ନେସନାଲ କଲେଜ ପରିଦର୍ଶନ କଲେ ନାକ ଟିମ 

ନୂଆପଡା : ସଦର ବ୍ଲକ ସ୍ଥିତ ନେସନାଲ କଲେଜକୁ  ୟୁ.ଜି.ସି. ର ସ୍ୱତନ୍ତ୍ର ସଂସ୍ଥା ନାକ ଟିମ ପରିଦର୍ଶନ କରିଛନ୍ତି । ଶ୍ରୀ ଦେବି ଲାଲ ବିଶ୍ୱବିଦ୍ୟାଳୟ,ହରିୟାଣା ର ପୂର୍ବତନ କୁଳପତି ପ୍ରଫେସର ରାଧେଶ୍ୟାମ ଶର୍ମା, ପ୍ରଫେସର ପି.ଜେ ଶ୍ରୀନିବାସ ରାଓ (ଡିନ ବେଙ୍ଗାଲୁର ), ଡ. ଚନ୍ଦ୍ରକାନ୍ତ ରାୱଲ, ବି. ଏମ. ସି. ସି ପୁନା ର ପୂର୍ବତନ ଅଧକ୍ଷ ପ୍ରମୁଖ ଏହି ନାକ ଟିମର ମୁଖ୍ୟ ସଦସ୍ୟ ଥିଲେ ଓ ନେସନାଲ କଲେଜ ପରିଦର୍ଶନ କରିଥିଲେ । ଏହି ପରିଦର୍ଶନ ସମୟରେ ନେସନାଲ କଲେଜ ଅଧକ୍ଷ ଡ. ଅଶୋକ କୁମାର ପଟ୍ଟନାୟକ, ନାକ ସଂଯୋଜକ ସମରେନ୍ଦ୍ର ନାରାୟଣ ଦାସ, ଆଇ. କ୍ୟୁ ଏସି ସଂଯୋଜକ କିଶୋର କୁମାର ବାରିକ ଓ ପି. ଟି ଅଧ୍ୟାପକ ପ୍ରକାଶ ସାହୁ ପ୍ରମୁଖ ଉପସ୍ଥିତ ରହି ସହଯୋଗ କରିଥିଲେ। ନେସନାଲ କଲେଜ ର ଭିତ୍ତିଭୂମି, ଗୁଣାତ୍ମକ ଶିକ୍ଷା ତଥା ଛାତ୍ରୀ ଛାତ୍ର ମାନଙ୍କର ବୌଦ୍ଧିକ ଓ ଦକ୍ଷତା ବିକାଶ ଉପରେ ଗୁରୁତ୍ୱ ପ୍ରଦାନ କାରି ନାକ ଟିମ ଙ୍କୁ ଜଣାଇଥିଲେ । ଏହି ଅବସରରେ ନେସନାଲ କଲେଜର ପରିଚାଳନା କମିଟି ସଭାପତି ତଥା ନୂଆପଡା ବିଧାୟକ ଶ୍ରୀ ରାଜେନ୍ଦ୍ର ଢୋଲକିଆ ଓ ସମସ୍ତ କମିଟି ସଦସ୍ୟ ଓ ସଦସ୍ୟା, କଲେଜ ର ପୁରାତନ ଛାତ୍ରୀଛାତ୍ର, କଲେଜ ର ସମସ୍ତ ଅଧ୍ୟାପକ ଓ ଅଧ୍ୟାପିକା, କର୍ମଚାରୀ ବୃନ୍ଦ ଓ ଅଭିଭାବକ ଓ ଅଂଚଳର ବୁଦ୍ଧଜିବୀ ଉପସ୍ଥିତ ଥିଲେ ।

 

ନୂଆପଡା ଜିଲ୍ଲା ପ୍ରତିନିଧି ମହେନ୍ଦ୍ର କୁମାର ବାଗ (ରାହୁଲ)ଙ୍କ ରିପୋର୍ଟ odiabarta.in

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.