୍ୟବସାୟର ଷ୍ଟକିଷ୍ଟ କଂପାନୀ ପାଖରେ ଜମା ଦେଇଥିବା ଟଙ୍କା ଫେରସ୍ତ କରିବା ସହିତ କଂପାନୀର ଠକ ଏମଡି ବାକି ରେଡ୍ଡିକୁ ତୁରନ୍ତ ଗିରଫ କରିବା ପାଇଁ ଦାବି କରିଛନ୍ତି। ଜିଲ୍ଲାରେ ଖାଲି ଗୋଟିଏ ନୁହେଁ, ଏଭଳି ଅନେକ କଂପାନୀର କର୍ମଚାରୀମାନେ ଆସି ଘର ଭଡା ନେଇ କଂପାନୀର କାର୍ଯ୍ୟାଳୟ ଖୋଲିବା ସହିତ ନୀରହ ଜନସାଧାରଣଙ୍କୁ ପ୍ରଲୋଭିତ କରି ତାଙ୍କ ପାଖରୁ ଟଂକା ସଂଗ୍ରହ କରିବା ଏକ ସାଧାରଣ ଘଟଣା ହୋଇଛି।ତେବେ ଜିଲ୍ଲା ପ୍ରଶାସନ ତଥା ଜିଲ୍ଲା ପୋଲିସ ପ୍ରଶାସନ ଘରୋଇ କଂପାନୀ ଗୁଡିକର ଦପ୍ତର ଯାଞ୍ଚ କରିବା ସହିତ ତାଙ୍କ ଉପରେ ଆଇନଗତ କାର୍ଯ୍ୟାନୁଷ୍ଠାନ ନେବାକୁ ଆଇନଜୀବୀ ବଳଦେବ ବେଦବାକ୍ ଦାବି କରିଛନ୍ତି।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.