କବିତା : ପାଠ

ବସ୍ତାନୀ ଭାରରେ ଭାଙ୍ଗଇ ଅଣ୍ଟା
ପାଠଟା ଇଲିସି, ବହୁତ କଣ୍ଟା ।
ଶୋଇଲେ କହିବ ଜଳଦି ଉଠ
ଖେଳିଲେ କହିବ ସରିନି ପାଠ !
ବସିଲେ କହିବ ଧରିଥା ବହି
ବୁଲାଇ ଦେବନି କୁଆଡ଼େ କାହିଁ ।

ନାହିଁ ଖରା ନାହିଁ ବରଷା ବାଆ

ନିତି ସକାଳେ ସ୍କୁଲକୁ ଯାଆ ।

ଗଣିତକୁ ମୋର ଦୂରୁ ଜୁହାର
ଇଂରାଜୀକୁ ନିତି ମୁଣ୍ଡିଆ ମାର ।
ସଂସ୍କୃତ ଦେଖିଲେ ମୁଣ୍ଡ ବୁଲାଏ
ମିଛ କଥା କହି ପଦାକୁ ଧାଏଁ ।
ବିଜ୍ଞାନ ବହିର ଛବିକୁ ଦେଖି
ତଣ୍ଟିଟି ମୋହର ଯାଏ ଯେ ଶୁଖି ।
କମ୍ପ୍ୟୁଟର ଧରି ଥରଇ ମୁହିଁ
ବାହାନା କରି ମୁଁ ଆସଇ ଧାଇଁ ।
ପଦାର୍ଥ ବିଜ୍ଞାନ ମୁଣ୍ଡକୁ ଖାଏ
କଲମ ଆଣିନି ମିଛରେ କହେ ।
ଶ୍ରେଣୀ ଗୃହେ ନିତି ଭାବନା ମୋର
ସାହିତ୍ୟରୁ ପ୍ରଭୁ କର ଉଦ୍ଧାର ।

 

ବାଳକୁମର ସାହୁ

ଟକାରୁମାଲ, କର୍ଲାମୁଣ୍ଡା, କଳାହାଣ୍ଡି 

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.