କବିତା : ଲିଭାଅଙ୍ଗାର

ଜ୍ୟୋତିର୍ମୟୀ ମହାନ୍ତି

ଭାବନି ମୁଁ ଲିଭିଯାଇଛି
ଚାହିଁବି ଯଦି ଜାଳିଦେଇଯିବି ଦେବି ସାରାଜଗତ
ମୋ ଦେହରେ ଏବେବି ବାକିଅଛି ନିଆଁଝୁଲଟିଏ।

Omkar Vasthu
Omkar Vasthu

ଘୃଣିତ ଆଖିର ତୀକ୍ଷ୍ଣ ଛୁରୀରେ ମୁଁ ରକ୍ତାକ୍ତ
ତଥାପି ଦୁଲୁକାଏ ପବନରେ
ପୁଣିଥରେ ସଂଚାରିଯିବ ନିଆଁ
ଲାଲଅଙ୍ଗାର ମୁଁ
ମୁଁ ଚାହିଁଲେ ଦେବି ଉତ୍ତାପ
ଜଳିବ ସଂଜବତୀ
ଆଲୋକିତ ହେବମହୀ।

Pearl dental clinic
Near Ashish Medical Store, Bhawanipatna

ତୁମ ହିଂସାର ବେଦନା ଭିତରୁ
ମୁଁ ଉଡାଇପାରିବି ଶାନ୍ତ କୋପତ
ବାନ୍ଧିପାରିବି ଭାତୃପ୍ରେମରେ ଏ ସାରା ଜଗତ
ବୁଣିଦେଇଯିବି ସତ୍ୟ,ଶାନ୍ତି,ଦୟା,କ୍ଷମା
ବୀଜ ଘରେ ଘରେ।

Udyog Nursery
Udyogi Nursery

ଭାବନି ମୋତେ ନାଚାର, ଅଲୋଡା, ଅଖୋଜା
ଲିଭାଅଙ୍ଗାରଟିଏ…
ମୋ ଭସ୍ମରେ ଅଛି ଏତିକି ଉଷ୍ମତା
ଯେଉଁଠି ପଚିବ ସେଠି ହେବ ଭସ୍ମିଭୁତ।

 

ବିଜୁ ନଗର, ଝାରସୁଗୁଡା

For latest news & updates, click on bell button and subscribe to notifications.

Like us on Facebook👇

http://facebook.com/odiabarta

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.