ବିଜୁ ପଟ୍ଟନାୟକ ମହିଳା କଲେଜ ପକ୍ଷରୁ ବରିଷ୍ଠ ନାଗରିକଙ୍କୁ ସମ୍ବର୍ଦ୍ଧନା ଜ୍ଞାପନ

ଓଡ଼ିଆ ବାର୍ତ୍ତା/ ସୁବର୍ଣ୍ଣପୁର (ରାଜ କିଶୋର ତ୍ରିପାଠୀ): ସୁବର୍ଣ୍ଣପୁର ବିଜୁ ପଟ୍ଟନାୟକ ମହିଳା ଡିଗ୍ରୀ ମହାବିଦ୍ୟାଳୟ ଠାରେ ନୁଆ-ଓ ନବୀନ ଓଡିଶା କାର୍ଯ୍ୟକ୍ରମ ମାଧ୍ୟମରେ ସହରର ବରିଷ୍ଠ ନାଗରିକ ମାନଙ୍କୁ ଭବ୍ୟ ସ୍ଵାଗତ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା। ଡ଼ିଗ୍ରୀ କଲେଜ ପରିଚାଳନା କମିଟି ସଭାପତି ଅଭିମନ୍ୟୁ କୁଶଳ ଓ କଲେଜ ଅଧ୍ୟକ୍ଷା ରିତାରାଣୀ ପୂଜାରୀଙ୍କ ତତ୍ୱାବଧାନରେ ଅନୁଷ୍ଟିତ ଏହି କାର୍ଯ୍ୟକ୍ରମରେ ପ୍ରଥମେ ପୂଜ୍ୟ ପୂଜା ବରିଷ୍ଠ ନାଗରିକ ମାନଙ୍କୁ କଲେଜର ମୁଖ୍ୟ ଫାଟକ ଆଗରେ ପାଦ ଧୋଈ ଫୁଲ ଚନ୍ଦନ ଓ ଉପଢୌକନ ପ୍ରଦାନ୍ ପୂର୍ବକ ଛାତ୍ରୀ ଙ୍କ ଦ୍ଵାରା ଉଚ୍ଚ କୋଟିର ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା। ପରେ ପରେ ବରିଷ୍ଠ ନାଗରିକ ମାନେ ନିଜ ନିଜର ଅନୁଭୂତି ଆଦାନ ପ୍ରଦାନ୍ କରିଥିବା ବେଳେ ଛାତ୍ରୀଙ୍କ ବିଭିନ୍ନ ପ୍ରଶ୍ନର ଉତ୍ତର ରଖିଥିଲେ। ବରିଷ୍ଠ ନାଗରିକମାନଙ୍କ ମଧ୍ୟରେ ମ୍ୟୁଜିକ ଚେୟାର ଓ ବିଭିନ୍ନ ପ୍ରତିଯୋଗୀତା ଅନୁଷ୍ଟିତ ହୋଇଥିଲା। ମଞ୍ଚରେ ନାଗରିକଙ୍କୁ ପରିଚୟ ପ୍ରଦାନ, ସ୍ବାଗତ ସଂଗୀତ ଗାନ, ସମ୍ବର୍ଦ୍ଧନା ଜ୍ଞାପନ ଓ ନାଗରିକଙ୍କୁ ସାମୂହିକ ଭୂମିଷ୍ଠ ପ୍ରଣାମ କରିବା ବେଳେ ଉପସ୍ତିତ ଛାତ୍ରୀ, ଅଧ୍ୟାପକ, କର୍ମଚାରୀ ଓ ବୁଦ୍ଧିଜୀବି ଭାବ ବିହ୍ୱଳ ହୋଇ ପଡ଼ିଥିଲେ। ଏହି ମହିଳା କଲେଜରେ ଏକ ପିଜି କୋର୍ସ ଖୋଲିବା ପାଇଁ ବରିଷ୍ଠ ନାଗରିକମାନେ ଜିଲ୍ଲାପାଳଙ୍କ ମାଧ୍ୟମରେ ମୁଖ୍ୟମନ୍ତ୍ରୀଙ୍କୁ ଦାବୀ ଜଣାଇବାକୁ ପ୍ରସ୍ତାବ ରଖିଥିଲେ। ପିତୃ, ମାତୃ, ଦେବ ଓ ରାଷ୍ଟ୍ର କୁ ଯିଏ ଭଲ ପାଏ ଭକ୍ତି କରେ ସେ ହିଁ ପ୍ରକୃତ ମଣିଷ ବୋଲି ନାଗରିକ ମାନେ ପ୍ରକାଶ କରିଥିଲେ ଏବଂ ରାଜ୍ୟର ପ୍ରତ୍ୟେକ ସ୍କୁଲ୍ କଲେଜରେ ଏଭଳି ନୈତିକ ପରମ୍ପରା, ସଂସ୍କାର ଜାରି ରଖିଲେ ଏକ ସୁସ୍ଥ ସମାଜ ଓ ଉନ୍ନତ ରାଷ୍ଟ୍ର ଗଠନ ହୋଇ ପାରିବ ବୋଲି ମତ ରଖୁଥିଲେ। ଛାତ୍ରୀ ପୂଜା, ଅନନ୍ୟା, ସଲୋନି ଓ କାଜଲ ଭାବ ବିନିମୟରେ ନାଗରିକଙ୍କୁ ବିଭିନ୍ନ ପ୍ରଶ୍ନ ପଚାରି ଥିବା ବେଳେ ଶିଖା ଏଣ୍ଡ ଗ୍ରୁପ ଦ୍ବାରା ସାଂସ୍କୃତିକ କାର୍ଯ୍ୟକ୍ରମ ନୃତ୍ୟ ଗୀତ ପରିବେଷଣ କରାଯାଇ ଥିଲା। ଅଧ୍ୟାପକ ମଦନ ସୁନ୍ଦର ଖେତୀ ଓ ଛାତ୍ରୀ ଶିବାନୀ ପଣ୍ଡା ସଭା ସଂଯୋଜନା କରିଥିବା ବେଳେ ଅଧ୍ୟାପିକା ପୁର୍ଣିମା ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ। ଅଧ୍ୟାପକ ଖିରୋଡ ମେହେର, ଦୁଃଖିଷ୍ୟମ ମେହେର, ସଞ୍ଜୁ ରାଣୀ ସିଂ, ସୁଦାମ ସାହୁ, ଅନ୍ତର୍ଯ୍ୟାମୀ ମିଶ୍ର, ସଞ୍ଜୀବ ହୋତା, ମଦନ ପଣ୍ଡା, ସଞ୍ଜିତା ମିଶ୍ର, ମିତାଲି ବାରିକ ପ୍ରମୁଖ ସମସ୍ତ ଅଧ୍ୟାପକ କର୍ମଚାରୀ ସହଯୋଗ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.