ଜେକେପୁର ଶ୍ରୀ ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷା କେନ୍ଦ୍ରରେ ବାର୍ଷିକ ଉତ୍ସବ ପାଳିତ

ଓଡ଼ିଆ ବାର୍ତ୍ତା/ ରାୟଗଡା (ଶିବ ନାରାୟଣ ଗୈାଡ): ରାୟଗଡା ଜିଲ୍ଲା ଜେକେପୁର ସ୍ଥିତ ଶ୍ରୀଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ରରେ ୨୦୨୨-୨୩ ଶିକ୍ଷାବର୍ଷର ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ବିଦ୍ୟାଳୟର ସଭାପତି ଗୌରହରି ସାହୁ ସଭାପତି ଆସନ ଅଳଙ୍କୃତ କରିଥିଲେ ଓ ଅତିଥିମାନଙ୍କୁ ଅଧ୍ୟକ୍ଷା ମମତାରାଣୀ ବେହେରା ସ୍ୱାଗତ ଜଣାଇଥିଲେ । ସମ୍ପାଦକ ବିଜୟ ନାୟକ ଅତିଥୀଙ୍କ ପରିଚୟ ପ୍ରଦାନ କରୁଥିଲେ । ସୁଶ୍ରୀ ବେହେରା ବିବରଣୀ ପଠନ କରି ବିଦ୍ୟାଳୟ ର ଆରମ୍ଭରୁ ଆଜି ପର୍ଯ୍ୟନ୍ତ ଶିକ୍ଷାର୍ଥୀଙ୍କ କୃତିତ୍ୱ ଓ ଶିକ୍ଷାକେନ୍ଦ୍ରର ଅଗ୍ରଗତି ବିଷୟରେ ଦର୍ଶକଙ୍କୁ ଜଣାଇଥିଲେ । ମୁଖ୍ୟ ଅତିଥି ଭାବେ ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ, ରାୟଗଡ ଭଜନଲାଲ ମାଝୀ, ସମ୍ମାନିତ ଅତିଥି ଜିଲ୍ଲା ବିଜ୍ଞାନ ପର୍ଯ୍ୟବେକ୍ଷକ ଦୀପକ କୁମାର ବେହେରା ଓ ସଂଯୋଜକ ଶ୍ରୀଅରବିନ୍ଦ ପାଠଚକ୍ର କୋରାପୁଟ ମୀନକେତନ ସାହୁ, ମୁଖ୍ୟବକ୍ତା ଭାବେ ଜିଲ୍ଲା ସଂଯୋଜକ ଶ୍ରୀ ଅରବିନ୍ଦ ପାଠଚକ୍ର କୋରାପୁଟ ଶ୍ରୀଯୁକ୍ତ ପ୍ରଶାନ୍ତ କୁମାର ସ୍ୱାଇଁ ଶିକ୍ଷାର୍ଥୀମାନଙ୍କୁ ଉଚିତ ଅର୍ଜନ କରି ଦେଶ ଗଠନରେ ଏକ ପିଲର ଭାବେ ନିଜକୁ ଗଢିତୋଳିବାକୁ କହିବା ସହ ଶ୍ରୀ ଅରବିନ୍ଦଙ୍କ ଦର୍ଶନ ଶାସ୍ତ୍ର ଓ ଶିକ୍ଷା ବିଷୟରେ ଜଣାଇଥିଲେ । ଏବଂ ବାର୍ଷିକ କ୍ରୀଡା, ବକୃତା, ରଚନା ନୃତ୍ୟ, ସଙ୍ଗୀତ ପ୍ରତିଯୋଗିତା ଇତ୍ୟାଦିରେ କୃତିତ୍ୱ ଅର୍ଜନ କରିଥିବା ଛାତ୍ର ଛାତ୍ରୀଙ୍କୁ ଅତିରିକ୍ତ ଜିଲ୍ଲା ଶିକ୍ଷାଅଧିକାରୀ ଶ୍ରୀ ମାଝୀ ପୁରସ୍କାର ପ୍ରଦାନ କରିଥିଲେ । ସର୍ବଶେଷରେ କୋଷାଧ୍ୟକ୍ଷ ବରିଷ୍ଠ ଶିକ୍ଷକ ସତ୍ୟନାରାୟଣ ମହାରଣା ସମସ୍ତ ଅତିଥି ମାନଙ୍କୁ ଆତିଥ୍ୟ ଗ୍ରହଣକରୀ ଆସିଥିବାରୁ ଶିକ୍ଷାକେନ୍ଦ୍ର ତରଫରୁ ଧନ୍ୟବାଦ ଅର୍ପଣ କରିଥିଲେ ଏବଂ ଏହାପରେ ମଞ୍ଚ କାର୍ଯ୍ୟ ସମାପ୍ତି ହୋଇଥିଲା ଓ ଅପାଭାଇ ଅଟକା, ଅଙ୍କିତା ଲେଙ୍କା, ନର୍ମଦା ଦାଶ, ହେମମାଳି ଗରଡ଼ିଆ, ସୁମିତ୍ରା ପେଦେଣ୍ଟି, ଜ୍ୟୋତି ପୁଲାକା, ନନ୍ଦିନୀ କାଡ୍ରlକା, ସୀମା ମାଣ୍ଡିଙ୍ଗା, ଗୀତାଞ୍ଜଳି ପଣ୍ଡା ପ୍ରସ୍ତୁତ କରିଥିବା ଛାତ୍ରଛାତ୍ରୀଙ୍କ ଦ୍ୱାର ସାଂସ୍କୃତିକ କାର୍ଯ୍ୟକ୍ରମ ନୃତ୍ୟ ପରିବେଷଣ କରିଥିଲେ । ଶିକ୍ଷାକେନ୍ଦ୍ରର ଆକାଶ ଗଉଡ଼ ଓ କୋଏଲ ପାତ୍ର ମଞ୍ଚ ପରିଚାଳନା ସହ ଡିମିରି ଟୁଟୁ ଭାଇ ମିଉଜିକ ଓ ଲାଇଟ ପରିଚାଳନା କରିଥିଲେ ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.