ସରକାରୀ ବାବୁଙ୍କୁ ବିଜେଡି କର୍ମୀ ବୋଲି ସୋସିଆଲ ମିଡିଆରେ ପୋଷ୍ଟ କଲେ ନୂଆପଡା ବିଧାୟକ

ନୂଆପଡା,୧୦/୬ : ସରକାରୀ ବାବୁଙ୍କୁ ବିଜେଡି କର୍ମୀ ବୋଲି କହି ଫେସ୍ ବୁକ୍ ରେ ଧନ୍ୟବାଦ ପ୍ରଦାନ କରିଛନ୍ତି ନୂଆପଡା ବିଧାୟକ । ଯାହା ସୋସିଆଲ ମିଡିଆରେ ଭାଇରାଲ ହୋଇ ଚର୍ଚ୍ଚିତ ଖବର ପାଲଟିଛି । ସୂଚନା ଯୋଗ୍ୟଯେ ମାନ୍ୟବର ବିଧାୟକ ରାଜିନ୍ଦ୍ର  ଢୋଲକିଆ ଚଳିତ ନିର୍ବାଚନ ରେ ବିପୁଳ ଭୋଟ ପାଇ ଜୟଯୁକ୍ତ ହୋଇଛନ୍ତି । ସେଥିପାଇଁ ତାଙ୍କୁ ବିଭିନ୍ନ ମହଳରୁ ସମ୍ବର୍ଧନା ଜ୍ଞାପନ କରାଯାଉଛି । କେତେକ ସରକାରୀ କର୍ମଚାଲୀ ତାଙ୍କୁ ସମ୍ବର୍ଧନା ଦେଇଥିଲେ, ସେମାନଙ୍କ ଫଟୋକୁ ସୋସିଆଲ ମିଡିଆରେ ପୋଷ୍ଟକରି ବିଜେଡି କର୍ମୀ ବୋଲି ଉଲ୍ଲେଖ କରିଛନ୍ତି ବିଧାୟକ ।

( ତଳ ଫଟୋରେ ସରକାରୀ କର୍ମଚାରୀ ମାନଙ୍କ ସହ ମାନ୍ୟବର ନୂଆପଡା ବିଧାୟକ । ଏମାନଙ୍କୁ ବିଜେଡି କର୍ମୀ ବୋଲି କହି ପୋଷ୍ଟ କରିଥିବାରୁ ଚର୍ଚ୍ଚାର ପରିଷରକୁ ଆସିଛନ୍ତି ବିଧାୟକ ମହାଶୟ 👆)

ମାନ୍ୟବର ବିଧାୟକଙ୍କ ଏଭଳି ଫେସବୁକ ଏକାଉଣ୍ଟ ର ପୋଷ୍ଟ ଦେଖିଲେ ମନ ରେ ନାନା ପ୍ରକାର ପ୍ରଶ୍ନ ଉଙ୍କି ମାରୁଛି । ସରକାରୀ ବାବୁ କ’ଣ ବିଜେଡି କର୍ମୀ ଅଟନ୍ତି ? ଯେଉଁଥି ପାଇଁ ଶ୍ରୀଯୁକ୍ତ ଢୋଲକିଆ ତାଙ୍କ ସହିତ ଉଠାଇଥିବା ଫୋଟୋ ଫେସବୁକରେ ପୋଷ୍ଟ କରିବା ସମୟରେ ବିଜେଡି କର୍ମୀ ବୋଲି ଧନ୍ୟବାଦ ଜ୍ଞାପନ କରିଛନ୍ତି । ତେବେ ଏ ନେଇ ସରକାରୀ କର୍ମଚାରୀ କୌଣସି ପ୍ରତିକ୍ରିୟା ରଖି ନ ଥିବା ବେଳେ ବିଧାୟକ ଙ୍କ ପୋଷ୍ଟ ର ଫୋଟୋ ହ୍ଵାଟ୍ସଆପ୍ ଗୃପ ମାନଙ୍କରେ ଘୁରି ବୁଲୁଚି । ଯାହା ଜିଲ୍ଲା ପ୍ରଶାସନ ତଥା ବିଧାୟକ ଙ୍କ ଛବି ଖରାପ କରୁଛି । ତେଣେ ଏଭଳି ନକରାତ୍ମକ ବାର୍ତ୍ତାକୁ ଜିଲ୍ଲା ପ୍ରଶାସନ ହସ୍ତକ୍ଷେପ କରି ତୁରନ୍ତ ସମାଧାନ କରୁ ନଚେତ ସରକାରୀ ଅଧିକାରୀଙ୍କ ପ୍ରତି ସାଧାରଣ ଜନତାଙ୍କ ମନରେ ଖରାପ ମନୋଭାବ ସୃଷ୍ଟି ହୋଇପାରେ ବୋଲି ବୁଦ୍ଧିଜୀବି ମହଲ ବେଶ ଚର୍ଚ୍ଚା ହେଉଛି ।

 

ନୂଆପଡା ଜିଲ୍ଲା ପ୍ରତିନିଧି ମହେନ୍ଦ୍ର କୁମାର ବାଗ (ରାହୁଲ)ଙ୍କ ରିପୋର୍ଟ odiabarta.in

For latest news & updates, click on bell button and subscribe to notifications.

Like us on Facebook👇

http://facebook.com/odiabarta

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.