ଖରିଆର ରୋଡରେ ଉତ୍କଳ ମହୋତ୍ସବ 

ପଦ୍ମଶ୍ରୀ ହଳଧର ନାଗ ଓ ବିସ୍ମିଲ୍ଲା ଖାଁ ପୁରସ୍କାର ପ୍ରାପ୍ତ କଳାକାର ସର୍ବେଶ୍ୱର ଭୋଇ ମୁଖ୍ୟ ଆକର୍ଷଣ

Omkar Vasthu
Omkar Vasthu

ନୂଆପଡା,୯/୮ : ଖରିଆର ରୋଡ ଏନ.ଏ.ସି. ସ୍ଥିତ ଗଣପତି ହୋଟେଲ ପରିଷରରେ ଶନିବାର ସନ୍ଧ୍ୟାରେ ଉତ୍କଳ ମହୋତ୍ସବ ଅନୁଷ୍ଠିତ ହୋଇ ଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ଖରିଆର ରୋଡ କାର୍ଯ୍ୟ ନିର୍ବାହୀ ଅଧିକାରୀ ତଥା କାର୍ଯ୍ୟ ନିର୍ବାହୀ ସଭାପତି ଉତ୍କଳ ମହୋତ୍ସବ କମିଟି ଦେବେନ୍ଦ୍ର ନାଥ ମହାରଣା ସଭାପତିତ୍ୱ କରିଥିଲା ବେଳେ ନୂଆପଡା ବିଧାୟକ ରାଜେନ୍ଦ୍ର ଢୋଲକିଆ ମୁଖ୍ୟ ଅତିଥି ରୂପେ ଯୋଗ ଦେଇ ଥିଲେ ।

Pearl dental clinic
Near Ashish Medical Store, Bhawanipatna

 

ପୂର୍ବତନ ରାଜ୍ୟସଭା ସାଂସଦ ଏ.ଭି. ସ୍ୱାମୀ, ବରିଷ୍ଠ ଓକିଲ ପ୍ରସନ୍ନ ମହାପାତ୍ର, ନୂଆପଡା ତହସିଲଦାର  ମୋହନ ସାହୁ, ଅବସର ପ୍ରାପ୍ତ ଆଇ.ଏ.ଏସ. ଗୁରୁ ପ୍ରସାଦ ମିଶ୍ର, ଅବସର ପ୍ରାପ୍ତ ପ୍ରାଧ୍ୟାପକ ଡି.ଏ.ଭି. କଲେଜ ଟିଟଲାଗଡ ଡ. ଶିବ ପ୍ରସାଦ ବେହେରା ପ୍ରମୁଖ ସମ୍ମାନିତ ଅତିଥି ରୂପେ ଯୋଗ ଦେଇ ଥିଲେ । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଆକର୍ଷଣ ରୂପେ ପଦ୍ମଶ୍ରୀ ହଳଧର ନାଗ ଓ ଉସ୍ତାଦ ବିସ୍ମିଲ୍ଲା ଖାଁ ଯୁବ ପୁରସ୍କାର ପ୍ରାପ୍ତ ଲୋକ କଳାକାର  ସର୍ବେଶ୍ୱର ଭୋଇ ମଞ୍ଚାସିନ ଥିଲେ ।

Udyog Nursery
Udyogi Nursery

ପଦ୍ମଶ୍ରୀ ହଳଧର ନାଗ ନିଜର ଅଭିଜ୍ଞତା ଓ ଅନୁଭୂତିକୁ ଅଭିଭାଷଣ ମାଧ୍ୟମରେ ପ୍ରକାଶ କରିଥିଲେ । ସର୍ବେଶ୍ବର ଭୋଇ ପଶ୍ଚିମ ଓଡିଶାର ସୁପର ହିଟ ଫିଲ୍ମ ଆଦିମ ବିଚାରର କିଛି ସୁନ୍ଦର ମନଲୋଭା ଗୀତ ଗାଇ ଦର୍ଶକଙ୍କୁ ମୋହିତ କରିଥିଲେ । କାର୍ଯ୍ୟକ୍ରମରେ ଅଂଚଳର ଶହସ୍ରାଧିକ ଦର୍ଶକ ଉପସ୍ଥିତ ରହି ଉପଭୋଗ କରିଥିଲେ । ଉତ୍କଳ ମହୋତ୍ସବ କମିଟି ର ସୁରେଶ ଆଚରି, ଦୀପକ ମହାରଣା ପ୍ରମୁଖ କାର୍ଯ୍ୟକ୍ରମ  ପରିଚାଳନା କରିଥିଲେ ।

 

ନୂଆପଡା ଜିଲ୍ଲା ପ୍ରତିନିଧି ମହେନ୍ଦ୍ର କୁମାର ବାଗ (ରାହୁଲ) ଙ୍କ ରିପୋର୍ଟ odiabarta.in

For latest news & updates, click on bell button and subscribe to notifications.

Like us on Facebook👇

http://facebook.com/odiabarta

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.