ଗାଁକୁ ଫେରୁଥିବା ସମୟରେ ଟ୍ରେନରୁ ପଡି ଦାଦନ ଶ୍ରମିକଙ୍କ ମୃତ୍ୟୁ

ଧର୍ମଗଡ,୧୧/୬ : କଳାହାଣ୍ଡିରେ ପୁଣି ଦାଦନ ଦୂଃଖ । ପେଟପାଟଣା ପାଇଁ ପରଦେଶି ହୋଇଥିବା ଜଣେ ଶ୍ରମିକ ଗାଁକୁ ଫେରୁଥିବା ସମୟରେ ଆନ୍ଧ୍ର ପ୍ରଦେଶର ଏକ ଷ୍ଟେସନରେ ଟ୍ରେନରୁ ପଡି ମୃତ୍ୟୁବରଣ କରିଛନ୍ତି । ଯାହା କଳାହାଣ୍ଡି ଦାଦନ ମୃତ୍ୟୁ ଖାତାରେ ପୁଣିଏକ ପୃଷ୍ଠା ଯୋଡି ଦେଇଛି । ପ୍ରାପ୍ତ ସୂଚନାରୁ ପ୍ରକାଶଯେ, ଗୋଲାମୁଣ୍ଡା ବ୍ଲକ କଣ୍ଟାମାଲ ଗ୍ରାମର କମ୍ବୁ ମାଝୀ (୪୦) ଇଟା ଭାଟିରେ ଦାଦନ ଖଟିବାକୁ ଆନ୍ଧ୍ର ପ୍ରଦେଶ ଯାଇଥିଲେ । ସେଠାରେ କିଛିମାସ କାମଦାମ କରିବାପରେ ପୁଣି ଗାଁକୁ ଫେରୁଥିଲେ । ହାଇଦ୍ରାବାଦ ରେଳଷ୍ଟେସନରୁ ନିଜ ଗ୍ରାମ କଣ୍ଟାମାଲକୁ ଫେରୁଥିବା ସମୟରେ ଆନ୍ଦ୍ରପ୍ରଦେଶ ର ତୁନି ରେଲୱେ ଷ୍ଟେସନ ନିକଟରେ ଟ୍ରେନରୁ ପଡିଯାଇ ମୃତ୍ୟୁ ମୂଖରେ ପଡିଥିବା ଜଣା ପଡ଼ିଛି।

ତାଙ୍କ ପରିବାର ଅତି ଗରିବ ହୋଇଥିବାରୁ ଘରକୁ ଶବ ଆଣିବା ପାଇଁ ଅକ୍ଷମ ଅଟନ୍ତି । ତେବେ ଯେମିତି ହେଲେ ମଧ୍ୟ ଶବକୁ ଗାଁକୁ ଆଣି ସଂସ୍କାର କରିବାକୁ ପଡିବ, ତେଣୁ ଚିନ୍ତିତ ଅଛନ୍ତି ଏହି ଗରିବ ପରିବାର । ଜିଲ୍ଲା ପ୍ରଶାସନ ଏଦିଗରେ ସହଯୋଗ କରି ଶବ ଆଣିବାରେ ସାହାଯ୍ୟ କରିବାକୁ ମୃତକଙ୍କ ପରିବାର ତଥା ଅଞ୍ଚଳବାସୀ ଅନୁରୋଧ କରିଛନ୍ତି ।

 

ଧର୍ମଗଡ ଉପଖଣ୍ଡ ପ୍ରତିନିଧି ଲବଣି ରାଉତ ଓ ସ୍ବତନ୍ତ୍ର ପ୍ରତିନିଧି ଡିଜି ପ୍ରଧାନୀଙ୍କ ରିପୋର୍ଟ odiabarta.in

For latest news & updates, click on bell button and subscribe to notifications.

Like us on Facebook👇

http://facebook.com/odiabarta

 

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.