ନୂଆପଡା /କୋମନା,୯/୬ : ନୂଆପଡା ଜିଲ୍ଲା ସୁନାବେଡା ଅଭୟାରଣ୍ୟର ଚେରେଚୁଆଁ ଗାଁରେ ବର୍ତମାନ କଲରା ପତରିଆ ବାଘ ଆତଙ୍କ ଖେଳିଯାଇଛି । ଏକ ଗାଇକୁ ଅଭୟାରଣ୍ୟରେ ଏହି କଲରାପତରିଆ ବାଘ ମାରିକି ଖାଇ ଦେଇ ଥିବାର ଅଭିଯୋଗ ହୋଇଛିଲ। ପ୍ରକାଶ ଯେ ଗତ ୫ଲତାରିଖ ସକାଳୁ ଏହି ଗାଇ ଟି ଅଭୟାରଣ୍ୟ ଭିତରକୁ ପ୍ରତିଦିନ ଭଳି ଚରିବା ପାଇଁ ଯାଇ ଆଉ ଫେରି ନ ଥିଲା ତେଣେ ଗାଇ ମାଲିକ ପରିବାର ବର୍ଗଙ୍କ ସହ ଗାଇକୁ ଖୋଜା ଖୋଜି କରିଥିଲେ ସୁଦ୍ଧା କିଛି ପତ୍ତା ମିଳି ନ ଥିଲା । ଶନିବାର ବନ୍ୟଜନ୍ତୁ ବିଭାଗ ଅଭୟାରଣ୍ୟରୁ ଗାଇଟିର ମର ଶରୀର ଉଦ୍ଧାର କରି ଥିଲେ ।
ଏହା ଏକ କଲରାପତରିଆ ବାଘର ବୋଲି କାର୍ଯ୍ୟ ବୋଲି ବନ ବିଭାଗ ଅନୁମାନ କରିଛନ୍ତି । ତାଙ୍କୁ ବାଘ ର ପାଦ ଚିହ୍ନ ମଧ୍ୟ ମିଳିଛି । ତେବେ ଏହି ଖବର ଜାଣିବା ପରେ ଚେରେଚୁଆଁ ଗାଁ ରେ ବାଘ ଭୟରେ ଆତଙ୍କିତ ହୋଇ ପଡି ସନ୍ଧ୍ୟା ହେଲେ କବାଟ ବନ୍ଦ କରି ଘରୁ ବାହାରକୁ ବାହାରୁ ନାହାନ୍ତି । ସ୍ଥାନୀୟ ଲୋକେ ଗାଇ ମାଲିକଙ୍କୁ ସରକାରୀ ସହାୟତା ମିଳୁ ବୋଲି ବିଭାଗୀୟ ଅଧିକାରୀ ଙ୍କ ନିକଟରେ ଦାବୀ କରିଛନ୍ତି ।
ନୂଆପଡା ଜିଲ୍ଲା ପ୍ରତିନିଧି ମହେନ୍ଦ୍ର କୁମାର ବାଗ (ରାହୁଲ) ଙ୍କ ରିପୋର୍ଟ odiabarta.in