ସୁବର୍ଣ୍ଣପୁର ଜିଲ୍ଲାରେ ପଲିଥିନ ବନ୍ଦ କେବେ ?

ସୋନପୁର,୧୨/୬ : ଜିଲ୍ଲା ପ୍ରସାସନ ସହରରେ ପ୍ଲାଷ୍ଟିକ ପଲିଥିନର ବ୍ୟବହାରକୁ ସଂପୂର୍ଣ୍ଣ ବନ୍ଦ କରାଯିବ ବୋଲି କହୁଥିବା ବେଲେ ତାହା କାର୍ଯ୍ୟକାରୀ ହେବା ଦୂରର କଥା କେବଳ କଥାରେ ହିଁ ରହିଯାଇଛି । ଏ ନେଇ କିଛିଦିନ ଆଗରୁ ସୁବର୍ଣ୍ଣପୁର ପୌରପରିଷଦ ତରଫରୁ କଟକଣା ଜାରି କରିବା ସହ ଜନସଚେତନତା ପାଇଁ ସ୍ୱତନ୍ତ୍ର ପଦକ୍ଷେପ ଗ୍ରହଣ କରାଯାଇଥିଲା କିନ୍ତୁ ପ୍ରସାସନ ପୁଣି ନିରବ ହୋଇଯିବା ପରେ ପୁଣି ଯେମିତି କୁ ସେମିତି ଅବାଧରେ ପଲିଥିନର ବ୍ୟବହାର ଚାଲିଛି । କୌଣସି ବ୍ୟବସାୟୀ ଯଦି ପୌର ପରିଷଦର ଏହି ନିୟମକୁ ଉଲଂଘନ କରି ପ୍ଲାଷ୍ଟିକ୍ ପଲିଥିନ୍ ବିକ୍ରି କିମ୍ବା ଏହାକୁ ବ୍ୟବହାର କରୁଥାଏ ଏବଂ ତାହା ଜଣା ପଡ଼ିଲା । ତାହେଲେ ପୌର ଆଇନ ଅନୁସାରେ ତାଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା କଥା କିନ୍ତୁ ଏଠି ପ୍ରସାସନ ଖୁବ ନିରବ । ଅବାଧରେ ପଲିଥିନର ବ୍ୟବହାର ପ୍ରତି ଆଖିବୁଜି ଦେଇଛି ପ୍ରସାସନ । ତେବେ ଆଗମି ଦିନରେ ଚଢାଉ କରିବା ସହ କୌଣସି ବ୍ୟବସାୟୀ ଯଦି ପୌର ପରିଷଦର ଏହି ନିୟମକୁ ଉଲଂଘନ କରି ପ୍ଲାଷ୍ଟିକ୍ ପଲିଥିନ୍ ବିକ୍ରି କିମ୍ବା ଏହାକୁ ବ୍ୟବହାର କରୁଥାଏ ଏବଂ ତାହା ଜଣା ପଡ଼ିଲ ତାଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ସହ ଜୋରମାନା ମଧ୍ୟ କରାଗଲେ ତାହା ବନ୍ଦ ହୋଇପାରନ୍ତ ବୋଲି ଜନସାଧାରଣରେ ମତପ୍ରକାଶ ପାଉଛି । ଏଥି ପ୍ରତି ପ୍ରସାସନ ଓ ସୁବର୍ଣ୍ଣପୁର ପୌରପରିଷଦ ବିଶେଷ ଧ୍ୟନ ଦେବାକୁ ଦାବି ହେଉଛି ।

 

ସୋନପୁର ଜିଲ୍ଲା ପ୍ରତିନିଧି ସୁଶାନ୍ତ କୁମାର ସାହୁଙ୍କ ରିପୋର୍ଟ odiabarta.in

For latest news & updates, click on bell button and subscribe to notifications.

Like us on Facebook👇

http://facebook.com/odiabarta

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.