କବିତା : ତୁମ ସ୍ମୃତିରେ

ତୁମର ମନେ ଅଛି କି ନାହିଁ ଜାଣିନି
ତୁମର ଜ୍ଞାତ ରେ ଅଛି କି ନାହିଁ କହି ପାରିବିନି ।

Omkar Vasthu
Omkar Vasthu

ତୁମ ସଂଗେ ସମ୍ପର୍କର ନୂଆ ଏକ ଧାରା ସୃଷ୍ଟି ହୋଇଥିଲା ଆଜିର ଦିନରେ
ପୁଣି ତୁମ ସଂଗେ ବନ୍ଧୁତ୍ୱର ନୂଆ ଏକ କାହାଣୀ ଲେଖିଥିଲି ବିଗତ ଦିନର ଏହି କ୍ଷଣରେ ।

Pearl dental clinic
Near Ashish Medical Store, Bhawanipatna

ତୁମ ସଂଗେ ପ୍ରଥମ କଥା ତୁମର ମନେ ଥିବ କି ନାହିଁ ମୁଁ ଜାଣିନି
ଏତିକି କହିବି କେମିତି ଅଛ ଓ ସବୁ ଠିକଠାକ ରେ ଆରମ୍ଭ ହୋଇଥିଲା ଆମ କାହାଣୀ ।

Udyog Nursery
Udyogi Nursery

ବସିଥିଲ ତୁମେ ବାନ୍ଧବୀ ସହ ତୁମର ଗୋଟିଏ କୋଣରେ
ସେଠି ହୋଇଥିଲା ପ୍ରଥମ ଦେଖା ଆମ ଦୁହିଁ ଜୀବନର ରଙ୍ଗମଞ୍ଚରେ ।

ସେ ସମୟେ କଳ୍ପନା ବାହାରେ ଥିଲା ଆମ ସମ୍ପର୍କ କାହାଣୀର ଶୂନ୍ୟତା
ଧୀରେ ଧୀରେ ଆମ ଦୁହିଁଙ୍କ ମଧ୍ୟରେ ସୃଷ୍ଟି ହେଲା କେଜାଣି କେମିତି ଅନାବିଡ଼ ନିବିଡ଼ତା ।

ଲୋମମୂଳ ଟାଙ୍କୁରି ଉଠୁଛି ଯେବେ ସ୍ମୃତି କେଇ ଫର୍ଦ ଆଙ୍କିଉଠୁଛି ଚିତ୍ର ଟିଏ ହୋଇ ଏ ହୃଦୟରେ
ଜାଣେନା ଆଜି ତୁମେ କେମିତି ଅଛ ପୁରୁଣା ସ୍ମୃତି ବିନା ଏ ସଂସାରରେ ।

ଆମର ସମ୍ପର୍କ ଛୋଟ ଏ କାହାଣୀରୁ କେତେ ଯେ ମିଳିନ ଆରମ୍ଭ ହୋଇଥିଲା
ସମୟର ସ୍ରୋତରେ ହସ ଖୁସିରେ କେମିତି ଯେ ଦିନସବୁ କଟିଗଲା ।

ଅହଂକୁ ଆଧାରୀ ସ୍ୱାର୍ଥପରତାକୁ ନିଜର କରି ଆଜି ଆମେ ଚାଲୁଛେ
ଜାଣିକି ଅଜଣା ହେବାର ଅଭିନୟ କରି ଆମେ ଦୁହେଁ ଭାରି ହସୁଛେ ।

ଧୀରେ ଧୀରେ ସମ୍ପର୍କ ଆମର ଭାଙ୍ଗିବାକୁ ଯାଇ ଆଜି ପୁଣ୍ୟଛେଦ ପଡିଛି
ତୁମେ ତୁମ ବାଟରେ ମୁଁ ମୋ ବାଟରେ ଏକା ଏକା ଚାଲିବାକୁ ଆମକୁ ପଡୁଛି ।

ସତରେ କେମିତି ଧନ୍ୟବାଦ ଦେବି ଟିକେ ତୁମକୁ ବୁଝି ପାରୁନି
ପୁଣି ତୁମ ସଂଗେ ସମ୍ପର୍କର ପୂର୍ଣ୍ଣଛେଦ ହେଲେବି ମୁଁ କାହାକୁ କାହିଁକି କହି ପାରୁନି ।

 

ଇନ୍ଦ୍ରବାଦଲ ମହାନ୍ତି

ଉଗାଲପୁର, ଜଗତସିଂହପୁର

For latest news & updates, click on bell button and subscribe to notifications.

Like us on Facebook👇

http://facebook.com/odiabarta

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.