ଯାଦବ ମାନଙ୍କ ଦ୍ବାରା ନିର୍ମିତ ରାଧାକୃଷ୍ଣ ମନ୍ଦିରର ପ୍ରତିଷ୍ଠା ଉତ୍ସବ ଓ ୧୬ ପ୍ରହର ନାମଯଜ୍ଞ

କଳାହାଣ୍ଡି,୯/୬ : ଭବାନୀପାଟଣା ବ୍ଲକ ଅନ୍ତର୍ଗତ ଡୁମ୍ବେର ବାହାଲ ଗ୍ରାମରେ ଶ୍ରୀ ଶ୍ରୀ ରାଧାକୃଷ୍ଣ ମନ୍ଦିରର ପ୍ରତିଷ୍ଠା ଉତ୍ସବ ଓ ଷୋହଳ ପ୍ରହର ନାମଯଜ୍ଞ ଅନୁଷ୍ଠିତ ହୋଇଛି । ସଦର ବ୍ଲକର ଦାଦପୁର, ଦେପୁର ଓ ଉଦେପୁର ଏହି ତିନୋଟି ପଞ୍ଚାୟତର ଯାଦବ ମାନଙ୍କ ମିଳିତ ସହଯୋଗରେ ମନ୍ଦିର ନିର୍ମାଣ ସମ୍ଭବ ହୋଇଛି ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

ମନ୍ଦିର ପରିଚାଳନା କମିଟିର ସୂଚନା ଅନୁସାରେ ୨୦୦୧ରୁ ୨୦୧୯ ମସିହା ପର୍ଯ୍ୟନ୍ତ ଉପରୋକ୍ତ ୩ଟି ପଞ୍ଚାୟତର ଯାଦବ ମାନେ ନିଜ ସଂପ୍ରଦାୟ ମଧ୍ୟରୁ ବାର୍ଷିକ ଚାନ୍ଦା ସଂଗ୍ରହ ମନ୍ଦିର ନିର୍ମାଣ କରିଛନ୍ତି ।

Udyog Nursery
Udyogi Nursery

ଡୁମ୍ବେର ବାହାଲ ବାସିନ୍ଦା କରୁଆଁ ବଂଶିୟ ଯାଦବ ଜୀବରଧନ ଗଉଡ ଓ ଜଗୁଜୀବନ ଗଉଡ ମନ୍ଦିର ନିର୍ମାଣ ପାଇଁ ଜମିଦାନ କରିଛନ୍ତି । ଏହାସହ ମନ୍ଦିର ପରିଚାଳନା ପାଇଁ ଜୀବରଧର ଗଉଡ ୦.୫୦ ଡେସିମିଲ ଓ ନନ୍ଦ କିଶୋର ବିଶି ୦.୫୦ ଡେସିମିଲ ଜମି ଦାନ କରିଛନ୍ତି ।

ସ୍ବର୍ଗତ ମଧୁସୁଦନ ଜାଲ, ଦୟାନିଧି କାଣ୍ଡ ଓ ଗଜିନ୍ଦ୍ର ଜାଲଙ୍କ ସମେତ ନନ୍ଦ କିଶୋର ବିଶି, ଦୂର୍ଯ୍ୟୋଧନ ଧଙ୍ଗଡାମାଝୀ, ଜଗୁଜୀବନ ଗଉଡ, ଜୀବରଧନ ଗଉଡ, ନବୀନ ବେମାଲ, ଡମ୍ବରୁ ବେମାଲ, ବେଣୁଧର ଧଙ୍ଗଡାମାଝୀ, ବିଶ୍ବନାଥ ଗଉଡ, ଅନିନ୍ଦ ଗଉଡ, ରାଜ କଟା, ଗଜୀନନ ଗଉଡ, ଲୋକନାଥ ଜାଲ, ଜଗଦୀଶ ଜାଲ, ଝସକେତନ ଜାଲ ( ସିନାଙ୍ଗ ଭଟା ) ଓ ଝସକେତନ ଜାଲ (ଡୁମ୍ବେର ବାହାଲ) ପ୍ରମୂଖ ୨୦୦୦ ମସିହାରେ ଏହି ମନ୍ଦିର ନିର୍ମାଣ କରିବା ପାଇଁ ଚୁଡାନ୍ତ ନିସ୍ପତ୍ତି ନେଇଥିଲେ ।

ଏହାପରେ ଦେପୁର, ଦାଦପୁର ଓ ଉଦେପୁର ୩ଟି ପଞ୍ଚାୟତର ଯାଦବ ସମାଜ ଚାନ୍ଦା ଭେଦା କରି ମନ୍ଦିର ନିର୍ମାଣ କରିବାକୁ ଅଣ୍ଟା ଭିଡିଥିଲା ।  ଦୀର୍ଘ ୧୮ ବର୍ଷ ପରେ ରାଧାକୃଷ୍ଣ ମନ୍ଦିର ସଂପୂର୍ଣ୍ଣ ରୂପରେଖ ପାଇଥିବାରୁ ମନ୍ଦିର ପ୍ରତିଷ୍ଠା ବଡ ଧୁମଧାମରେ ଅନୁଷ୍ଠିତ ହୋଇଥିଲା ।

ଶ୍ରୀ ଶ୍ରୀ ରାଧାକୃଷ୍ଣ ମନ୍ଦିରର ପ୍ରତିଷ୍ଠା ଉପଳକ୍ଷେ ୧୬ ପ୍ରହର ନାମଯଜ୍ଞର ଆୟୋଜନ କରାଯାଇଥିଲା । ୭ ତାରିଖରୁ ୯ ତାରିଖ ପର୍ଯ୍ୟନ୍ତ ତିନିଦିନ ଧରି ଆୟୋଜିତ ଏହି ଭବ୍ୟ କାର୍ଯ୍ୟକ୍ରମରେ ଅଞ୍ଚଳର ସମସ୍ତ ଯାଦବ ପରିବାର ସହଯୋଗ କରିଥିଲେ ।

 

ସ୍ବତନ୍ତ୍ର ପ୍ରତିନିଧି ନିରଞ୍ଜନ ଗୌଡଙ୍କ ରିପୋର୍ଟ odiabarta.in

 

For latest news & updates, click on bell button and subscribe to notifications.

Like us on Facebook👇

http://facebook.com/odiabarta

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.