ଓଡ଼ିଆ ବାର୍ତ୍ତା/ ବଲାଙ୍ଗୀର (ପ୍ରମୋଦ ସେଲମା): ବଲାଙ୍ଗୀର ଜିଲ୍ଲା ସଇଁତଳା ଥାନା ଅଞ୍ଚଳରେ ଜଣେ ଯୁବକ ଆତ୍ମହତ୍ୟା କରିଥିବା ଜିଆରପି ଥାନାରେ ଏକ ଅପମୃତ୍ୟୁ ମାମଲା ହୋଇଅଛି। ମୃତ ଯୁବକ ନାମ ଭକ୍ତ ସାହୁ (୨୦) ଘର ଖାସବାହାଲ ବୋଲି ଜଣାପଡିଛି। ପ୍ରକାଶ ଯେ , ଭଦ୍ରା ପଞ୍ଚାୟତ ଖାସବାହାଲ ଭକ୍ତ ସାହୁ ଗତ ରବିବାର ଦିନ ସନ୍ଧ୍ୟାରେ ଘରେ ପରିବାର ଲୋକ ସହିତ ଝଗଡା ହୋଇ ଘରୁ ବାହାରି ପଳାଇ ଆସିଥିଲେ। ପ୍ରାୟ ରାତି ୯ ରୁ ୧୧ ସମୟ ମଧ୍ୟରେ ସେ ଟ୍ରେନ କଟି ଆତ୍ମହତ୍ୟା କରିଥିବା ଜଣାପଡିଛି। ଏ ନେଇ ବଲାଙ୍ଗୀର ଜିଆରପି ପୋଲିସ ଥାନା କେଶ ନଂ ୩୯/୨୩ ରେ ଏକ ମାମଲା ରୁଜୁ କରି ଶବ ବ୍ୟବଛେଦ ପାଇଁ ବଲାଙ୍ଗୀର ପଠାଇଥିବା ରେଲୱେ ପୋଲିସ ପ୍ରକାଶ କରିଛି। ଘଟଣା ଖବର ପାଇଁ ଜିଆରପି ପୋଲିସ ଏଏସଆଇ ପୂର୍ଣ୍ଣ ଚନ୍ଦ୍ର ପଟେଲ, କନେଷ୍ଟବଳ ଅଶ୍ୱନୀ ସାହୁ, ଆରପିଏଫ ପୋଲିସ ଇନିପେକ୍ଟର କୁନା ବାରିକ, କନେଷ୍ଟବଳ ଏସ. ପଟେଲ ଘଟଣାସ୍ଥଳରେ ପହଞ୍ଚିଥିଲେ।