ଋାୟଗଡ,୮/୬ : ରାୟଗଡ ଜିଲ୍ଳା ଜେକେପୁର ଠାରେ ଥିବା ଜେକେ କାଗଜ କଳ ଦ୍ୱାରା କାଗଜ କଳ ପରିସରରେ କୃଷକ ସମ୍ମିଳନୀ ଆୟୋଜିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ କାଗଜ କଳ ବାଣିଜ୍ୟ ବିଭାଗ ଉପସଭାପତି ବିଶ୍ୱଜିତ୍ ଦ୍ୱିବେଦୀ ଓ ବୃକ୍ଷରୋପଣ ବିଭାଗର ସାଧାରଣ ପ୍ରବନ୍ଧକ ବିଜୟ ପ୍ରସାଦ ରଥ ଯୋଗ ଦେଇଥିଲେ । ରାୟଗଡ ଜିଲ୍ଳାର ୮ଟି ବ୍ଳକ ଓ କୋରାପୁଟ ଜିଲ୍ଳାର ବିଭିନ୍ନ ବ୍ଳକରୁ ସମୁଦାୟ ୫୦ରୁ ଉର୍ଦ୍ଧ ଚାଷୀମାନେ ଯୋଗ ଦେଇଥିଲେ । ସେହିପରି ପ୍ଳାଂଟେସନ୍ ବିଭାଗର ମୁଖ୍ୟ ପ୍ରବନ୍ଧକ ବିଜୟ କୁମାର ସାହୁ ଓ ପ୍ରବନ୍ଧକ ପ୍ରୀତମ କୁଇଲା ଚାଷୀମାନଙ୍କ ବିଭିନ୍ନ ସମସ୍ୟା ବୁଝିବା ସହ ନୀଳଗିରି, ସୁବାବୁଲ ଓ ଝାଉଁ ପରି କାଗଜ ଉତ୍ପାଦନକାରୀ ବୃକ୍ଷ ଚାଷ ସମ୍ବନ୍ଧରେ ପ୍ରାଂଜଳ ଭାବେ ଆଲୋକପାତ କରାଇଥିଲେ ।
ଅବିଭକ୍ତ କୋରାପୁଟ ଜିଲ୍ଳାର ବହୁ ପୁରଣା ଚାଷୀମାନେ ଯୋଗ ଦେଇ ଅନାବନା ଓ ଖାଲି ପଡିଥିବା ତଥା ନିଜସ୍ୱ ସ୍ଥାନରେ ଏପରି କାଗଜ ଉତ୍ପାଦକକାରୀ ବୃକ୍ଷର ଚାରାରୋପଣ କରି କିପରି ଲାଭକୃତ ହୋଇପାରିବେ ବୋଲି ଉପସ୍ଥିତ ଚାଷୀମାନଙ୍କୁ ପରାମର୍ଶ ଦିଆଯାଇଥିବା ଜେକେ କାଗଜ କଳର ଲୋକ ସଂପର୍କ ଅଧିକାରୀ ସୁନୀଲ କୁମାର ନାଥ ଜଣାଇଛନ୍ତି ।
ସ୍ବତନ୍ତ୍ର ପ୍ରତିନିଧି ଶିବ ନାରାୟଣ ଗୌଡଙ୍କ ରିପୋର୍ଟ odiabarta.in
For latest news & updates, click on bell button and subscribe to notifications.
Like us on Facebook👇