ଲାଞ୍ଜିଗଡ଼ ଆସଫଣ୍ଡରେ କାର୍ଯ୍ୟରତ ମହିଳା ଅଦାଲତର ଦ୍ବାରସ୍ଥ ଘଟଣା: ଖଣ୍ଡନ କଲେ ଆଦିବାସୀ ମହିଳା ଶ୍ରମିକ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ବ୍ଲକ ବାତେଲିମା ଗ୍ରାମପଞ୍ଚାୟତ ବାଣୀପଙ୍ଗା ଓ କୁଟେନଡେଲି ଗ୍ରାମର ୭ ଜଣ ମହିଳା ଶ୍ରମିକ ୮ମାସର ପାରିଶ୍ରମିକ ନଦେବା ଘଟଣା ଏବେ ଶ୍ରମ ବିଭାଗ ଏବଂ ଅଦାଲତରେ ପହଞ୍ଚିଥିବା ନେଇ ବିଭିନ୍ନ ଗଣମାଧ୍ୟମରେ ସୋମବାର ପ୍ରକାଶ ପାଇଥିଲା। ଏହା ପରେ ସେହି ସ୍ଥାନରେ କାମକରୁଥିବା କୁଟେନଡେଲିର ୪ଜଣ ମହିଳା ଶ୍ରମିକ ମାନେ ସବୁ ପାଉଣା ପାଇଥିବାର ନେଇ ଗଣମାଧ୍ୟମ ସମ୍ମୁଖରେ ପ୍ରକାଶ କରିଛନ୍ତି। ତେବେ ସୂଚନାନୁସାରେ ଲାଞ୍ଜିଗଡ଼ ସ୍ଥିତ କେନ୍ଦୁଗୁଡା ଛକ ଠାରେ ଶ୍ରୀ ସାଇ ପ୍ଲାୟାସ୍ ଏଜେନ୍ସିରେ ଦିନ ମଜୁରିଆ ଭାବେ କାମକରୁଥିବା ମହିଳା ଶ୍ରମିକ ମାନଙ୍କୁ ଦୀର୍ଘ ଆଠ ମାସ ଧରି ପାଉଣା ମିଲୁନାହିଁ ବୋଲି ଯେଉଁ ଶ୍ରମ ବିଭାଗ ଏବଂ ଅଦାଲତ ଠାରେ ଅଭିଯୋଗ ହେବା ଖବର ଗଣମାଧ୍ୟମରେ ଦେଖି କୁଟେନଡେଲି ଗାଁର ନିରୀହ ଆଦିବାସୀ ମହିଳା ଶ୍ରମିକମାନେ ଜାଣିବା ପରେ ଏ ବିଷୟରେ କିଛି ଜାଣିନ’ଥିବା ଆଜି ନିଜେ ପ୍ରକାଶ କରିଛନ୍ତି। ସେମାନେ କହିବା ଅନୁଯାୟୀ ଆମେ ଏବିଷୟରେ କିଛି ଜାଣିନାହୁଁ। ଆମକୁ ତଥା ଠିକାଦାରଙ୍କୁ ବଦନାମ କରିବାକୁ ଏକ ଚକ୍ରାନ୍ତ ବୋଲି ଗଣମାଧ୍ୟମ ସମ୍ମୁଖରେ ପ୍ରକାଶ କରିଛନ୍ତି। କୁଟେନଡେଲିର ମହିଳା ଶ୍ରମିକଙ୍କ କହିବା ଅନୁସାରେ ଗତ ୭ ତାରିଖ ସନ୍ଧ୍ୟା ୮ଘଣ୍ଟିକା ସମୟରେ ସୁପରଭାଇଜର୍ ଭାବେ କାର୍ଯ୍ୟରତ ଥିବା ଚନ୍ଦ୍ରଧ୍ୱଜ ତାଣ୍ଡି ଓ ତାଙ୍କ ଦୁଇ ସହଯୋଗୀ ସାଥିଙ୍କ ସହିତ କୁଟେନଡେଲି ଗାଁକୁ ଆସି ଏକ ସାଧା କାଗଜରେ ଦସ୍ତଖତ କରେଇ ଆସଫଣ୍ଡ୍ କମ୍ପାନୀର ଏକ ଜରୁରୀ ବୈଠକ ଅଛି ବୋଲି ଆମକୁ ଭବାନୀପାଟଣା ଶ୍ରମବିଭାଗ ଓ ଅଦାଲତକୁ ନେଇ ଆମକୁ ଭୟଭୀତ କରି ଅଭିଯୋଗ କରିବାରୁ ବାଧ୍ୟ କରିଥିଲେ। ତେବେ ସୋମବାର ବିଭିନ୍ନ ଗଣମାଧ୍ୟମରେ ଖବରରେ ପ୍ରକାଶିତ ଦେଖିବା ପରେ ମହିଳା ଶ୍ରମିକ ମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.