ସୁବର୍ଣ୍ଣପୁରର ଶୀତଳଷଷ୍ଠୀ ଯାତ୍ରା : ଆଜି ବାହୁଡିବେ ଦେବଦମ୍ପତି

ସୋନପୁର,୮/୬ : ବର୍ଷ ସାରା ହେଉଥିବା ବିଭିନ୍ନ ଯାନିଯାତ୍ରା ଓ ପର୍ବର୍ବାଣୀ ଭିତରେ ସୁବର୍ଣ୍ଣପୁର ସହରରେ ପାଳିତ ହୋଇ ଆସୁଥିବା ଶୀତଳଷଷ୍ଠୀ ଯାତ୍ରା ଖାଲି ପ୍ରାଚୀନତା କି ପଙ୍କରମ୍ପରା ଦୃଷ୍ଟିରୁ ଯେ ଅଲଗା ତାହା ନୁହେଁ, ବରଂ ଯାତ୍ରାରେ ଥିବା କିଛି ସ୍ୱାତନ୍ତ୍ରତା କାହିଁ କେତେ ଦୁରରୁ ଶ୍ରଦ୍ଧାଳୁ ମାନଙ୍କୁ ଟାଣି ଆଣେ ଦେବ ଦମ୍ପତକ୍ଟଙ୍କ ବିବାହ ଉତ୍ସବକୁ । ସୋମବଂଶୀ ରାଜନ୍ୟବର୍ଗଙ୍କ ପୃଷ୍ଠପୋଷକତାରେ ପ୍ରଥମେ ସୋନପୁର ଗଡଜାତର ତତ୍କାଳୀନ ରାଜା ନିଳାଦ୍ରୀ ଶେଖର ସିଂଦେଓଙ୍କ ରାଜତ୍ୱ ସମୟରୁ ଶିବ ପାର୍ବତୀଙ୍କ ବିବାହ ଉତ୍ସବ ଆରମ୍ଭ ହୋଇଥିବା ଶୁଣାଯାଏ ।

ଏଠାରେ ପାଳିତ ହେଉଥିବା ଶୀତଳଷଷ୍ଠୀ ଯାତ୍ରାର ଚମତ୍କାରିତା ହେଲା, ସୁବର୍ଣ୍ଣମେରୁ ବାବା ବିଜେ କରୁଥିବା ରୁପାର ବିମାନରେ ୧୦୮ ଭରି ସୁନାରେ ନିର୍ମିତ ବାବା ଚନ୍ଦ୍ରଶେଖରଙ୍କ ଚଳନ୍ତି ପ୍ରତିମା ବିରଜମାନ କରିଥାନ୍ତି । ଏହି ରୁପା ବିମାନ ଖୁବ ସୁନ୍ଦର ଓ ମନଲୋଭ।।ଏହି ବିମାନରେ ବର୍ଷକୁ ଥରେ ଦର୍ଶନ ଦେଇଥାନ୍ତି ୧୦୮ ଭରି ସୁନାର ଚନ୍ଦ୍ରଶେଖର ବାବା । ଏଠାରେ ସବୁଠାରୁ ଆର୍କଷଣିୟ ହେଲା ହେଲା ଦେବବିବାହ ଶୋଭାଯାତ୍ରାରେ ବାହାରିଥାନ୍ତି ଏକା ସାଙ୍ଗରେ ଅଷ୍ଟଶମ୍ଭୁ ସୁବର୍ଣ୍ଣମେରୁ, ରାମେଶ୍ୱର, ପଶ୍ଚିମସୋମନାଥ, ବାଲୁଙ୍କେଶ୍ୱର, ଗୋକର୍ଣ୍ଣେଶ୍ୱର, ସିଦେ୍ଧଶ୍ୱର, ଲୋକନାଥ, ରୁଦ୍ରନାଥଙ୍କ ସହ ଅଷ୍ଟବିଷ୍ଣୁ ଗୋପାଳଜୀ, ଜଗନ୍ନାଥ, ନୃସିଂହନାଥ, ଦଧୀବାମନ, ରାମଜୀ, ଗୋପୀନାଥ, ବୃନ୍ଦାନବିହାରୀ ଓ ଦେବାର୍ଚ୍ଚନ ଗୋପାଳଜୀ । ଅଷ୍ଟଶମ୍ଭୁ ଓ ଅଷ୍ଟବିଷ୍ଣୁଙ୍କୁ ଏକାସାଙ୍ଗରେ ଦର୍ଶନ କରିଥାନ୍ତି ଶ୍ରଦ୍ଧାଳୁ ।

ଚଳିତ ବର୍ଷ ମଧ୍ୟ ଧୁମ ଧାମରେ ପାଳିତ ହେଉଛି ଶୀତଳଷଷ୍ଠୀ ଯାତ୍ରା । ଚଳିତ ବର୍ଷ ଚନ୍ଦ୍ରଶେଖରଙ୍କ ବରପିତା ପ୍ରତିନିଧି ଅର୍ଜୁନ ରଥ ଓ ରାଲି ରଥ ହୋଇଥିବା ବେଳ ମା ପାର୍ବତିଙ୍କ ପିତାମାତା ଭାବେ କନ୍ୟାପିତା ପ୍ରତିନିଧି ଶୁକ୍ଳାମ୍ବର ପାଣିଗ୍ରାହୀ ଓ ଅନିତା ପାଣିଗ୍ରାହୀ ମାଁ ଙ୍କୁ କନ୍ୟାଦାନ କରିବାର ସୈାଭାଗ୍ୟ ଅର୍ଜନ କରିଛନ୍ତ । ଠିକ ସେହି ପରି ପଟାଭାଡି ସ୍ଥିତ ଶ୍ରୀଶ୍ରୀ ଲୋକନାଥ ବାବାଙ୍କ ବର ପିତା ଭାବେ ଗଦାଧର ବାରିକ ଓ ତାଙ୍କ ସହଧର୍ମୀଣି ପଦ୍ମିନି ବାରିକ ଓ କନ୍ୟାପିତା ଭାବେ ଅଶୋକ ହୋତା ଓ ସହଧର୍ମୀଣି ଯଶୋବନ୍ତି ହୋତା । ଉଭୟ ସ୍ଥାନରେ ଯାକ ଜମକରେ ସରିଛି ଦେବଦମ୍ପତି ଙ୍କ ବିଭାହ । ଆଜି ବାହୁଡିବେ ଦେବଦମ୍ପତି । ତେବେ ରାଜ୍ୟର ଅନ୍ୟାନ୍ୟ ସ୍ଥାନରେ ହେଉଥିବା ଶୀତଳ ଷଷ୍ଠୀ ଯାତ୍ରାର କୌଣସି ସ୍ଥାନରେ ସୁବର୍ଣ୍ଣ ନିର୍ମିତ ମହାଦେବ ବାବା ବିବାହରେ ବାହାରୁ ନଥିବା ବେଳେ ସୁବର୍ଣ୍ଣପୁର କିନ୍ତୁ ଚନ୍ଦ୍ରଶେଖର ବାବା ସୁନାର ନାଗ ମୂର୍ତ୍ତି ଶୀତଳଷଷ୍ଠୀରେ ବାହାରିଥାନ୍ତି ଓ ଭକ୍ତଙ୍କୁ ଦର୍ଶନ ଦେଇଥାନ୍ତି । ଚଳିତ ବର୍ଷ ମଧ୍ୟ ଯାତ୍ରାରେ ସାମିଲ ହୋଇଛନ୍ତି ଆମ ଲୋକ ସଂସ୍କୃତିର ନାଚଗୀତ ସାଙ୍ଗକୁ ଦୁଲଦୁଲି, ଘଣ୍ଟବାଦ୍ୟ, ଘୁମୁରା, ସଂକୀର୍ତ୍ତନ ସାଙ୍ଗକୁ ବାଡି ନୃତ୍ୟ ଶୋଭାଯାତ୍ରାରେ ଦର୍ଶକଙ୍କୁ କୁବ ମନ ମୋହିବେ । ସୁବର୍ଣ୍ଣପୁର ର ଏହି ନିଆରା ଶୀତଳଷଷ୍ଠୀ ଯାତ୍ରା ଏଯାଏଁ ନିଜ ପରମ୍ପରଙ୍କକର ଅତୁଟ ରଖିଥିବାବେଳେ ସଂସ୍କୃତିକୁ ଅବିକଳ ସାଇତି ରଖିଛି ।

 

ସୋନପୁର ଜିଲ୍ଲା ପ୍ରତିନିଧି ସୁଶାନ୍ତ ସାହୁଙ୍କ ରିପୋର୍ଟ odiabarta.in

For latest news & updates, click on bell button and subscribe to notifications.

Like us on Facebook👇

http://facebook.com/odiabarta

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.