ମ.ରାମପୁର ଥାନାର ଏଏସଆଇ ବଳରାମ ଜାନୀଙ୍କ ଦେହାନ୍ତ 

ଓଡିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ମଦନପୁର ରାମପୁର ଥାନରେ କାର୍ଯ୍ୟରତ ଏଏସଆଇ ବଳରାମ ଜାନୀଙ୍କ ପରଲୋକ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୫୩ ବର୍ଷ ବୟସ ହେଉଥିଲା। ଶନିବାର ଦିନ ଅପରାହ୍ନ ୨ ଘଣ୍ଟା ସମୟରେ ନବରଙ୍ଗପୁର ଜିଲ୍ଲା ମିଶନ ହସ୍ପିଟାଲ ଠାରେ ସେ ଶେଷ ନିଃଶ୍ୱାସ ତ୍ୟାଗ କରିଥିଲେ। ପ୍ରାପ୍ତ ସୂଚନା ଅନୁସାରେ ଗତ କିଛି ଦିନ ତଳେ ତାଙ୍କ ଦେହ ଅସୁସ୍ଥ ହେବାରୁ ସେ ସ୍ଥାନୀୟ ମଦନପୁର ରାମପୁର ହସ୍ପିଟାଲ ଠାରେ ଚିକିତ୍ସିତ ହୋଇଥିଲେ। ଏହାପରେ ସେ ନିଜ ଗାଁ ଏମ ପାତ୍ର ପୁଟର ଗୁମାକୁ ଯାଇଥିଲେ। ହେଲେ ପୁଣି ତାଙ୍କର ଦେହ ଅସସ୍ଥ ହେବାରୁ ନବରଙ୍ଗପୁର ମିଶନ ହସ୍ପିଟାଲକୁ ଚିକିତ୍ସା ପାଇଁ ନେଇ ଯାଇଥିଲେ ପରିବାରବର୍ଗ। ସେଠାରେ ଚିକିତ୍ସାଧିନ ଅବସ୍ଥାରେ ତାଙ୍କ ଦେହାନ୍ତ ହୋଇଥଲା। ତାଙ୍କର ପତ୍ନୀ, ଗୋଟିଏ ପୁଅ ଏବଂ ଗୋଟିଏ ଝିଅ ଅଛନ୍ତି। ରବିବାର ଦିନ ଜନ୍ମମାଟିରେ ତାଙ୍କର ଶେଷକୃତ୍ୟ ସଂପନ୍ନ ହେବ ବୋଲି ଜଣାପଡିଛି। ସେ ଜଣେ ମିଷ୍ଟଭାଷୀ ଓ ମେଳାପୀ ଲୋକ ଥିଲେ। ତାଙ୍କର ମୃତ୍ୟୁରେ ମ.ରାମପୁର ଥାନା କର୍ମଚାରୀ ମାନଙ୍କ ସମେତ ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.