ବ୍ରେକିଂ: ଚାଷ ଜମିରେ ଓଲଟିଲା ଟ୍ରାକ୍ଟର୍, ଡ୍ରାଇଭର୍ ମୃତ

କୋକସରା,୮/୬: କଳାହାଣ୍ଡି ଜିଲ୍ଲା ଆମପାଣି ଥାନା ଅଧିନସ୍ଥ ଘଣ୍ଟିଗୁଡାଠାରେ ଅଘଟଣ। ଚାଷଜମିରେ ଲଙ୍ଗଳ କାମ କରୁଥିବା ବେଳେ ଟ୍ରାକ୍ଟର ଓଲଟି ଚାପିହୋଇ ଡ୍ରାଇଭର ମୃତ। ମୃତ ବ୍ୟକ୍ତି ଜଣକ ହେଲେ ଡୁଡୁକାଠେଙ୍ଗା ପଂଚାୟତ ଅନ୍ତର୍ଗତ ଦର୍ଲିପଡା ଗ୍ରାମର ଜଗବନ୍ଧୁ ଧଙ୍ଗଡ଼ାମାଝୀଙ୍କ ପୂଅ ମସ୍ତରାମ ଧଙ୍ଗଡ଼ାମାଝୀ (୪୦)।

ସୂଚନା ଅନୂସାରେ, ମସ୍ତରାମ ନିଜ ଟ୍ରାକ୍ଟର ନେଇ ଘଣ୍ଟିଗୁଡା ଗ୍ରାମର ଜନୈକ ବ୍ୟକ୍ତିଙ୍କ ଚାଷ ଜମିରେ ଲଙ୍ଗଳ କାମ କରୁଥିବା ବେଳେ ଏହି ଅଘଟଣ ଘଟିଛି।

ମୃତକଙ୍କ ବାପାମାଆ ସହିତ ସ୍ତ୍ରୀ ପଦ୍ମାଳୟା ଧଙ୍ଗଡ଼ାମାଝୀ ଓ ଦୁଇ ପୂଅ ବିଭୂତି (୬), ଦୀପକ (୩) ରହିଥିବା ଜଣାପଡିଥିବା ବେଳେ ଏକମାତ୍ର ପୁଅକୁ ହାରାଇ ପରିବାର ଲୋକଙ୍କ ଆଖିର ଲୁହ ଶୁଖିବା ବନ୍ଦ ହେଉନି।

ଏହି ଖବର ପ୍ରଚାରିତ ହେବାପରେ ଅଂଚଳରେ ଏବେ ଶୋକର ଛାୟା ଖେଳିଯାଇଛି। ଖବର ପାଇ ଘଟଣାସ୍ଥଳରେ ଆମପାଣି ପୋଲିସ ପହଂଚି ଉଦ୍ଧାର କାର୍ଯ୍ୟ ଜାରି ରଖିଥିବା ସୂଚନା ମିଳିଛି।

କୋକସରାରୁ ହିରଣ୍ୟ ବେହେରାଙ୍କ ରିପୋର୍ଟ OdiaBarta.in

ହ୍ଵାଟ୍ସଆପ୍’ରେ ୨୪/୭ ଖବର ଓ ବିଚାର ଏଲର୍ଟ ପାଇବା ପାଇଁ ଏଠି କ୍ଲିକ୍ କରନ୍ତୁ

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.