ଚିନ୍ତା ଛାଡ଼
ରାତି ପାହୁ
ସକାଳ ପାଦ ଥାପିବ
ଆମ ଅଗଣାରେ
ସୂର୍ଯ୍ୟଙ୍କର ପହିଲି କିରଣ
ଚହଟି ମନ ଛୁଇଁବ
କୋଣର ଗୋଲାପ ଗଛରେ
ଅନେକ ଫୁଲର ବାସ ଛୁଟିବ
ଜଲ୍ଦି ଶୋଇ ପଡ଼
ନିଦ ନିଜର ହୋଇ
ତମ କଥା ବୁଝିବ ।
ସୁଧାଂଶୁ ଶେଖର ପାତ୍ର
ପ୍ରଶାନ୍ତି ଭୂମି,ଖସିଗୁଡା, ଚିଲିଗୁଡା,
କଳାହାଣ୍ଡି-୧୪
For latest news & updates, click on bell button and subscribe to notifications.
Like us on Facebook👇