🖋ଡିଙ୍ଗର ନାଏକ
ଜୀବନର ଅନ୍ବେଷଣ ପଥରେ ବାନ୍ଧିହେଇ
ଘୁରିବୁଲୁଛି ଦିନପରେ ଦିନ
ରାତିପରେ ରାତି
ଏହିପରି କ୍ରମାନ୍ବୟ ଭାବରେ ।
ହଠାତ୍ ମନେପଡେ ସେ ପିଲାବେଳ
ନଈପଠାର ସେ ବାଲିଘର ଖେଳ
ଜେଜେମା କହିଥିବା ରାଜ ଉଆସର
ରାଜାରାଣୀ ଗେଲ
ସେସବୁ କଣ ଏବେ ଫେରି ଆସିବ ?
ସାଙ୍ଗସାଥି ମେଳେ ସେ କିଳିବାଡି
ସବେ ରଡାରଡି, ଭିଡାଭିଡି
କୁହୁକୁହୁ ସେ କୋଇଲିର ସ୍ବର
ମହାଭାରତ ଠୁଙ୍ଗି ବି ସାକ୍ଷୀଥିଲା ଆମ୍ବ ବଗିଚାର ।
କୁଳୁକୁଳୁ ସେ ନଦୀର ଧାର
ହେଲେ ଭସାଇନେଲା ଆଗକୁ ଆଗକୁ
ସମୟ ବି ଏଣେ ଆଲିଙ୍ଗନ କରୁଛି
ତା ଜୀବନଚକ୍ରରେ ଏଭଳି ଛନ୍ଦି ଦେଉଛି ଯେ
ସେ ସମୟ ଟିକେ ଆଗକୁ ଆଗକୁ ଗଲେ
ମତେ ମନେହେଉଛି
ଏ କଣ ଅତୀତ ଥିଲା ବୋଲି?