କନ୍ଧମାଳ ମହୋତ୍ସବ ପୂର୍ବରୁ ମର୍ଶାଲ ଯାତ୍ରା ଓ ମିନି ମାରାଥନ୍ 

ଓଡ଼ିଆ ବାର୍ତ୍ତା/ ଫୁଲବାଣୀ (ବାଳକୃଷ୍ଣ ଚର୍ଚ୍ଚି): ଆସନ୍ତା କନ୍ଧମାଳ ମହୋତ୍ସବକୁ ସୁଚାରୁ ଓ ଶାନ୍ତିପୂର୍ଣ୍ଣ ଭାବେ ଆୟୋଜନ କରିବା ଉଦ୍ଦେଶ୍ୟରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଆଜି ଏକ ମଶାଲ ଯାତ୍ରା ଓ ମିନି ମାରାଥନ୍ ଆୟୋଜିତ ହୋଇଛି। ଏହି ମହୋତ୍ସବ ଆସନ୍ତା ୭ ତାରିଖରୁ ୧୧ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ। ଫୁଲବାଣୀ ସହରର ବିଭିନ୍ନ ରାସ୍ତା ଦେଇ ଏହି ମଶାଲ ଯାତ୍ରା ଅଗ୍ରସର ହୋଇଥିବା ଦେଖାଦେଇଛି। ମହୋତ୍ସବ ସମୟରେ ଭିଡ଼ ନିୟନ୍ତ୍ରଣ, ଯାତାୟାତ, ସୁବ୍ୟବସ୍ଥା ଓ ସୁରକ୍ଷାକୁ ନେଇ ପ୍ରଶାସନ ସଜାଗ ରହିଛି। ଏହାସହ ମହୋତ୍ସବର ସମସ୍ତ କାର୍ଯ୍ୟକ୍ରମକୁ ଶୃଙ୍ଖଳାର ସହ ଉପଭୋଗ କରିବା ସହ ପ୍ରଶାସନକୁ ସହଯୋଗ କରିବାକୁ ଅନୁରୋଧ କରାଯାଇଛି। ଆଜିର ଏହି ମଶାଲ ତୁମୁଡିବନ୍ଧ ବ୍ଲକର ସପାଗଣ୍ଡ ଅଞ୍ଚଳରୁ ବାହାରି ଆମ୍ବେଦକର ଛକ, ମୁଖ୍ୟ ବଜ଼ାର, ଦେଇ ଏକ ମିନି ମାରାଥନ ମାଧ୍ୟମରେ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ଦମକଳ ବାହିନୀ, ଅଙ୍ଗନବାଡି କର୍ମୀ, ଏ ମ୍ବିକେ, ସିଆରପି, ସ୍ଥାନୀୟ ଯୁବକ ମାନେ ଅଂଶଗ୍ରହଣ କରିଥିଲେ. କାର୍ଯ୍ୟକ୍ରମ ରେ ବାଲିଗୁଡା ପିଏ ଆଇଟିଡ଼ିଏ କୃପାସିନ୍ଧୁ ବେହେରା, ତୁମୁଡିବନ୍ଧ ବିଡ଼ିଓ ବନବିହାରୀ ହରପାଲ, ଅତିରିକ୍ତ ତହସିଲଦାର ବ୍ଲୁଚୂମ ପ୍ରଧାନ, ସାଂସଦ ପ୍ରତିନିଧି ପୂର୍ଣଚନ୍ଦ୍ର ପାଢ଼ୀ, ବରିଷ୍ଠ ବିଜେପି କର୍ମୀ ନେତ୍ର ମାନସେଠ, ସହକାରୀ ନିର୍ବାହୀ ଯନ୍ତ୍ରୀ ସରୋଜ କୁମାର ସାବତ, ବ୍ଲକ କର୍ମଚାରୀ, ଦମକଳ ବାହିନୀ ଉପସ୍ଥିତ ଥିଲେ। ପ୍ରକାଶ ଯୋଗ୍ୟ ଯେ ଏହି ମଶାଲ ତୁମୁଡିବନ୍ଧ ବ୍ଲକର ସପାଗଣ୍ଡା (କୁଟିଆ କନ୍ଧଙ୍କ ବିସ୍ଵାଶ ଅନୁସାରେ ମଣିଷର ଉତ୍ପଳୀ ସ୍ଥଳ) ସ୍ଥାନରୁ ଆରମ୍ଭ ହୋଇ ତୁମୁଡିବନ୍ଧ, କୋଟଗଡ଼, ଓ ବାଲିଗୁଡା ବ୍ଲକ ରେ ସ୍ୱାଗତ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.