ୟଙ୍ଗ ବ୍ଲଡ଼ ପବ୍ଲିକ ସ୍କୁଲର ୪୦ତମ ବାର୍ଷିକ ଉତ୍ସବ ଉଦଯାପିତ 

ପ୍ରବଳ ଥଣ୍ଡା ସତ୍ତ୍ୱେ ଦର୍ଶକଙ୍କ ମନମୋହିଲା ଛାତ୍ରଛାତ୍ରୀଙ୍କ ସାଂସ୍କୃତିକ କାର୍ଯ୍ୟକ୍ରମ

ଓଡ଼ିଆ ବାର୍ତ୍ତା/କଳାହାଣ୍ଡି (ଗଜିନ୍ଦ୍ର ସାହୁ): ଓଡ଼ିଶା ତଥା କଳାହାଣ୍ଡି ଜିଲ୍ଲାର ଅଗ୍ରଣୀ ଇଂରାଜୀ ଶିକ୍ଷା ଅନୁଷ୍ଠାନ କେସିଙ୍ଗା ସହର ସ୍ଥିତ ୟଙ୍ଗ ବ୍ଲଡ଼ ପବ୍ଲିକ ସ୍କୁଲର ୪୦ତମ ବାର୍ଷିକ ଉତ୍ସବ ଉଦଯାପିତ ହୋଇଯାଇଛି । ଉଦଯାପନୀ ଉତ୍ସବର ସଭାରେ ମୁଖ୍ୟ ଅତିଥି ଭାବେ ରାଷ୍ଟ୍ରୀୟ ମୁକ୍ତ ବିଦ୍ୟାଳୟର ନିର୍ଦ୍ଦେଶକ,ଭୁବନେଶ୍ୱର ଜ୍ଞାନ ରଞ୍ଜନ ସାହୁ ଯୋଗଦେଇ ଥିବା ବେଳେ ମୁଖ୍ୟ ବକ୍ତା ଭାବେ ବିଶିଷ୍ଟ ଲେଖକ କେନ୍ଦ୍ରୀୟ ସାହିତ୍ୟ ଏକାଡେମୀ ଦ୍ୱାରା ସମ୍ମାନିତ ଟିଟିଲାଗଡ଼ ର ଯୁଗଲ କିଶୋର ଷଡଙ୍ଗୀ, ୟଙ୍ଗବ୍ଲଡ଼ ପବ୍ଲିକ ସ୍କୁଲର ଅଧ୍ୟକ୍ଷ ରାମ କୁମାର ଜୈନ, ୟଙ୍ଗବ୍ଲଡ଼ ପବ୍ଲିକ ସ୍କୁଲର ସଭାପତି କମଲ ଜୈନ, ସମ୍ପାଦକ ଶିବ କୁମାର ବଂସଲ ୟଙ୍ଗବ୍ଲଡ଼ ପବ୍ଲିକ ସ୍କୁଲର ପ୍ରିନ୍ସିପାଲ ଦୀପ୍ତିରାଣୀ ସିଂ ମଞ୍ଚାସିନ ହୋଇ ଛାତ୍ରଛାତ୍ରୀଙ୍କୁ ଉତ୍ସାହିତ କରିଥିଲେ। ପ୍ରଥମେ ମା ବାକ୍ ଦେବୀଙ୍କ ପୂଜାର୍ଚ୍ଚନା ପରେ ସଭାକାର୍ୟ୍ଯ ଆରମ୍ଭ ହୋଇଥିଲା। ମୁଖ୍ୟ ଅତିଥି ଶ୍ରୀ ସାହୁ ୟଙ୍ଗବ୍ଲଡ଼ ପବ୍ଲିକ ସ୍କୁଲର ପ୍ରଶଂସା କରିବା ସହ କଳାହାଣ୍ଡି ଜିଲ୍ଲାରେ ପ୍ରଥମ ଥର ପାଇଁ ରାଷ୍ଟ୍ରୀୟ ମୁକ୍ତ ବିଦ୍ୟାଳୟର ଶୁଭାରମ୍ଭ କରିଥିଲେ। ଯେଉଁ ଛାତ୍ରଛାତ୍ରୀ ମାନେ କୌଣସି କାରଣରୁ ଅଧାରୁ ପାଠପଢା ଛାଡିଛନ୍ତି ସେମାନେ ବାକି ପାଠ୍ୟକ୍ରମ ଏଥିରେ ପୂରଣ କରି ପାରିବେ ବୋଲି ସେ ସୂଚନା ଦେଇଥିଲେ। ୟଙ୍ଗ ବ୍ଲଡ଼ ପବ୍ଲିକ ସ୍କୁଲ ଏକ ପ୍ରତିକୂଳ ପରିସ୍ଥିତିରେ ୧୯୮୩ ମସିହାରେ ଛୋଟ ସ୍କୁଲରୁ ଆରମ୍ଭ ହୋଇ ବର୍ତ୍ତମାନ ସ୍କୁଲରେ ୧୨୦୦ ଛାତ୍ରଛାତ୍ରୀ ଅଧ୍ୟୟନ କରୁଛନ୍ତି। ଏବଂ ବର୍ତ୍ତମାନ ୟଙ୍ଗବ୍ଲଡ଼ ପବ୍ଲିକ ସ୍କୁଲ ୟଙ୍ଗବ୍ଲଡ଼ ଗ୍ରୁପରେ ପରିଣତ ହୋଇଛି ଏହା ଆପଣ ମାନଙ୍କ ଭଲ ପାଇବାରୁ ସଫଳ ହୋଇପାରିଛି ବୋଲି ୟଙ୍ଗବ୍ଲଡ଼ ପବ୍ଲିକ ସ୍କୁଲର ଅଧ୍ୟକ୍ଷ ରାମ କୁମାର ଜୈନ ନିଜ ବକ୍ତବ୍ୟ ପ୍ରଦାନ କରିଥିଲେ। ଏହି ଅବସରରେ ଅତିଥିମାନଙ୍କ ଦ୍ୱାରା ପ୍ରତିଯୋଗିତାରେ ଉତ୍ତୀର୍ଣ୍ଣ ଛାତ୍ରଛାତ୍ରୀଙ୍କୁ ପୁରୁସ୍କୃତ କରାଯାଇଥିଲା ଓ ୟଙ୍ଗବ୍ଲଡ଼ ସ୍କୁଲରେ ବିଶେଷ କାର୍ଯ୍ୟ ପାଇଁ କିଛି ଶିକ୍ଷକ ଶିକ୍ଷୟତ୍ରୀ ଙ୍କୁ ସମ୍ମାନିତ କରାଯାଇଥିଲା। ଶେଷରେ ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ଚିତାକର୍ଷକ ସାଂସ୍କୃତିକ କାର୍ଯ୍ୟକ୍ରମ ଅଭିଭାବକଙ୍କ ମନ ମୋହିଥିଲା। ପ୍ରବଳ ଥଣ୍ଡା ସତ୍ତ୍ୱେ ଶେଷ ପର୍ଯ୍ୟନ୍ତ ଅଭିଭାବକ ଓ ଦର୍ଶକମାନେ ସାଂସ୍କୃତିକ କାର୍ଯ୍ୟକ୍ରମର ମଜା ନେଇଥିଲେ। ଏହି କାର୍ଯ୍ୟକ୍ରମକୁ ପଯ୍ୟାୟ କ୍ରମେ ଶିକ୍ଷକ ଶିକ୍ଷୟିତ୍ରୀ ଓ ଛାତ୍ରଛାତ୍ରୀମାନେ ସୁନ୍ଦର ଭାବେ ପରିଚାଳନା କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.