ଡ. ବିଆର୍ ଆମ୍ବେଦକରଙ୍କ ବିଚାରଧାରାରେ ସଚେତନତା ଅଭିଯାନ

ଧର୍ମଗଡ,୧୦/୬ : କଳାହାଣ୍ଡି ଜିଲ୍ଲା ଧର୍ମଗଡ ଉପଖଣ୍ଡର ଓବିସି, ଏସଟି, ଏସସି ଓ ସଂଖ୍ୟାଲଘୁ ସଂପ୍ରଦାୟ ମିଳିତ ମଞ୍ଚ ପକ୍ଷରୁ ଲୁହାଗାଁ ଠାରେ ଡ. ବିଆର୍ ଆମ୍ବେଦକରଙ୍କ ବିଚାରଧାରାରେ ‘‘ସଚେତନତା ଅଭିଯାନ’’ ଅନୁଷ୍ଠିତ ହୋଇଯାଇଛି  ଧର୍ମଗଡ ବ୍ଲକ ଅଧିନସ୍ଥ ଲୁହାଗାଁରେ ସ୍ୱାଧୀନତା ସଂଗ୍ରାମୀ ବିର୍ଶା ମୁଣ୍ଡାଙ୍କ ବଳିଦାନ ଦିବସ ଅବସରରେ ବାବାସାହେବ ଆମ୍ବେଦକରଙ୍କର ବିଚାରଧାରା ଉପରେ ସଚେତନତା ଅଭିଯାନ କାର୍ଯ୍ୟକ୍ରମ କରାଯାଇଥିଲା ।  ଅବସରପ୍ରାପ୍ତ ଫରେଷ୍ଟର ଲକ୍ଷପତି ଦୁର୍ଗାଙ୍କ ସଭାପତିତ୍ୱ ରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଦେବାର୍ଚ୍ଚନ ସେଠିଆ, ମୁଖ୍ୟ ବକ୍ତା ଭାବରେ ସାମନ୍ତ ଦୁର୍ଗା ଓ ସମ୍ମାନିତ ଅତିଥି ଭାବରେ ଚକ୍ରଧର ପ୍ରଧାନ, ବିନୋଦ ପାଣିଗ୍ରାହୀ, ପବିତ୍ର ସୁନାନୀ, ଚୈତନ୍ୟ ଜଗତ, ଧନଞ୍ଜୟ ଦୀପ ପ୍ରମୁଖ ଯୋଗ ଦେଇଥିଲେ ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

ସଭା କାର୍ଯ୍ୟ ଆରମ୍ଭ ପୂର୍ବରୁ ପ୍ରଥମେ ବାବାସାହେବ ଆମ୍ବେଦକର, ଭଗବାନ ଗୌତମ ବୁଦ୍ଧ ଓ ବିର୍ଶା ମୁଣ୍ଡାଙ୍କ ଫୋଟୋ ଚିତ୍ର ରେ ମାଲ୍ୟାର୍ପଣ କରି ଭଗବାନ ବୁଦ୍ଧଙ୍କ ‘ତ୍ରିଶରଣ’ ତୁଷାର ମହାନନ୍ଦଙ୍କ ଦ୍ୱାରା ଗାନ କରାଯାଇ ସଭା କାର୍ଯ୍ୟ ଟିକୁ ଆଗକୁ ବଢ଼ା ଯାଇ ଥିଲା । ମୁଖ୍ୟ ବକ୍ତା ନିଜ ବକ୍ତବ୍ୟ ରେ ବୁଦ୍ଧ-ସକ୍ରେଟିସ, ଭଗତ ସିଂ-ସୁବାସ ବୋଷ, ଆମ୍ବେଦକର-ବିର୍ଶା ମୁଣ୍ଡା, ଭୀମ ଭୋଇ-ଜ୍ୟୋତିବା ରାଓ ଫୁଲେ, ସାବେତ୍ରି ବାଇ ଫୁଲେ-ମାଳତୀ ଚୌଧୁରୀ ଏମାନଙ୍କ ଆଗାମୀ ପିଢ଼ି ଆଗରେ ଆଦର୍ଶ ଭାବେ ଉପସ୍ଥାପିତ କରାଯାଉଥିଲା ହେଲେ ପରେ ସମାଜର ଏହି ପ୍ରକୃତ ହିରୋ ମାନଙ୍କୁ ଛାଡି ଖେଳ-ଚଳଚିତ୍ର ଜଗତର ନକଲି ହିରୋମାନେ ଯୁବପିଢ଼ିର ଆଦର୍ଶ ହୋଇଗଲେ ବୋଲି କହିଥିବା ବେଳେ ମୁଖ୍ୟ ଅତିଥି ଶ୍ରୀ ସେଠିଆ ବୀର ବିର୍ଶା ମୁଣ୍ଡା, ଆମ୍ବେଦକର ଓ ଗୌତମ ବୁଦ୍ଧଙ୍କ ଜୀବନୀ କୋଣ ଅନୁକୋଣରେ କିମିତି ପହଂଚିବ ସେନେଇ ନିଜ ମତ ବ୍ୟକ୍ତ କରିଥିଲେ ।

Udyog Nursery
Udyogi Nursery

ଏହି ସମାରୋହରେ ଢଗ ନାଏକ, ୟୋଗେଶ ତାଣ୍ଡି, ଅଶେଶ୍ୱର ଦୁର୍ଗା, ଅଜୟ ସୁନାନୀ ସମେତ ବହୁ ସଂଖ୍ୟା ରେ ଆମ୍ବେଦକର ବାଦୀ ଓ ବହୁ ମାନ୍ୟଗନ୍ୟ ବ୍ୟକ୍ତି ଯୋଗଦାନ କରିଥିଲେ ।କାର୍ଯ୍ୟକ୍ରମଟିକୁ ଟଙ୍କଧର ତାଣ୍ଡି ପରିଚାଳନା କରିଥିବା ବେଳେ ଶେଷରେ ଜୟ ଭୀମ, ଜୟ ପ୍ରବୁଦ୍ଧ ଭାରତ କହି ପ୍ରେମଲାଲ ଜଗତ ବହୁତ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

 

ଧର୍ମଗଡ଼ ଉପଖଣ୍ଡ ପ୍ରତିନିଧି ଲବଣି ରାଉତଙ୍କ ରିପୋର୍ଟ odiabarta.in

For latest news & updates, click on bell button and subscribe to notifications.

Like us on Facebook👇

http://facebook.com/odiabarta

 

 

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.